ପ୍ରମୂଖ ଖବର
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଭିଜିଲାନ୍ସ ଜାଲରେ ଜେଇ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ବୋଲଗଡ଼, ୦୬/୦୭ : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ଗତକାଲି ବେଗୁନିଆ ତହସିଲ ଅନ୍ତର୍ଗତ ସିକୋ ରାଜସ୍ଵ ନିରୀକ୍ଷକ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ଆଜି ସକାଳୁ ପୁଣି ଲାଞ୍ଚ ନେବା ଅଭିଯୋଗରେ ବୋଲଗଡ଼ ବ୍ଲକର କନିଷ୍ଠ ଯନ୍ତ୍ରୀ ନୃସିଂହ ଚରଣ ପ୍ରଧାନ ଭିଜିଲାନ୍ସ ଜାଲରେ ପଡିଛନ୍ତି। ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି। 

ସୂଚନାନୁଯାୟୀ, ସାଂସଦ ପାଣ୍ଠି ବିନିଯୋଗରେ ବୋଲଗଡ଼ ବ୍ଲକ ଖଙ୍ଗୁରିଆ ଗ୍ରାମପଞ୍ଚାୟତ ଗବଡ଼ି ଗ୍ରାମରେ ନିର୍ମାଣ ହୋଇଥିବା ଏକ କୋଠାଘର ବିଲ୍ ପାସ କରିବା ପାଇଁ ବ୍ଲକ କନିଷ୍ଠ ଯନ୍ତ୍ରୀ ନୃସିଂହ ଚରଣ ପ୍ରଧାନ ଲାଞ୍ଚ ମାଗିଥିଲେ। ଆଜି ୧୯ ହଜାର ଦୁଇ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ନୟାଗଡ଼ ଓ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ମାଡି ବସିଛି। ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ଭିଜିଲାନ୍ସ ଦ୍ୱାରା ଦିଆଯାଇଥିବା ରଙ୍ଗ ବୋଳା ନୋଟ ଜବତ ହୋଇଛି। ଯନ୍ତ୍ରୀଙ୍କ ବ୍ଲକ ପରିସର ସ୍ଥିତ ସରକାରି କାର୍ଯ୍ୟାଳୟ ଠାରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ଲାଞ୍ଚ ଟଙ୍କା ଜବତ କରିଵା ପରେ ତାଙ୍କ ସରକାରୀ କ୍ୱାର୍ଟରରୁ ନଗଦ ୨ ଲକ୍ଷ ୧୬ ହଜାର ୯ ଶହ ନଗଦ ଟଙ୍କା ଜବତ କରିଛି। କନିଷ୍ଠ ଯନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଭିଜିଲାନ୍ସ ନିଜ ହେପାଜତକୁ ନେଇ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି। ଚଢ଼ାଉ ବେଳେ ବ୍ଲକ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭିନ୍ନ କାଗଜପତ୍ର ଯାଞ୍ଚ୍ କରିଛି। ସେହିପରି ଭିଜିଲାନ୍ସ ପକ୍ଷରୁ ଦୁଇଟି ଟିମ୍ ଯନ୍ତ୍ରୀଙ୍କ ଦେବଗଡ଼ ସ୍ଥିତ ପୈତୃକ ବାସଭବନରେ ମଧ୍ୟ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି। ବୋଲଗଡ ବ୍ଲକରେ ଭିଜିଲାନ୍ସ ଚଢ଼ାଉ ପରେ କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.