ପ୍ରମୂଖ ଖବର
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର

ଉମରକୋଟ, ୦୬/୦୭ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମହେନ୍ଦ୍ରୀ ଛକରେ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ସାଇକେଲ୍ ଆରୋହୀଙ୍କୁ ଧକ୍କା ଦେଲା ଆମ୍ବୁଲାନ୍ସ। ପୁଅ ମୃତ ବାପା ଗୁରୁତର। ଶବ ରଖି ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ।

ସୂଚନାନୁଯାୟୀ, ମହେନ୍ଦ୍ରୀ ଗ୍ରାମର ଗଣେଶ ମହାନ୍ତି ଓ ତାଙ୍କ ଆଠ ବର୍ଷର ପୁଅ ନିଖିଲ ମହାନ୍ତି ସାଇକେଲ ଯୋଗେ କୌଣସିରେ ବଡି ଭୋରରୁ ଯାଉଥିଲେ। ଏହି ସମୟରେ ନବରଙ୍ଗପୁର ପଟୁ ଡାବୁଗାଁ ଅଭିମୁଖେ ଆସୁଥିବା ଏକ ଆମ୍ବୁଲାନ୍ସ ମହେନ୍ଦ୍ରୀ ଛକରେ ନିକଟରେ ବାପା-ପୁଅଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ପୁଅର ମୃତ୍ୟୁ ଘଟିଥିବା ବେଳେ ବାପା ଗୁରୁତର ହୋଇଛନ୍ତି। ତାଙ୍କୁ ତୁରନ୍ତ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି। 

ଅପରପକ୍ଷରେ ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସ ସହିତ ଡାବୁଗାଁ ଥାନାରେ ଆତ୍ମସମର୍ପଣ କରିଛନ୍ତି ଡ୍ରାଇଭର। ଶବ ରଖି ଉତ୍ୟକ୍ତ ଲୋକ ମହେନ୍ଦ୍ରୀ ନିକଟରେ ଉମରକୋଟ-ନବରଙ୍ଗପୁରକୁ ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ଡାବୁଗାଁ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ରାସ୍ତା ଅବରୋଧ ହଟାଇବା ପାଇଁ ଚେଷ୍ଟା କରୁଛି। ରାସ୍ତା ଅବରୋଧ ଫଳରେ ଉଭୟ ପାର୍ଶ୍ଵରେ ଶତାଧିକ ଗାଡି ଅଟକି ରହିଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.