ପ୍ରମୂଖ ଖବର
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଫରେଷ୍ଟର ସଞ୍ଜୟଙ୍କ ଆତ୍ମହତ୍ୟା ମାମଲା: ଥାନାରେ ଡିଏଫ୍‌ଓଙ୍କୁ ୪ ଘଣ୍ଟା ଜେରା, ଅଭିଯୋଗକୁ କଲେ ଅସ୍ୱୀକାର

ଭବାନୀପାଟଣା,୦୫/୧୦: ରାୟଗଡ଼ା ଫରେଷ୍ଟ ଡିଭିଜନ ଦ୍ୱାରା  ପରିଚାଳିତ କଳାହାଣ୍ଡି ଜିଲ୍ଲା ଜାରିଂ ହାଇଟେକ୍‌ ନର୍ସରୀ ସେଲ୍‌ଭି କଲ୍‌ଚର ରିସର୍ଚ୍ଚ ୱିଙ୍ଗ୍‌ ଫରେଷ୍ଟର ସଞ୍ଜୟ  ନାୟକଙ୍କ ଆତ୍ମହତ୍ୟା ମାମଲାରେ  ବିବାଦ ଘେରକୁ ଆସିଥିବା ରାୟଗଡ଼ା  ଡିଏଫ୍‌ଓ ଦେବେନ୍ଦ୍ର ବେହେରା ଶୁକ୍ରବାର ଭବାନୀପାଟଣା ପୁଲିସ୍‌ ନିକଟରେ ହାଜର  ହୋଇଛନ୍ତି । ଥାନାରେ ତାଙ୍କୁ ଦୀର୍ଘ ୪ଘଣ୍ଟା ଧରି  ଜେରା କରାଯାଇଛି । ଡିଏଫ୍‌ଓଙ୍କ ପିସି ଚାପ ଓ  ମାନସିକ ନିର୍ଯାତନାରେ ଅତିଷ୍ଠ ହୋଇ ସଞ୍ଜୟ  ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ତାଙ୍କ  ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା । ହେଲେ ଜେରା ବେଳେ ଏହାକୁ ଡିଏଫ୍‌ଓ ଅସ୍ୱୀକାର କରିଛନ୍ତି । ଗିରଫଦାରୀ ଭୟରେ ସେ ଭୁବନେଶ୍ୱର  ଏବଂ ଏହାର ଆଖପାଖ ଅଞ୍ଚଳରେ ଆତ୍ମଗୋପନ କରି ରହିଥିବା ପୁଲିସ୍‌ ନିକଟରେ ସ୍ୱୀକାର କରିଛନ୍ତି । 

ଗତ ସେପ୍ଟେମ୍ବର ୧୮ରେ ଫରେଷ୍ଟର ସଞ୍ଜୟ  ନାୟକ ଭବାନୀପାଟଣାସ୍ଥିତ କ୍ୱାର୍ଟର୍ସରେ ଆତ୍ମହତ୍ୟା  କରିଥିଲେ । ଘଟଣା ପରଠାରୁ ଫେରାର ଥିବା ଡିଏଫ୍‌ଓ  ହାଇକୋର୍ଟରେ ଜାମିନ୍‌ ଆବେଦନ କରିଥିଲେ ।  ହାଇକୋର୍ଟ ତାଙ୍କର ଜାମିନ୍‌ ଖାରଜ  କରି ଅକ୍ଟୋବର ୧୯ ସୁଦ୍ଧା କଳାହାଣ୍ଡି ପୁଲିସ୍‌ ନିକଟରେ ଉପସ୍ଥିତ ରହି  ତଦନ୍ତରେ ସହଯୋଗ କରିବାକୁ  ନିର୍ଦ୍ଦେଶ ଦେଇଥିଲେ । ଏଥିସହ  ଡିଏଫ୍‌ଓଙ୍କୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ଦେଇଥିଲେ ହାଇକୋର୍ଟ । ତଦନୁଯାୟୀ,  ଶୁକ୍ରବାର ଡିଏଫ୍‌ଓ ଭବାନୀପାଟଣା  ଟାଉନ ଥାନାକୁ ଆସିଥିଲେ । ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୪ଟା ଯାଏ ସଦର ଏସ୍‌ଡିପିଓ ସୁନାରାମ ହେମ୍ବ୍ରମ ଓ  ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ତପନ କାଲୋ ତାଙ୍କୁ  ବିଭିନ୍ନ ବିଷୟରେ ଗୁଡ଼େଇତୁଡ଼େଇ ପ୍ରଶ୍ନ ପଚାରିଥିଲେ ।  

