ପ୍ରମୂଖ ଖବର
  • ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ କିଛି ଘଣ୍ଟାର ଅପେକ୍ଷା..ରଥଖଳାରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାରରେ ଲାଗିବ ରଥତ୍ରୟ
  • ||
  • ଉମରକୋଟ: ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର
  • ||
  • ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ: ୨୪ରେ ଉପବାଚସ୍ପତି ନିର୍ବାଚନ,୨୫ରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଶନିବାର ଜିମ୍ବାୱେ-ଭାରତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଯୁବ ବାହିନୀ
  • ||
  • ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନ ରହିବେ, ଗୁଣ୍ଡିଚା ଯାତ୍ରା ଦେଖିବେ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ, ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ
  • ||
  • ୭ରେ ଲଘୁଚାପ: ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
  • ||

ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ରହିବେ କି ନାହିଁ ବିଚାର କରୁଛନ୍ତି ବାଇଡେନ: ରିପୋର୍ଟ

Image Courtesy: economist

ଓ୍ବାସିଂଟନ ଡିସି: ଆମେରିକାର ରାଷ୍ଟ୍ରପତି ନିର୍ବାଚନକୁ ନେଇ ଚର୍ଚ୍ଚା ଲାଗିରହିଛି । ଡେମୋକ୍ରେଟିକ୍‌ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କୁ ହଟାଇବାକୁ ଦଳର ନେତାମାନେ ଦାବି କରିଛନ୍ତି । ଏହାରି ମଧ୍ୟରେ ନିଜେ ବାଇଡେନ୍‌ ଆଗକୁ ନିର୍ବାଚନ ଦୌଡ଼ରେ ରହିବେ କି ନାହିଁ ବିଚାର କରୁଛନ୍ତି ବୋଲି ନିଜର ସହଯୋଗୀଙ୍କୁ କହିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ରାଷ୍ଟ୍ରପତି ନିର୍ବାଚନରେ ବାଇଡେନ୍‌ ନିଜର ନିକଟତମ ପ୍ରତିଦ୍ବନ୍ଦୀ ରିପବ୍ଲିକାନ୍‌ ପାର୍ଟିର ଡୋନାଲ୍ଡ ଟ୍ରମ୍ପଙ୍କୁ ଟକ୍କର ଦେବାରେ ମଧ୍ୟ ବିଫଳ ହେଉଥିବା ଦେଖିବାକୁ ମିଳୁଛି ।

ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଦେଶର ପୁଣି ଥରେ ରାଷ୍ଟ୍ରପତି ହେବା ଲାଗି ସେ ଲୋକଙ୍କୁ ବୁଝାଇବାରେ ସମର୍ଥ ହେବେ କି ନାହିଁ ବାଇଡେନ୍‌ ଏହା ଉପରେ ବିଚାର କରୁଛନ୍ତି । ଏପରିକି ଆଗାମୀ କେତେକ ଡିବେଟ୍‌ରେ ଯଦି ଭଲ ନକରିପାରନ୍ତି ତେବେ ଲୋକଙ୍କୁ ବୁଝାଇବା କଷ୍ଟକର ହୋଇପଡ଼ିବ ବୋଲି ଖୋଦ ବାଇଡେନ୍‌ ନିଜର ଜଣେ ଘନିଷ୍ଠ ସହଯୋଗୀଙ୍କୁ କହିଥିବା ଜଣାପଡ଼ିଛି । ଆଗକୁ ଏବିସି ନ୍ୟୁଜର ଜର୍ଜ ଷ୍ଟେଫାନୋଫୋଲସଙ୍କ ସହ ବାଇଡେନଙ୍କ ଏକ ସାକ୍ଷାତକାର ହେବାର ଅଛି । ବାଇଡେନଙ୍କ ସହଯୋଗୀ ଆହୁରି ମଧ୍ୟ କହିଛନ୍ତି ଯେ ‘ଯଦି ଆଗକୁ ଏଭଳି ଦୁଇଟି ଇଭେଣ୍ଟ ହୁଏ ତେବେ ବାଇଡେନ୍‌ ଜାଣିଛନ୍ତି ସପ୍ତାହ ଶେଷ ସୁଦ୍ଧା ସେ କେଉଁଠି ଥିବେ । କିନ୍ତୁ ନ୍ୟୁୟର୍କ ଟାଇମ୍ସର ଏହି ରିପୋର୍ଟରେ ଅସହମତି ପ୍ରକାଶ କରିଛି ହ୍ବାଇଟ୍‌ ହାଉସ୍‌ । ହ୍ବାଇଟ୍‌ ହାଉସ୍‌ର ଜଣେ ମୁଖପାତ୍ର କହିଛନ୍ତି ଯେ, ଏହି ରିପୋର୍ଟରେ ଯେଉଁ ଦାବି ହୋଇଛି ତାହା ସମ୍ପୂର୍ଣ୍ଣ ଭୁଲ । 

