ପ୍ରମୂଖ ଖବର
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଭୁବନେଶ୍ୱରରେ ପହଞ୍ଚିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ, କହିଲେ ରତ୍ନଭଣ୍ଡାର ସମ୍ପର୍କରେ ମୋତେ ପଚରା ଯାଇନି

ଭୁବନେଶ୍ୱର,୦୬/୦୭: ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଯୋଗ ଦେବାକୁ ଆସିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ। ଶନିବାର ସକାଳେ ସେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ସେଠାରୁ ରଥଯାତ୍ରା ପାଇଁ ସିଧା ପୁରୀ ଯିବେ । ଆସନ୍ତାକାଲି ଗୁଣ୍ଡିଚା ଯାତ୍ରାର ଯୋଗ ଦେବା ସହ ରଥରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଜଗତଗୁରୁ ଶଙ୍କରାଚାର୍ଯ୍ୟ।

ରତ୍ନଭଣ୍ଡାର ନେଇ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ, ରତ୍ନଭଣ୍ଡାର ଉପରେ ଯେଉଁ ଆଲୋଚନା ହେଉଛି । ତାହା ମୋତେ ଜଣା ନାହିଁ । ଯେଉଁ କମିଟି ଗଠନ ହୋଇଛି ତାହା ବିଷୟରେ ମୋତେ ବି ପଚରା ଯାଇନି । ଏପିରିକି କେହି ମୋ ସହ ଯୋଗାଯୋଗ କରି ନାହାନ୍ତି । ଯେଉଁ କମିଟି ଗଠନ ହୋଇଛି, ତାହା ସରକାରଙ୍କୁ ଜଣା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବା କଥା । କୌଣସି ପଦକ୍ଷେପ ଗ୍ରହଣ କରିବା ପୂର୍ବରୁ ଶାସନତନ୍ତ୍ରର ଅଧିକାରୀଙ୍କୁ ଏହି ବିଷୟରେ ଅବଗତ ହେବା ଆବଶ୍ୟକ।

  • puri news
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.