ପ୍ରମୂଖ ଖବର
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଦଶହରା ବୁଲିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ମା’ଙ୍କ ଦର୍ଶନ କରି ଓଡ଼ିଶାବାସୀଙ୍କ ପାଇଁ ମାଗିବେ ଆଶିଷ

ଭୁବନେଶ୍ୱର,୦୫/୧୦: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏଥର ବୁଲିବେ ଦଶହରା । ଦଶହରା  ପୂଜା ମଣ୍ଡପ ବୁଲି ମା’ଙ୍କ ଦର୍ଶନ କରିବା ସହ  ସାଧାରଣ ଜନତାଙ୍କ ଉତ୍ସବରେ ସାମିଲ ହେବେ ।  ବିଜେଡି ସୂତ୍ରରୁ ଖବର ମିଳିଛି, ଏଥର ନବୀନ  କଟକ ଓ ଭୁବନେଶ୍ୱରରେ ଦଶହରା ବୁଲି ଯିବାକୁ  ଯୋଜନା କରିଛନ୍ତି । ତେବେ ନବୀନ କେଉଁ ସବୁ  ମଣ୍ଡପ ବୁଲିବେ, ତାହା ଶୀଘ୍ର ସ୍ଥିର କରିବାକୁ  କଟକ ଓ ଭୁବନେଶ୍ୱରର କିଛି ନେତାଙ୍କୁ ଦାୟିତ୍ୱ  ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ନିକଟରେ  ନବୀନ ରାଜଧାନୀରେ ଗଣେଶ ପୂଜା ଉତ୍ସବ  ବୁଲିବାକୁ ଯାଇଥିଲେ । ଏକାମ୍ର ଭୁବନେଶ୍ୱର,  ମଧ୍ୟ ଭୁବନେଶ୍ୱର ଓ ଉତ୍ତର ଭୁବନେଶ୍ୱର  ନିର୍ବାଚନମଣ୍ଡଳୀର ବିଭିନ୍ନ ପୂଜା ମଣ୍ଡପ ବୁଲି  ଦେଖିବା ସହ ଲୋକଙ୍କ ସହ ମିଶିଥିଲେ। ଆଜି ଭୁବନେଶ୍ୱରର ଉତ୍ତର ନିର୍ବାଚନମଣ୍ଡଳୀର ପ୍ରାୟ  ୧୫ରୁ ଅଧିକ ପୂଜା କମିଟିର କର୍ମକର୍ତ୍ତା ବିଧାୟକ  ତଥା ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ  ରାଉତଙ୍କ ସହ ନବୀନ ନିବାସ ଯାଇଥିଲେ । ପୂଜା  କମିଟି କର୍ମକର୍ତ୍ତାମାନେ ନବୀନଙ୍କୁ ଦୁର୍ଗାପୂଜା ପାଇଁ  ନିମନ୍ତ୍ରଣ କରିଥିଲେ । ଏକାମ୍ର ନିର୍ବାଚନମଣ୍ଡଳୀର  କିଛି ଦୁର୍ଗା ପୂଜା କମିଟି କର୍ମକର୍ତ୍ତା ମଧ୍ୟ ନବୀନଙ୍କୁ  ଭେଟି ଦୁର୍ଗାପୂଜା ପାଇଁ ନିମନ୍ତ୍ରଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.