ଜୁନ୍‌ ୨୭ରେ ଟ୍ରମ୍ପଙ୍କ ସହ ଡିବେଟ୍‌ ସମୟରେ ବାଇଡେନ ସ୍ପଷ୍ଟ କହିପାରି ନଥିଲେ । ଏହାକୁ ନେଇ ଭୋଟରଙ୍କ ଗହଣରେ ଆଶଙ୍କା ପ୍ରକାଶ ପାଇଛି । ଆଉ ୪ ବର୍ଷ ବାଇଡେନ୍‌ ଦେଶର ଦାୟିତ୍ବ ନେଇପାରିବେ କି ନାହିଁ ତାଉପରେ ପ୍ରଶ୍ନ ଉଠିଛି । ରୟଟର୍ସରେ ପ୍ରକାଶିତ ଖବର ଅନୁସାରେ, ପ୍ରତି ୩ ଜଣରୁ ଜଣେ ଡ୍ରେମୋକ୍ରେଟିକ୍‌ ନେତା ଭାବୁଛନ୍ତି ଗତ ସପ୍ତାହରେ ଟ୍ରମ୍ପଙ୍କ ସହ ଡିବେଟ୍‌ ପରେ ବାଇଡେନ୍‌ ରାଷ୍ଟ୍ରପତି ନିର୍ବାନରୁ ଓହରିଯିବା ଦରକାର।  କିନ୍ତୁ ଡୋନାଲ୍ଡ ଟ୍ରମ୍ପଙ୍କୁ ମାତ ଦେବାକୁ ଅନ୍ୟ କୌଣସି ଡେମୋକ୍ରେଟିକ୍ ନେତା ବାଇଡେନଙ୍କ ଠାରୁ ଅଧିକ ଭଲ ପ୍ରଦର୍ଶନ କରିପାରିବେ ନାହିଁ । 

ସେପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ କରାଯିବ ନା ନାହିଁ ତାକୁ ନେଇ ଡେମୋକ୍ରେଟିକ୍ ପାର୍ଟିର ଶୀର୍ଷ ନେତୃତ୍ୱ ମଧ୍ୟରେ ମତଭେଦ ଆରମ୍ଭ ହୋଇଛି । ଏହାରି ଭିତରେ ଆମେରିକାର ଜଣେ ବିଶିଷ୍ଟ ସାମ୍ବାଦିକ କାର୍ଲସନ ଦାବି କରିଛନ୍ତି ଯେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଡିମେନସିଆ (ଭୁଲିଯିବା ରୋଗ) ହୋଇଛି ଏବଂ ମେନ୍ ଷ୍ଟ୍ରିମ୍ ମିଡିଆ ଏହି ତଥ୍ୟକୁ ଲୁଚାଇଥିବା ଅଭିଯୋଗ ଆଣିଛନ୍ତି । ଫକ୍ସ ନ୍ୟୁଜର ପୂର୍ବତନ ଉପସ୍ଥାପକ ଏହା ମଧ୍ୟ ଦାବି କରିଛନ୍ତ ଯେ, ଡେମୋକ୍ରେଟ୍ ଖୁବଶୀଘ୍ର ବାଇଡେନଙ୍କ ସ୍ଥାନରେ କମଲା ହାରିସଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିପାରେ । କାର୍ଲସନଙ୍କ ଏହି ଦାବି ଜୁନ୍ ୨୭ରେ ଆଟଲାଣ୍ଟରେ ହୋଇଥିବା ପ୍ରଥମ ପ୍ରେସିଡେଣ୍ଟସିଆଲ ଡିବେଟ୍‌ର କିଛି ଦିନ ପରେ ଆସିଛି । 

  • America
  • Donald Trump
  • joe biden
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.