ମାଲକାନଗିରି, ୪/୧୦ : ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ପକ୍ଷରୁ ୬ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆଶାକର୍ମୀମାନଙ୍କର ଦୀର୍ଘ ଦିନର ଦାବି ପୂରଣ ହୋଇ ହୋଇନାହିଁ । ଭାରତୀୟ ମଜଦୂର ସଂଘର ପରିଚାଳିତ ଓଡିଶା ରାଜ୍ୟ ଆଶା ଆଶାକର୍ମୀ ସଂଘ ପକ୍ଷରୁ ମାଲକାନଗିରି ଜିଲ୍ଲା ଶାଖା ସଭାନେତ୍ରୀ ସୁବାଶିନୀ ସାହାଣୀ ଓ ସମ୍ପାଦିକା ତାପତି ବିଶ୍ୱାସଙ୍କ ନେତୃତ୍ୱରେ ୬୦ରୁ ଊର୍ଦ୍ଧ୍ବ ଆଶାକର୍ମୀ ଆଜି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚିଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ଜରିଆରେ ୬ଦଫା ସମ୍ବିଳିତ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।
ଦାବି ଗୁଡିକ ମଧ୍ୟରେ ମୁଖ୍ୟତଃ ଜାତୀୟ ସ୍ବାସ୍ଥ୍ୟ ମିଶନ୍କୁ ସ୍ଥାୟୀ କରାଯାଉ । ଆଶାକର୍ମୀମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରାଯାଉ । ଯେ ପର୍ଯ୍ୟନ୍ତ ସରକାରୀ ମାନ୍ୟତା ଦିଆଯାଇନାହିଁ, ସେମାନଙ୍କୁ ୧୮,୦୦୦ଲେଖା ପ୍ରଦାନ କରାଯାଉ । ଆଶାକର୍ମୀମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯାଉ । ଅବସର ଆଶାକର୍ମୀଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇ ମାସିକ ୫ ହଜାର ପେନ୍ସନ୍ ଦିଆଯାଉ । ସବୁ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ଆଶାଗୃହ ନିର୍ମାଣ କରାଯାଉ ବୋଲି ଦାବି ଉଲେଖ୍ୟ ରହିଛି । ଆସନ୍ତା ୧୪ତାରିଖ ମଧ୍ୟରେ ଦାବି ଗୁଡିକ ପୂରଣ କରାନଗଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଦିବସୀୟ ଧାରଣା ଦେବାକୁ ନିଷ୍ପତି ନିଆଯାଇଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।