ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ବର୍ଷା ପାଗ ଯୋଗୁଁ ଆସିଲା ନି ହେଲିକେପ୍ଟର, ବଣ୍ଡା ଘାଟିକୁ କାରରେ ଗଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

Published By : Prameya | December 20, 2024 5:06 PM

ମାଲକାନଗିରି/ଖଇରପୁଟ, ୨୦/୧୨ :  ମେଘୁଆ ପାଗ ଯୋଗୁଁ ଆସିଲା ନି ହେଲିକେପ୍ଟର । ଜୟପୁରରୁ ବଣ୍ଡା ଘାଟିକୁ କାର ଯୋଗେ ପହଁଚିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । କଥା ଦେଇ କଥା ରଖିଲେ ଉପ ମୁଖ୍ୟମନ୍ତ୍ରୀ ।   କେହି ବି ଜଣେ ପ୍ରକୃତ ହିତାଧିକାରୀ ଯେପରି ସୁଭଦ୍ରା ଯୋଜନାରୁ ବଞ୍ଚିନ୍ତ ନ ହୁଅନ୍ତି ସେଥିପ୍ରତି ପ୍ରଶାସନିକ ଅଧିକାରୀଙ୍କୁ ତାଗିଦ କରିଛନ୍ତି।

ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡା ଆଜି ସକାଳେ ଜୟପୁରଠାରୁ ସ୍ୱତନ୍ତ୍ର କାରରେ ବଣ୍ଡାଘାଟି ମୁଦୁଲିପଡାଠାରେ ପହଁଚି ଶୀତାକୁଣ୍ଡ, ସ୍କୁଲ, ପର୍ଯ୍ୟଟନସ୍ଥଳୀ, ବଣ୍ଡା ଗାଁ ପରିଦର୍ଶନ କରିବା ସହିତ ବଣ୍ଡା ମହିଳାଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି । ବଣ୍ଡା ଘାଟିର ବିକାଶ ସହ ଆଦିମ ବଣ୍ଡା ଜନଜାତିଙ୍କର ଉନ୍ନତି ପ୍ରତି ଅଧିକ ଗୁରୁତ୍ୱ ଦେବା ପାଇଁ କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

ବଣ୍ଡାମହିଳାମାନେ ପାରମ୍ପରିକ ବାଦ୍ୟ ଇ ଭେଷ ଭୁଷାରେ ସଜିତ ହୋଇ ନୃତ୍ୟ ଗୀତ ମାଧ୍ୟମରେ ସୀତାକୁଣ୍ଡ ନିକଟକୁ ପାଛୋଟି ନେଇଥିଲେ । ଉପ ମୁଖ୍ୟମନ୍ତ୍ରୀ ବଣ୍ଡାଙ୍କ ଆଭୂଷଣ ପରିଧାନ କରି ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ଦେଲେ ପ୍ରତିଶ୍ରୁତି l ବର୍ଷାକୁ ଖାତିର ନ କରି  ଲୋକେ  ଅପେକ୍ଷା କରିଥିଲେ l ବଣ୍ଡା ଘାଟିରେ ପହଁଚିଲା ପରେ ତାଙ୍କର ପରମ୍ପରା ନାଚ ଗୀତରେ ସ୍ୱାଗତ ଜଣେଇ ପାଛୋଟି ନେଇଥିଲେ ବଣ୍ଡା ଜନଜାତି l ପରେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ l ୩ଟି ପର୍ଯ୍ୟାୟରେ ଟଙ୍କା ଛଡା ଯାଇଥିଲେ ସୁଦ୍ଧା କେତେ ବଣ୍ଡା ମହିଳା ସୁଭଦ୍ରା ଯୋଜନାରେ ବଞ୍ଚିତ ଅଛନ୍ତି l ଚତୁର୍ଥ ପର୍ଯ୍ୟାୟରେ ସେମାନଙ୍କ ନିଶ୍ଚୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି l ଏହା ସହିତ ବଣ୍ଡା ଜନଜାତିଙ୍କୁ ବ୍ୟକ୍ତିଗତ ଏବଂ ଗୋଷ୍ଠିଗତଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଧାନ କରିଥିଲେ l 

ପରେ ବଣ୍ଡା ମହିଳାଙ୍କ ସହ ବ୍ୟକ୍ତିଗତ ଭାବେ ଘାଟିର ସମସ୍ୟା ବିଷୟରେ ଗୋଟି ଗୋଟି କରି ପଚାରି ବୁଝିଥିଲେ l ପାନୀୟ ଜଳ, ରାସ୍ତା ଘାଟ ଅବ୍ୟବସ୍ଥା ନେଇ ଉଦବେଗ ପ୍ରକାଶ କରିଥିଲେ ଉପ ମୁଖ୍ୟମନ୍ତ୍ରୀ l ଏହାସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଧିକ ପଚାଶ ହଜାର ଟଙ୍କା ପ୍ରଧାନ କରାଯିବା ବୋଲି କହିଥିଲେ l ଅଧିକ ପଚାଶ ହଜାର ମିଳିବା ଦ୍ୱାରା ଆବାସ ହିତାଧିକାରୀ ବେଶ ଉପକୃତ ହେବେ ବୋଲି କହିଛନ୍ତି l ଏହାପରେ ବଣ୍ଡାଘାଟି  ସ୍ଥିତ ପ୍ରସିଦ୍ଧ ସୀତା କୁଣ୍ଡ ପରିଦର୍ଶନ କରି ମା’ସୀତା ଓ ସେଠାରେ ଥିବା ଶ୍ରୀରାମ ମନ୍ଦିର ଯାଇ  ପୂଜାର୍ଚ୍ଚନା କରିଥିଲେ l ସୀତା କୁଣ୍ଡକୁ ସାମଗ୍ରିକ ବିକାଶ ହେବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଏସପି ବିବେକା ନନ୍ଦ ଶର୍ମା, ଖଇରପୁଟ ବିଡିଓ, ବଣ୍ଡା ପ୍ରକଳ୍ପ ପ୍ରଶାସକ, ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.