ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ଟ୍ରମ୍ପଙ୍କୁ ନେଇ ଏକ୍ସରେ କମଲା ହ୍ୟାରିସ ଏବଂ ଏଲନ ମସ୍କ ମୁହାଁମୁହିଁ

Image Courtesy: indiatoday

ଓ୍ବିଶିଂଟନ ଡିସି: ଟେସ୍‌ଲା ସିଇଓ ଏବଂ ସ୍ପେଶ ଏକ୍ସ ମାଲିକ ଏଲନ ମସ୍କ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି । ଏବେ ପୁଣି ଥରେ ମସ୍କ ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ଟାର୍ଗେଟ କରି ଚର୍ଚ୍ଚାକୁ ଆସିଛନ୍ତି ।ଗର୍ଭପାତ ଉପରେ ପ୍ରତିବନ୍ଧକକୁ ନେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟକୁ କଦର୍ଥ କରିଥିବା ଅଭିଯୋଗ କରି କମଲା ହ୍ୟାରିସଙ୍କ ଉପରେ ବର୍ଷିଛନ୍ତି ଏଲନ ମସ୍କ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେ କମଲା ହ୍ୟାରିସଙ୍କୁ ସମାଲୋଚନା କରିଛନ୍ତି ।

କମଲା ହ୍ୟାରିସ ଏକ୍ସରେ ଲେଖିଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପ ଦେଶରେ ଗର୍ଭପାତ ଉପରେ ପ୍ରତିବନ୍ଧକ ଲଗାଇବେ । ଏହାକୁ ରୋକିବାକୁ ଏବଂ ମହିଳାଙ୍କୁ ପ୍ରଜନନ ସ୍ବାଧୀନତା ଫେରାଇବା ଲାଗି ମୁଁ ଏବଂ ରାଷ୍ଟ୍ରପତି ଜୋ ବାଇଡେନ୍‌ ପୁରା ଶକ୍ତି ଖଟାଇ ଦେବୁ । ଏହା ସହ ଉପରାଷ୍ଟ୍ରପତି କିଛି ଖବରର ଲିଙ୍କ ମଧ୍ୟ ଶେୟାର କରିଛନ୍ତି । 




କମଲା ହ୍ୟାରିସଙ୍କ ପୋଷ୍ଟରେ ଜବାବ ଦେଇ ମସ୍କ କହିଛନ୍ତି, ପଲିଟିସିଆନ କିମ୍ବା ଅତିକମ୍‌ରେ ଜଣେ ଇଣ୍ଟର୍ଣ୍ଣ ଯିଏ ଏକ୍ସ ବ୍ୟବହାର କରୁଛନ୍ତି ସେମାନେ କେବେ ବୁଝିବେ ଯେ ଏହି ମଞ୍ଚରେ ମିଛ କାମ ଦିଏନି । ଏହା ସହ ବାଇଡେନଙ୍କ ସହ ଡିବେଟ ସମୟରେ ଏଭଳି କୌଣସି ଆଇନ୍‌ ଆଣିବେ ନାହିଁ ବୋଲି ଟ୍ରମ୍ପ କହିଥିବା ନେଇ ମସ୍କ ଏକ୍ସରେ ଲେଖିଛନ୍ତି । 

  • Elon Musk
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.