ଖଲ୍ଲିକୋଟ, ୪/୧୦ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାକୁଟୁ ଗାଁ ପଞ୍ଚାୟତର ପାରି ନୂଆଁ ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି । ରାଜନୈତିକ ଶତ୍ରୁତାକୁ ନେଇ ତିନି ଜଣ ଘରେ ପଶି ଖଣ୍ଡାରେ କଲେ ମରଣାନ୍ତକ ଆକ୍ରମଣ । ଆକ୍ରମଣର ଶିକାର ହୋଇଥିଲେ ବିପ୍ର ପ୍ରଧାନ ।
ପ୍ରକାଶ ଯେ, ବିପ୍ର ପ୍ରଧାନଙ୍କ ଘରେ ପଶି ସାଗର ପ୍ରଧାନ, ମିଟୁ ସାହୁ ଓ ବଳିଆ ସ୍ବାଇଁ କରିଥିଲେ ଆକ୍ରମଣ । ବିପ୍ର ପ୍ରଧାନଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡ଼ିକାଲରେ ଭର୍ତ୍ତି କରଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।