ପ୍ରମୂଖ ଖବର
  • ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ସୁରମା ପାଢ଼ୀ, ବିଧାୟକ ତାରାବାହିନୀ ପତି ଉପରୁ ନିଲମ୍ବନ ହଟିବା ନେଇ ଆଲୋଚନା
  • ||
  • ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲା, ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ
  • ||
  • ପାଣ୍ଡେରାରେ ହେବ ଆଧୁନିକ ମାଛ ବଜାର, ଡବଲ ଇଞ୍ଜିନ ସରକାରଙ୍କୁ ଧନ୍ୟବାଦ ଦେଲେ ଅପରାଜିତା
  • ||
  • କଟକ : ଦେଶୀ ବନ୍ଧୁକ କାରଖାନାରେ ରେଡ୍‌, ୪ ଗିରଫ
  • ||
  • ଆମେରିକା ସ୍ପେସ୍ ଏଜେନ୍ସିଂର ରକେଟ୍ ଫେଲ, ମହାକାଶରୁ ସୁନୀତା ୱିଲିୟମ୍ସ, ୱିଲମୋର ବୁଚଙ୍କର ଫେରିବା ହେବ ବିଳମ୍ବ
  • ||
  • ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ଗଜପତି ମହାରାଜ, ଜିଲ୍ଲାପାଳ ଏବଂ ଶ୍ରୀମନ୍ଦିର ପ୍ରଶାସକ ଉପସ୍ଥିତ
  • ||
  • ବାଲେଶ୍ୱର : ପୁଅକୁ ଛୁରୀ ଭୁସି ହତ୍ୟା କଲା ନୃଶଂସ ବାପା, ଅଭିଯୁକ୍ତ ଅଟକ
  • ||
  • ଉତ୍ତରାଖଣ୍ଡ ଡେରାଡୁନରେ ହିଟି ଆଣ୍ଡ ରନ୍‌, କାର ଧକ୍କାରେ ୪ ଶ୍ରମିକଙ୍କ ଚାଲିଗଲା ଜୀବନ, ୨ ଜଣ ଗୁରୁତର
  • ||
  • ବଡ଼ଦେଉଳରେ ଦୋଳ ଉତ୍ସବ: ଆଜି ମେଣ୍ଢାପୋଡ଼ି, ଦୋଳବେଦିରେ ବିଜେ ହେବେ ଠାକୁରେ
  • ||
  • ଅସ୍ଥାୟୀ ମଣ୍ଡପ ନିକଟରେ ସ୍ଥାପନ ହେଲା ଶୁଭଖଣ୍ଟି: ଏପ୍ରିଲ ୩ରୁ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା, ୨୮ରେ ଶେଷ
  • ||
  • ଫଗୁଣରେ ନିର୍ଘାତ ତାତି: ୪୦ ଡେଇଁଲା ପାରଦ, ୧୬ ଯାଏ ଜଳାଇବ ଖରା, ୧୭ରେ ପରେ କାଳବୈଶାଖୀ !
  • ||

କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର

Published By : Prameya | December 20, 2024 5:59 PM

ଚନ୍ଦାହାଣ୍ଡି,୨୦/୧୨ :  ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ଧୂରୁଆପଡା ମେଡିକାଲ ସମ୍ମୁଖ ଏକ ବିଲରେ ଥିବା ପରିତକ୍ତ କୂଅରୁ ଜନୈକ ଯୁବକର ମୃତଦେହ ଉଦ୍ଧାର l ମୃତ ଯୁବକ ଜଣଙ୍କ ହେଉଛନ୍ତି ଧୂରୁଆପଡା ଗ୍ରାମର ରଘୁନାଥ ମାଝିଙ୍କ ପୁଅ ତିଳଚନ ମାଝି(୩୪) ବୋଲି ଚନ୍ଦାହାଣ୍ଡି ଥାନା ଅଧିକାରୀ ପ୍ରଶାନ୍ତ କୁମାର କୋଲର୍ସ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି l ଏ ନେଇ ଚନ୍ଦାହାଣ୍ଡି ଥାନା କେସ ନଂ ୧୦/୨୪ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି l  ଏହାର ତଦନ୍ତ ଭାର ଏଏସଆଇ ଲାବଣ୍ୟ ବେମାଲଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ଆଇଆଇସି କୋଲର୍ସ ସୂଚନା ଦେଇଛନ୍ତି l 

ପୋଲିସ ସୂତ୍ର ଅନୁସାରେ ଧୂରୁଆପଡା ଗ୍ରାମର ତିଳକଚନ ମାଝି ଗତ ବୁଧବାର ପରିବାର ଲୋକଙ୍କ ସହ ରାତିରେ ଖାଇ ସାରି ହଠାତ ଘରୁ କୁଆଡ଼େ ଚାଲି ଯାଇଥିଲେ l ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇ ତିଳଚନର ନିଖୋଜ ରିପୋର୍ଟ ଆଜି ଚନ୍ଦାହାଣ୍ଡି ଥାନାରେ ଦେଇଥିଲେ l  ଧୂରୁଆପଡା ମେଡିକାଲ ସମ୍ମୁଖରେ ଏକ ବିଲର ପରିତ୍ୟକ୍ତ କୂଅରେ ତିଳଚନର ମୃତଦେହ ଭାସୁଥିବା ଦେଖି ଲୋକେ ପରିବାରକୁ ଖବରଦେବା ସହ ପୋଲିସକୁ ଜଣାଇଥିଲେ । ମୃତକର ସାନ ଭାଇ ଭଜନ ମାଝି ଥାନାରେ ଏତଲା ଦେବା ପରେ ଥାନା ଅଧିକାରୀଙ୍କ ନିର୍ଦେଶ କ୍ରମେ ଏଏସଆଇ ଲାବଣ୍ୟ ବେମାଲ ଘଟଣାସ୍ଥଳକୁ ଯାଇ ଦମକଳ ବାହିନୀ ସହାୟତାରେ କୂଅରୁ ମୃତଦେହ ଉଦ୍ଧାର କରି ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିଲେ l 

ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି l ନିକଟସ୍ଥ ପୋଖରୀକୁ ଶୌଚ ହେବାକୁ ଆସିଥିବା ସମୟରେ ଅସାବଧାନତା ଯୋଗୁଁ କୂଅରେ ପଡିଯାଇଥିବା ପୋଲିସ ଅନୁମାନ କରୁଛି l

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.