ପ୍ରମୂଖ ଖବର
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ଆଣ୍ଟାର୍କଟିକାରେ ଠାବ ହେଲା ୪ କୋଟି ବର୍ଷ ତଳର ନଦୀ

ନୂଆଦିଲ୍ଲୀ ୦୫/୦୭: ଆଣ୍ଟାର୍କଟିକାର ବରଫ ଚାଦର ତଳେ ଏକ ଉଲ୍ଲେଖନୀୟ ତଥ୍ୟ ସାମ୍ନାକୁ ଆସିଛି । ପ୍ରାୟ ୪ କୋଟି ବର୍ଷ ତଳର ଏକ ପ୍ରାଚୀନ ନଦୀ ପ୍ରଣାଳୀ ଏଠାରେ ଠାବ କରାଯାଇଛି । ଜର୍ମାନୀର ପୋଲାର ଆଣ୍ଡ ମେରାଇନ୍‌ ରିସର୍ଚ୍ଚରେ ମୁତୟନ ଅଲଫ୍ରେଡ୍‌ ୱେଜେନର ଇନ୍‌ଷ୍ଟିଚ୍ୟୁଟ୍‌ ହେମ୍‌ହୋଲ୍‌ଟଜ ସେଣ୍ଟର୍‌ର ଭୂବୈଜ୍ଞାନିକ ଜୋହାନ କ୍ଲେଗ୍ସଙ୍କ ନେତୃତ୍ୱାଧୀନ ଏକ ବୈଜ୍ଞାନିକ ଟିମ୍‌ ଏହା ଆବିଷ୍କାର କରିଛନ୍ତି । ପୃଥିବୀର ଅତୀତ ଓ ଭବିଷ୍ୟତ ଜଳବାୟୁ ସମ୍ପର୍କିତ ଅନନ୍ୟ ତଥ୍ୟ ଏହା ପ୍ରଦାନ କରିଥିବା ସେମାନେ କହିଛନ୍ତି ।

୨୦୧୭ ମସିହାରେ ବୈଜ୍ଞାନିକମାନେ ପୋଲାରଷ୍ଟର୍ନ ଜାହାଜରେ ଏକ ଅଭିଯାନରେ ଯାଇଥିବା ବେଳେ ଏହି ପ୍ରାଚୀନ ନଦୀ ବିଷୟରେ ଜାଣିବାକୁ ପାଇଥିଲେ । ସେମାନେ ଏଥିଲାଗି ଉନ୍ନତ ସିଫ୍ଲୋର୍‌ ଡ୍ରିଲିଂ ଯନ୍ତ୍ର ବ୍ୟବହାର କରିଥିଲେ । ପଶ୍ଚିମ ଆଣ୍ଟାର୍କଟିକାର ବରଫାବୃତ୍ତ ସମୁଦ୍ରଶଯ୍ୟା ମଧ୍ୟରେ ସେମାନେ ପଙ୍କ ଓ ପଥର ନମୁନା ସଂଗ୍ରହ କରିଥିଲେ । ଏହି ନମୁନା ଏକ ବିଶାଳ ନଦୀ ପ୍ରଣାଳୀର ଉପସ୍ଥିତିର ପ୍ରମାଣ ଦେଲା, ଯାହା ଦିନେ ଉକ୍ତ ମହାଦେଶରେ ପ୍ରବାହିତ ହେଉଥିଲା । ପ୍ରାୟ ୧ ହଜାର ମାଇଲ ବିସ୍ତୃତ ଏହି ବିଶାଳ ନଦୀ ମଧ୍ୟ-ବିଳମ୍ବିତ ଇଓସିନ ଯୁଗର । ଏହି ଅବଧି ୩.୪ରୁ ୪.୪ କୋଟି ବର୍ଷ ପୂର୍ବର । ସେତେବେଳେ ପୃଥିବୀର ବାୟୁମଣ୍ଡଳ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଇ ଗତି କରିଥିଲା । 

ଇଓସିନ ଯୁଗରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ସ୍ତର ବର୍ତ୍ତମାନ ତୁଳନାରେ ପ୍ରାୟ ଦୁଇଗୁଣ ଥିଲା । ଉଚ୍ଚ ମାତ୍ରାର ଏହି ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ ଯୋଗୁ ଜଳବାୟୁ ଖୁବ୍‌ ଉଷ୍ଣ ଥିଲା । ଫଳରେ ପୃଥିବୀରେ ଆଦୌ ବରଫ ଚାଦର ନ ଥିଲା । ତେବେ, ଅଙ୍ଗାରକାମ୍ଳ ସ୍ତର ହ୍ରାସ ପାଇବା ସହିତ ପୃଥିବୀ ବାୟୁମଣ୍ଡଳ ଥଣ୍ଡା ହେଲା । ତାହା କ୍ରମେ ଗ୍ଲାସିଅର ଗଠନ ଓ ବରଫାବୃତ୍ତ ଆଣ୍ଟାର୍କଟିକା ନିର୍ମାଣକୁ ତ୍ୱରାନ୍ୱିତ କଲା । ଚରମ ଜଳବାୟୁ ପରିବର୍ତ୍ତନ କିଭଳି ହେଲା ଏବଂ ତାହା ପୃଥିବୀକୁ କିଭଳି ପ୍ରଭାବିତ କଲା, ସେ ସମ୍ପର୍କରେ ଏହି ପ୍ରାଚୀନ ନଦୀ ପ୍ରଣାଳୀ ମୂଲ୍ୟବାନ ତଥ୍ୟ ପ୍ରଦାନ କରିଛି ବୋଲି ବୈଜ୍ଞାନିକମାନେ କହିଛନ୍ତି ।

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.