ପ୍ରମୂଖ ଖବର
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ଚୀନ୍‌ ସୀମାରେ ଯୁଦ୍ଧାଭ୍ୟାସ କରୁଛନ୍ତି ଦୁନିଆର ୨୯ ଦେଶ, ଡ୍ରାଗନ ସୀମାରେ ଗର୍ଜିବ ରାଫେଲ୍‌-ଟାଇଫୁନ୍‌

ନୂଆଦିଲ୍ଲୀ: ହାଓ୍ବାଇ ଦ୍ବୀପର ଆଖପାଖ ଅଞ୍ଚଳରେ ରିମ ଅଫ ଦି ପାସିଫିକ୍‌ (ରିମପ୍ୟାକ୍‌) ଅଭ୍ୟାସ ଜୁନ ୨୭ରୁ ଆରମ୍ଭ ହୋଇଛି । ଅଗଷ୍ଟ ୧ ଯାଏଁ ହେବାକୁ ଥିବା ଏହି ଯୁଦ୍ଧାଭ୍ୟାସରେ ୨୯ ଦେଶର ସେନା ସାମିଲ ହେବେ । ୧୯୭୧ରେ ଅଷ୍ଟ୍ରେଲିଆ, କାନାଡା ଏବଂ ଆମେରିକା ଏହି ଯୁଦ୍ଧାଭ୍ୟାସ ଆରମ୍ଭ କରିଥିଲେ । ଏହି ଏକ୍ସରସାଇଜ୍‌ରେ ଏବେ ଦକ୍ଷିଣ କୋରିଆ, ଜାପାନ, ଭାରତ, ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର, ଲାଟିନ୍‌ ଆମେରିକା ଏବଂ ବହୁ ନାଟୋ ସହଯୋଗୀ ରାଷ୍ଟ୍ର ସାମିଲ ହେଉଛନ୍ତି । ଏହି ଯୁଦ୍ଧାଭ୍ୟାସରେ ୧୫୦ ବିମାନ, ୪୦ ବଡ଼ ଜାହାଜ, ୩ ଟି ବୁଡ଼ାଜାହାଜ ଏବଂ ୨୫ ହଜାରରୁ ଅଧିକ ସୈନିକ ଅଂଶଗ୍ରହଣ କରୁଛନ୍ତି ।

 ଜାହାଜରେ ଯୁଦ୍ଧ ବିମାନ ଲ୍ୟାଣ୍ଡିଂ, ବୁଡ଼ାଜାହାଜ ଧ୍ବଂସ କରିବା ନେଇ ପ୍ରଶିକ୍ଷଣ, ଜାହାଜ ବୁଡ଼ାଇବାକୁ ଅଭ୍ୟାସ ସହିତ ରାଫେଲ୍‌ର ଗର୍ଜନ ବି ଶୁଣିବାକୁ ମିଳିବ । ଚୀନ୍‌ ସହିତ ବଢ଼ୁଥିବା ତିକ୍ତତା ମଧ୍ୟରେ ଏଭଳି ସାମୁହିକ ଯୁଦ୍ଧାଭ୍ୟାସର ଭୂରାଜେନୖତିକ ମହତ୍ତ୍ବ ରହିଛି । ଆମେରିକା ଏବଂ ଏହାର ୟୁରୋପୀୟ ସହଯୋଗୀଙ୍କ ମଧ୍ୟରେ ନୂଆ ପ୍ରତିରକ୍ଷା ଚୁକ୍ତି ହୋଇଛି । ଏହା ସହ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଏମାନେ ନିଜ ନିଜର ସୈନ୍ୟ କ୍ଷମତା ବୃଦ୍ଧି କରିଛନ୍ତି ।

 ଅନ୍ୟପଟେ ତାଇଓ୍ବାନ ଉପକୂଳରେ ଚୀନ୍‌ ନିଜର ସୈନ୍ୟ ଗତିବିଧି ବଢ଼ାଇ ଦେଇଛି । ଏହା ସହ ଫିଲିପାଇନ୍ସ ସୀମାରେ ଚୀନ୍‌ର ଯୁଦ୍ଧାଜାହାଜର ଉପସ୍ଥିତି ମଧ୍ୟ ବିଶ୍ବରେ ନୂଆ ବିବାଦକୁ ଜନ୍ମ ଦେଇଛି । ଇଣ୍ଡୋ-ପାସିଫିକ୍‌ କ୍ଷେତ୍ରରେ କ୍ଷେତ୍ରୀୟ ଦାବିକୁ ନେଇ ଚୀନ୍‌, ତାଇଓ୍ବାନ, ଫିଲିପାଇନ୍ସ, ଭିଏତନାମ ଏବଂ ମାଲେସିଆ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଏହାକୁ ନଜରରେ ରଖି ଆମେରିକା ଏବଂ ବହୁ ନାଟୋ ସଦସ୍ୟ ଦେଶ ଏହି କ୍ଷେତ୍ରରରେ ନିଜର ଉପସ୍ଥିତି ଜାହିର କରିବାକୁ ମଧ୍ୟ ପ୍ରଚେଷ୍ଟା ଜାରି ରଖିଛନ୍ତି । 

 

  • China
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.