ପ୍ରମୂଖ ଖବର
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ବଲାଙ୍ଗୀର ପାର୍ସଲ୍‌ ବୋମା ବିସ୍ଫୋରଣ ଘଟଣା, ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍‌ର ଜାମିନ୍‌ ଆବେଦନ ଖାରଜ

କଟକ,୦୬/୦୭: ବହୁଚର୍ଚ୍ଚିତ ବଲାଙ୍ଗୀର ପାର୍ସଲ୍‌ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍‌ ମେହେର୍‌ର ଉଭୟ ନିୟମିତ ଏବଂ  ଅନ୍ତରୀଣ ଜାମିନ୍‌ ଆବେଦନକୁ ପୁନର୍ବାର ଓଡ଼ିଶା ହାଇକୋର୍ଟ  ଶୁକ୍ରବାର ଖାରଜ କରିଦେଇଛନ୍ତି । ମାମଲାର ଗୁରୁତ୍ୱ ଏବଂ ଅଭିଯୁକ୍ତ ବିରୋଧରେ ପ୍ରାଥମିକ ପ୍ରମାଣକୁ  ଆଧାର କରି ହାଇକୋର୍ଟର  ବିଚାରପତି ଜଷ୍ଟିସ୍‌ ସଙ୍ଗମ କୁମାର  ସାହୁ ଏହି ନିର୍ଦ୍ଦେଶ ଦେଇଛନ୍ତି ।  

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର  ସୌମ୍ୟ ଏବଂ ରୀମାଙ୍କର ୨୦୧୮  ଫେବ୍ରୁଆରୀ ୧୮ରେ ବିବାହ  ହୋଇଥିଲା । ସେମାନଙ୍କ ନିକଟକୁ ଆସିଥିବା ଏକ ପାର୍ସଲ୍‌ ବୋମା  ବିବାହର ଚାରି ଦିନ ପରେ ଖୋଲାଯିବା  ବେଳେ ବିସ୍ଫୋରଣ ଘଟିଥିଲା ।  ଯେଉଁଥିରେ ସୌମ୍ୟ ଏବଂ ତାଙ୍କ ଆଈମା’ ଜେମାମଣି ସାହୁଙ୍କର  ମୃତ୍ୟୁ ଘଟିଥିଲା । ରୀମା ଗୁରୁତର  ଆହତ ହୋଇଥିଲେ । ଏହି ଘଟଣାରେ  କ୍ରାଇମ୍‌ବ୍ରାଞ୍ଚ୍‌ ପୁଲିସ୍‌ ପୁଞ୍ଜିଲାଲ୍‌ ମେହେରକୁ ଗିରଫ କରିଥିଲା ।  ଇତିମଧ୍ୟରେ ଅନେକ ଥର ପୁଞ୍ଜିଲାଲ୍‌  ଜାମିନ୍‌ ଆବେଦନ କରି ହାଇକୋର୍ଟଙ୍କ  ଦ୍ୱାରସ୍ଥ ହୋଇଛି । ରାଜ୍ୟ ସରକାରଙ୍କ  ପକ୍ଷରୁ ଆଇନଜୀବୀ ପ୍ରିୟବ୍ରତ ତ୍ରିପାଠୀ  ଏହି ମାମଲା ପରିଚାଳନା କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.