ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ହାଥରସ୍ ଘଟଣାରେ ଦୁଃଖ ପ୍ରକାଶ କଲେ ଭ୍ଲାଦିମିର ପୁଟିନ୍, ପ୍ରଧାନମନ୍ତ୍ରୀ- ରାଷ୍ଟ୍ରପତିଙ୍କୁ ପଠାଇଲେ ସମବେଦନା ବାର୍ତ୍ତା...

Image source: The Hindu

ନୂଆଦିଲ୍ଲୀ: ମଙ୍ଗଳବାର ଉତ୍ତରପ୍ରଦେଶର ହାଥରସ୍ ଜିଲ୍ଲାରେ ଭୋଲେବାବା ସତସଙ୍ଗ କେନ୍ଦ୍ରରେ ଦଳାଚକଟାରେ ୧୨୨ ଜଣଙ୍କର ମୃତ୍ୟୁ ହୋଇଛି । ସିକନ୍ଦରାଉ ଅଞ୍ଚଳର ଫୁଲରାଇ ଗ୍ରାମରେ ଲକ୍ଷ ଲକ୍ଷ ଅନୁଗାମୀ ନାରାୟଣ ସାକର ବିଶ୍ୱ ହରିଙ୍କ ସତସଙ୍ଗରେ ପହଞ୍ଚିଥିଲେ । ଏହି ସମୟରେ ଏକ ଦଳାଚକଟା ପରିସ୍ଥିତି ଉପୁଜିଥିଲା । ଏହି ସମଗ୍ର ଘଟଣା ଦେଶ ତଥା ବିଶ୍ବରେ ଏବେ ଆଲୋଡନ ସୃଷ୍ଟି କରିଛି ଏବଂ ସମସ୍ତ ନେତା ଏବଂ ଅଭିନେତା ଏହି ଦୁର୍ଘଟଣାରେ ଦୁଖ ପ୍ରକାଶ କରୁଛନ୍ତି  । ତେବେ ଏସବୁ ମଧ୍ୟରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଏହି ଦୁର୍ଘଟଣାରେ ଦୁଖ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଟିନ ଏକ ସମବେଦନା ବାର୍ତ୍ତା ପଠାଇଛନ୍ତି ।

ସୂଚନା ମୁତାବତ ପୁଟିନ ତାଙ୍କ ବାର୍ତ୍ତାରେ ଲେଖିଛନ୍ତି ଯେ, ଉତ୍ତରପ୍ରଦେଶରେ ଘଟିଥିବା ଏହି ଦଃଖଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି । ଦୁର୍ଘଟଣାରେ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ କାମନା କରୁଛି । ଆମେ ଏଥି ପାଇଁ ଦୁଃଖିତ । 

ପୁଟିନ୍‌ଙ୍କ ଏହି ସମବେଦନା ବାର୍ତ୍ତା ଏଭଳି ସମୟରେ ଆସିଛି, ଯେତେବେଳେ କି, ପ୍ରଧାନମନ୍ତ୍ରୀ ମୋଦୀ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ପାଇଁ ମସ୍କୋ ଗସ୍ତ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହି ଗସ୍ତ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ କିନ୍ତୁ ସୂଚନା ରହିଛି ଯେ ମୋଦୀ ଆସନ୍ତା ସପ୍ତାହରେ ମସ୍କୋ ଗସ୍ତ କରିପାରନ୍ତି । ଏସବୁ ମଧ୍ୟରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ବର୍ତ୍ତମାନ ଋଷରେ ଅଛନ୍ତି । ସାଂଘାଇ ସହଯୋଗ ସଂଗଠନ (ଏସସିଓ) ର ବାର୍ଷିକ ଶିଖର ସମ୍ମିଳନୀରେ ଭାରତର ପ୍ରତିନିଧିତ୍ବ କରିବା ପାଇଁ ଜୟଶଙ୍କର ମଙ୍ଗଳବାର ଏଠାରେ ପହଞ୍ଚିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.