ପ୍ରମୂଖ ଖବର
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଦାରିଙ୍ଗବାଡ଼ି ହେବ ଚେରି ବ୍ଲସମ୍‌ ସ୍ପଟ୍‌, ମେଘାଳୟରୁ ଆସିବ ୧ ହଜାର ଚାରା

ଭୁବନେଶ୍ୱର, ୦୬/୦୭: ଜାପାନ ଭଳି ଓଡ଼ିଶାରେ ବି ଚେରି ବ୍ଲସମ୍‌ ଉଦ୍ୟାନ ଦେଖିବାକୁ ମିଳିବ । ଏହାର ଆକର୍ଷଣୀୟ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ମତୁଆଲା କରିବ । ମେଘାଳୟରୁ ଏକ ହଜାର ଗଛ ଆଣି ପରୀକ୍ଷାମୂଳକ ଭାବେ ଦାରିଙ୍ଗବାଡ଼ିରେ ଲଗାଯିବ । ଏହା ସଫଳ ହେଲେ ସେଠାରେ ଏକ ବିରାଟ ପାର୍କ ତିଆରି ହେବ । ଏହା ପର୍ଯ୍ୟଟନ ସ୍ଥଳୀ ପାଲଟିବ । ଏମିତି ଯୋଜନା କରିଛି ଜଙ୍ଗଲ ଓ ପରିବେଶ ବିଭାଗ । ଚେରି ବ୍ଲସମ୍‌ ଗଛ ସାଧାରଣତଃ ଥଣ୍ଡା ଜଳବାୟୁ ଅଞ୍ଚଳରେ ଦେଖିବାକୁ ମିଳିଥାଏ। 

ଜାପାନରେ ପ୍ରତିବର୍ଷ ଚେରି ବ୍ଲସମ୍‌ ଫେଷ୍ଟିଭାଲ ପାଳନ କରାଯାଏ । ଏହାକୁ ଦେଖିବାକୁ ବିଭିନ୍ନ ଦେଶରୁ ପର୍ଯ୍ୟଟକମାନେ ଆସିଥାନ୍ତି । ଏହି ଫୁଲ ବର୍ଷକୁ ଥରେ ଫୁଟେ । ଏହି ଫୁଲ ଫୁଟିବା ସମୟରେ ଗଛରେ ଗୋଟିଏ ବି ପତ୍ର ଦେଖିବାକୁ ମିଳେ ନାହିଁ । ଏହା ଲୋକଙ୍କ ମଧ୍ୟରେ ଏକ ସକାରାତ୍ମକ ଭାବନା ସୃଷ୍ଟି କରିଥାଏ । ଏହାର ଶାନ୍ତ ବାତାବରଣ ଲୋକଙ୍କୁ ଆନନ୍ଦ ଦେଇଥାଏ । ଯାହାକୁ ଦେଖିବାକୁ ଲୋକଙ୍କର ଭିଡ଼ ଜମିଥାଏ । ପର୍ଯ୍ୟଟକ ଆସିବା ଯୋଗୁଁ ସ୍ଥାନୀୟ ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଘଟିଥାଏ । 

ଏବେ ଆଉ ଚେରି ବ୍ଲସମ୍‌ ଫୁଲ ଦେଖିବାକୁ ଜାପାନ ନୁହେଁ, ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକମାନେ ଆସିବେ । ଦାରିଙ୍ଗବାଡ଼ି ଓଡ଼ିଶାର ସବୁଠୁ ଥଣ୍ଡା ଅଞ୍ଚଳ ହୋଇଥିବାରୁ ଏଠାକାର ଜଙ୍ଗଲ ଓ ପରିବେଶ ଏହି ଚେରି ବ୍ଲସମ୍‌ ଗଛ ବୃଦ୍ଧିରେ ସହାୟକ ହେବ । ଚଳିତ ବର୍ଷ ଏହି ଗଛ ରୋପଣ କରାଯିବ । ଏଥିପାଇଁ ମେଘାଳୟରୁ ୧ ହଜାର ଗଛ ଅଣାଯାଇଛି । ଦାରିଙ୍ଗବାଡ଼ିର ଇକୋ-ଟୁରିଜିମ୍‌ ସେଣ୍ଟର ପାଖରେ ଏହାକୁ ପରୀକ୍ଷାମୂଳକ ଭାବେ ରୋପଣ କରାଯିବ । ପରିବେଶ ଅନୁକୂଳ ହୋଇ ଏହି ଗଛ ସଫଳ ହେଲେ ଆଗାମୀ ଦିନରେ ଦାରିଙ୍ଗବାଡ଼ିର ଯିବା ବାଟରେ ଲଗାଯିବ । ଗଛ ଲାଗିବାର ୭ ବର୍ଷ ମଧ୍ୟରେ ଫୁଲ ଫୁଟିବ । ଏହା ସଫଳ ହେଲେ ଚେରି ବ୍ଲସମ୍‌ ଫେଷ୍ଟିଭାଲ କରାଯିବ । ପର୍ଯ୍ୟଟନସ୍ଥଳୀ ଭାବେ ସୁଦୃଢ଼ ହେବ । ସ୍ଥାନୀୟ ଲୋକଙ୍କର ଜୀବନ ଜୀବିକାରେ ଉନ୍ନତି ଆସିବ । 

ପିସିସିଏଫ୍‌ ଦେବୀଦତ୍ତ ବିଶ୍ୱାଳଙ୍କ କହିବା କଥା, ୧ ହଜାର ଗଛକୁ ପରୀକ୍ଷାମୂଳକ ଭାବେ ଲଗାଯିବ । ଏହା ସଫଳ ହେଲେ ଦାରିଙ୍ଗବାଡ଼ି ଯିବା ବାଟରେ ଏଭଳି ଗଛ ରୋପଣ କରାଯିବ । ସେହିପରି ବୈଜ୍ଞାନିକ ପ୍ରଫେସର ଦୀନବନ୍ଧୁ ସାହୁ କହିଛନ୍ତି, ଚେରି ବ୍ଲସମ୍‌ ଗଛ ଯେ କେବଳ ଆମକୁ ଆନନ୍ଦ ଅନୁଭବ ଦେବ ତାହା ନୁହେଁ, ପର୍ଯ୍ୟଟକଙ୍କ ଆଗମନ ଅଧିକ ହେବ । ଏହା ସ୍ଥାନୀୟ ଅଞ୍ଚଳ ଓ ରାଜ୍ୟର ଅର୍ଥନୈତିକ ବିକାଶରେ ସହଯୋଗ କରିବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.