ପ୍ରମୂଖ ଖବର
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ମୋତିଗାଁରେ ୪୦ତମ ଶାରଦୀୟ ଦୁର୍ଗାପୂଜା ଆରମ୍ଭ, ୯ ଦିନ ପୂଜା ପାଇବେ ମା’

ଚନ୍ଦାହାଣ୍ଡି,୪/୧୦ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ବାରୀଗୁଡା ପଞ୍ଚାୟତ ଅଧିନ ମୋତିଗାଁ ଗ୍ରାମରେ ୪୦ତମ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଯାଇଛି l ଗତ ଗୁରୁବାର ସନ୍ଧ୍ୟା ୫ଟା ସମୟରେ କଳସ ଯାତ୍ରା ଅନୁଷ୍ଠିତ ହେବା ସହ ୯ଜଣ ନବ କନ୍ୟାଙ୍କ ମୁଣ୍ଡରେ କଳସ ବହନ କରାଯାଇଥିଲା । ପରେ ପାରମ୍ପରିକ ବାଦ୍ୟ ବାଜଣା ସହ ଭଣ୍ଡାର ନଦୀରୁ ପାଣି ଆଣି ସୁଭ କଳସ ସ୍ଥାପନ କରାଯାଇଥିଲା । ଏହାପରେ ବରିଷ୍ଠ ପୁରୋହିତ ରାଜେନ୍ଦ୍ର ପଣ୍ଡାଙ୍କ ମନ୍ତ୍ର ଉଚ୍ଚା ରଣ ସହ ରାତି ୧୨ଟା ସମୟରେ ମା’ଙ୍କୁ ଚକ୍ଷୁ ଦାନ କରାଯାଇଥିଲା l  

ଶୁକ୍ରବାର ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମା’ ଦଶ ଭୂଜା l ଚଳିତ ବର୍ଷ ପୂଜା କମିଟିର ସଭାପତି ଭାବେ ସମାଜସେବୀ, ମହେଶ୍ୱର ଟୋଲଟିଆ କାର୍ଯ୍ୟ ସମ୍ପାଦନା କରୁଥିବାବେଳେ ସମ୍ପାଦକ ଚରଣ ସିଂ ବେଶ୍ରା, କୋଷାଧ୍ୟକ୍ଷ, ନରେଶ୍ୱର ବେଶ୍ରା, ଉପଦେଷ୍ଟା ଭାବେ, ନୀଳାମ୍ବର ବାଘ, ଭୁବନେଶ୍ୱର ବେଶ୍ରା, ଉତ୍ତମ ଲାଳ ତ୍ରିପାଠୀ, ମନୋଜ ତ୍ରିପାଠୀ ଉପଦେଷ୍ଟା ଭାବେ ରହିଥିଲେ । ଚଳିତ ବର୍ଷ କର୍ତ୍ତା ଭାବରେ ଗ୍ରାମର ନଟବର ନାୟକ  ଏବଂ ତାଙ୍କର ଧର୍ମପତ୍ନୀ କିୟା ଦେଇ ନାୟକ ରହିଛନ୍ତି l  

ଏଠାରେ ୯ଦିନ ପର୍ଯ୍ୟନ୍ତ ପୂଜା ପାଇବେ ମା’ ବୋଲି କମିଟିର ସଭାପତି ମହେଶ୍ୱର ଟୋଲଟିଆ ପ୍ରକାଶ କରିଛନ୍ତି l  ଲୋକଙ୍କ ମନୋରଞ୍ଜନ ପାଇଁ ପ୍ରତିଦିନ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ନାଟକ, ରେକର୍ଡ଼ ଡ୍ୟାନ୍ସ, ପରି ପ୍ରତିଯୋଗିତା ରଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି l ଗୋଟିଏ ପଟେ ମା’ଙ୍କ ପୂଜା ମଣ୍ଡପ ସମ୍ମୁଖରେ ଗାଁର ଜଣେ ବ୍ୟକ୍ତି   ଦେଶୀ ଜରି ମଦ, ସହ କୁକୁଡ଼ା କଟାକୁ ନେଇ ଭକ୍ତ ଏବଂ ମା’ଙ୍କ ନବରାତ୍ରି ପାଳନ କରୁଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ୍ଟ ଦେଖା ଦେଇଛି l ମାଁଙ୍କ ପୂଜା ସମ୍ମୁଖରେ ଏତାଦୃ ମଦ ମାଂସ ବିକ୍ରି ହିନ୍ଦୁ ଧର୍ମ ପାଇଁ ଏକ ଅପମାନ ବୋଲି ଏଠାରେ ଚର୍ଚ୍ଚା ଜୋର ଧରିଛି l ଏ ଦିଗରେ ଅବକାରୀ ବିଭାଗକୁ ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରାଯାଇଛି l ଏ ସମ୍ପର୍କରେ ଉମରକୋଟ ଅବକାରୀ ନିରୀକ୍ଷକ ରଞ୍ଜିତା ବାରିକଙ୍କୁ ପଚାରିବାରୁ ତୁରନ୍ତ ରେଡ ମାରି ମଦ ବିକ୍ରି ବନ୍ଦ ପାଇଁ ପଦକ୍ଷେପ ନେବେ ବୋଲି ସେ ପ୍ରକାଶ କରିଛନ୍ତି l ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ କମିଟି ଏବଂ ଗ୍ରାମବାସୀ ଦାବି କରିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.