ପ୍ରମୂଖ ଖବର
  • ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ କିଛି ଘଣ୍ଟାର ଅପେକ୍ଷା..ରଥଖଳାରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାରରେ ଲାଗିବ ରଥତ୍ରୟ
  • ||
  • ଉମରକୋଟ: ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର
  • ||
  • ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ: ୨୪ରେ ଉପବାଚସ୍ପତି ନିର୍ବାଚନ,୨୫ରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଶନିବାର ଜିମ୍ବାୱେ-ଭାରତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଯୁବ ବାହିନୀ
  • ||
  • ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନ ରହିବେ, ଗୁଣ୍ଡିଚା ଯାତ୍ରା ଦେଖିବେ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ, ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ
  • ||
  • ୭ରେ ଲଘୁଚାପ: ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
  • ||

ବଲେ ବଲେ ଢାବା ପରେ ଚର୍ଚ୍ଚାରେ କୁସୁମାର ବିଳାସପୂର୍ଣ୍ଣ ବଙ୍ଗଳା, ଖର୍ଚ୍ଚ ହୋଇଛି ୨୦ କୋଟିରୁ ଅଧିକ ଟଙ୍କା!ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ଯାଜପୁର,୦୪/୦୭: ସରକାର ବଦଳିବା ପରେ ଏବେ ଯାଜପୁର ଜିଲ୍ଲାରେ ବହୁ ବେଆଇନ୍‌ ନିର୍ମାଣ ଓ ଜବରଦଖଲ ସାମ୍ନାକୁ ଆସିବାରେ ଲାଗିଛି । ଧର୍ମଶାଳା ବ୍ଲକରେ ଚାଲିଥିବା ବଲେ ବଲେ ଢାବା ସିଲ୍‌ ପରେ ଏବେ କୁସୁମା ପୋଖରୀ ପରିସରରେ ନିର୍ମାଣ ହୋଇଥିବା ଦୁଇଟି ବିଳାସପୂର୍ଣ୍ଣ ବଙ୍ଗଳାକୁ ନେଇ ଚର୍ଚ୍ଚା ଜୋର ଧରିଛି ।  

ଏହି ବଙ୍ଗଳାଗୁଡ଼ିକୁ କାହିଁକି ନିର୍ମାଣ  କରାଯାଇଛି, ଏଥିପାଇଁ ଅର୍ଥ ଆସିଲା କେଉଁଠାରୁ  ଓ କିଏ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ  ନେଇଛି, ଏମିତି ଅନେକ ପ୍ରଶ୍ନ ଉଠିଛି । କୁସୁମା ଯାଜପୁର ପୌରପାଳିକା ଅଧୀନରେ ରହିଥିଲେ ବି ପୌର ପ୍ରଶାସନ ମଧ୍ୟ ଏ ବିଷୟରେ ଠିକ୍‌ ଉତ୍ତର ଦେଇପାରୁନାହିଁ । ପୌର ପ୍ରଶାସନ କେବଳ ଜାଗା ଦେଇଛି, ଏହି ଗୃହ ସେମାନଙ୍କ ଅଧୀନରେ ନାହିଁ ବୋଲି ସୂଚନା ଦେଇଛନ୍ତି ।  

କୁସୁମାରେ ଥିବା ଦୁଇଟି ବିଳାସପୂର୍ଣ୍ଣ  ବଙ୍ଗଳା କେଉଁ ଅର୍ଥରେ ଓ କାହିଁକି ନିର୍ମାଣ କରାଯାଇଛି ତାହାର ବିଧିବଦ୍ଧ ତଦନ୍ତ କରିବା ପାଇଁ ଯାଜପୁର ପୌରପାଳିକାକୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ନିର୍ଦ୍ଦେଶ ଦେଇଛନ୍ତି । ଏହା କେଉଁ ସଂସ୍ଥା ନିର୍ମାଣ କରିଛି ଓ ବୈଧତା  ନେଇ ଜିଲ୍ଲାପାଳ ରିପୋର୍ଟ ମାଗିଛନ୍ତି । ରିପୋର୍ଟ ମିଳିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । 