ପୁଲିସ୍‌ କେସ୍‌ ଡାଏରି କୋର୍ଟରେ ଦାଖଲ କରିବ ।  ଏହାପରେ କୋର୍ଟ ଡିଏଫ୍‌ଓଙ୍କୁ ଜାମିନ ଦେଇପାରନ୍ତି  ଅଥବା ଗିରଫ ନିର୍ଦ୍ଦେଶ ଦେଇପାରନ୍ତି ବୋଲି ଏସ୍‌ଡିପିଓ  ଶ୍ରୀ ହେମ୍ବ୍ରମ୍‌ କହିଛନ୍ତି । ମୃତ ଫରେଷ୍ଟର ସଞ୍ଜୟଙ୍କ  ସୁଇସାଇଡ୍‌ ନୋଟ୍‌କୁ ଭୁବନେଶ୍ୱର ଫରେନ୍ସିକ୍‌  ଲାବ୍‌କୁ ପଠାଯାଇଥିବା ଏସ୍‌ଡିପିଓ ସୂଚନା ଦେଇଛନ୍ତି ।  

ଉଲ୍ଲେଖଯୋଗ୍ୟ, ସଞ୍ଜୟଙ୍କ ଆତ୍ମହତ୍ୟା ଘଟଣା  ପରେ ଡିଏଫ୍‌ଓ ଛୁଟିରେ ଥିଲେ । ଗତ ସେପ୍ଟେମ୍ବର  ୧୮ରୁ ୨୨ତାରିଖ ପର୍ଯ୍ୟନ୍ତ ଛୁଟିରେ ରହିବାକୁ ଦରଖାସ୍ତ  ଦେଇଥିଲେ । ମାତ୍ର ଅକ୍ଟୋବର ୪ ସୁଦ୍ଧା ସେ କାର୍ଯ୍ୟରେ  ଯୋଗଦେଇନାହାନ୍ତି । ଏହି ଘଟଣାର ବିଭାଗୀୟ ତଦନ୍ତ ଚାଲିଥିବାବେଳେ ତଦନ୍ତକାରୀ ଅଧିକାରୀ କଟକ  ଫରେଷ୍ଟ ଟ୍ରେନିଂ ଏଣ୍ଡ୍‌ ଡେଭଲପ୍‌ମେଣ୍ଟ ସିସିଏଫ୍‌  ବିକାଶ ରଞ୍ଜନ ଦାଶଙ୍କୁ ସେ ଧରାଛୁଆଁ ଦେଇ ନ ଥିଲେ । 

ଅପରପକ୍ଷେ ସଞ୍ଜୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ  ପୁଲିସ୍‌ ତାଙ୍କ ବଡ଼ଭାଇ ରବିନାରାୟଣ ନାୟକଙ୍କୁ ହସ୍ତାନ୍ତର  କରିଛି । ସଞ୍ଜୟଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ କାରଣରୁ ହୋଇଥିବା  ରିପୋର୍ଟରେ ସ୍ପଷ୍ଟ କରାଯାଇଛି । ସଞ୍ଜୟ କ୍ୱାର୍ଟର୍ସରେ  ଆସବାବପତ୍ର ଚୋରି ହୋଇଯିବା ଆଶଙ୍କା ଥିବାରୁ ପୁଲିସ୍‌  ସେଗୁଡ଼ିକୁ ନେଇଯିବାକୁ ରବିନାରାୟଣଙ୍କୁ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.