ବଙ୍ଗଳାଗୁଡ଼ିକ କ୍ରୀଡ଼ା ବିଭାଗ ଅଧୀନରେ ଥିବା ବିଶେଷ ସୂତ୍ରରୁ ସୂଚନା ମିଳିଥିବା ବେଳେ କ୍ରୀଡ଼ା ବିଭାଗର ଅଧିକାରୀଙ୍କ କହିବାନୁଯାୟୀ କୁସୁମାରେ କ୍ରୀଡ଼ା ବିଭାଗର କୌଣସି ବଙ୍ଗଳା ନାହିଁ । ବହୁ ଅର୍ଥ ଖର୍ଚ୍ଚ ହୋଇ ନିର୍ମାଣ ହୋଇଥିବା ଶିଶୁ ଉଦ୍ୟାନକୁ ଭାଙ୍ଗି ଏହି ବିଳାସପୂର୍ଣ୍ଣ ବଙ୍ଗଳାଗୁଡ଼ିକ ନିର୍ମାଣ କରାଯାଇଥିଲା । ଏଥିପାଇଁ  ପ୍ରାୟ ୨୦କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଚର୍ଚ୍ଚା ହେଉଛି । କୁସୁମାକୁ ଟିକଟ୍‌ କାଟି ବୁଲିବାକୁ  ଅନୁମତି ଥିଲେ ମଧ୍ୟ ଏହି ବଙ୍ଗଳାଗୁଡ଼ିକ ନିକଟକୁ  ଯିବା ପାଇଁ କାହାରିକୁ ଅନୁମତି ମିଳୁନଥିଲା ।  

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କୁସୁମା  ପୋଖରୀର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟୀକରଣ  କାର୍ଯ୍ୟ ନିମନ୍ତେ ଗୃହ ଓ ନଗର ଉନ୍ନୟନ ବିଭାଗ  ପକ୍ଷରୁ ୨୦୧୧ରେ ଅନୁମତି ମିଳିଥିଲା । ଏଥିପାଇଁ  ପ୍ରାୟ ୨୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ୨୦୧୮  ମାର୍ଚ୍ଚ ୨୫ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ କୁସୁମା’ ପୋଖରୀକୁ ଉଦ୍‌ଘାଟନ  କରିଥିଲେ । ୨୦୧୯-୨୦ରେ କୁସୁମାରେ ବୋଟିଂ  ଓ ମ୍ୟୁଜିକାଲ ଫାଉଣ୍ଡେସନ ପାଇଁ ୬ କୋଟି ୬୯  ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଏହା ଉଦ୍‌ଘାଟନ  ହେବାର ପ୍ରାୟ ୧୦ ମାସ ପରେ ସାଧାରଣ ଲୋକଙ୍କ  ନିମନ୍ତେ ପ୍ରବେଶ ଅନୁମତି ମିଳିଥିଲା । ଏଥିପାଇଁ  ଯାଜପୁର ପୌରପାଳିକା ୩୦ ଟଙ୍କା ଟିକେଟ୍‌ ଧାର୍ଯ୍ୟ  କରିଥିଲେ । ଏଥିରେ ବୋଟିଂର ବ୍ୟବସ୍ଥା ମଧ୍ୟ  କରାଯାଇଛି । ହେଲେ ପୋଖରୀ ପାଣିକୁ ଲାଗି  ରହିଥିବା ବଙ୍ଗଳାକୁ ବ୍ୟବହାର ପାଇଁ ସାଧାରଣ  ଲୋକ ତଥା ପର୍ଯ୍ୟଟକଙ୍କୁ ଅନୁମତି ମିଳୁନଥିଲା । 

ଅନ୍ୟପକ୍ଷରେ ଆଗାମୀ ଦିନରେ ଏହି  ବଙ୍ଗଳାଗୁଡ଼ିକୁ ଗେଷ୍ଟ ହାଉସ୍‌ ଭାବେ ସର୍ବସାଧାରଣ  ବ୍ୟବହାର ପାଇଁ ବ୍ୟବସ୍ଥା କରାଯିବ । ଇକୋ  ଟୁରିଜିମ୍‌ ସହ ଆଲୋଚନା କରାଯାଇ ଅନ୍‌ଲାଇନ  ବୁକିଂରେ ଲୋକଙ୍କୁ ଭଡ଼ା ଦିଆଯିବ । ଯାହାଦ୍ୱାରା  ସରକାରଙ୍କର ରାଜସ୍ୱ ମଧ୍ୟ ଆଦାୟ ହେବ  ବୋଲି ଜିଲ୍ଲାପାଳ ଶ୍ରୀ କଲ୍ୟାଣ କହିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.