ପ୍ରମୂଖ ଖବର
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ଇସ୍ରାଏଲ ଉପରେ ହିଜ୍‌ବୁଲ୍ଲାର ୨୦୦ ରକେଟ ମାଡ଼, ସାମରିକ ଘାଟି କ୍ଷତିଗ୍ରସ୍ତ

ନୂଆଦିଲ୍ଲୀ ୦୫/୦୭: ଇରାନ ସମର୍ଥିତ ଆତଙ୍କୀ ସଙ୍ଗଠନ ହିଜବୁଲ୍ଲା  ଇସ୍ରାଏଲ ଉପରେ ୨୦୦ରୁ ଅଧିକ  ରକେଟ ମାଡ଼ କରିଛି । ଏଥିସହ ୨୦ରୁ  ଅଧିକ ଡ୍ରୋନ ଆକ୍ରମଣ ମଧ୍ୟ କରିଛି । ଏଥିରେ ଇସ୍ରାଏଲର ଅନେକ ସାମରିକ ଘାଟି କ୍ଷତିଗ୍ରସ୍ତ ହୋଇଛି । ତେବେ  ମୃତାହତଙ୍କ ସମ୍ପର୍କରେ ସବିଶେଷ  ସୂଚନା ମିଳପାରି ନାହିଁ । ଇସ୍ରାଏଲର  ସେନା ଘାଟି ଓ ସାମରିକ ପ୍ରତିଷ୍ଠାନକୁ  ଟାର୍ଗେଟ କରି କଟ୍ୟୁଶା ରକେଟ ମାଡ କରାଯାଇଥିବା ହିଜବୁଲ୍ଲା ସ୍ପଷ୍ଟ କରିଛି। 

ଇସ୍ରାଏଲ କହିଛି କି କେତେକ ରକେଟ ଦେଶ ଭିତରେ ପଡିଥିଲା ବେଳେ ଆଉ କେତେକକୁ ଧ୍ୱଂସ କରିଦିଆଯାଇଛି । ଇସ୍ରାଏଲ ଆକ୍ରମଣରେ ଜଣେ ହିଜବୁଲ୍ଲା  କମାଣ୍ଡର ପ୍ରାଣ ହରାଇବା ପରେ ଏହାର  ପ୍ରତିଶୋଧ ନେବାକୁ ଯାଇ ହିଜବୁଲ୍ଲା ଏଭଳି ଆକ୍ରମଣ କରିଛି । 

ସୂଚନାଯୋଗ୍ୟ ଯେ ଇସ୍ରାଏଲ ସେନା ବୁଧବାର  ଦକ୍ଷିଣ ଲେବାନନ୍‌ର ଟାୟାର ସହର ଉପରେ ଆକ୍ରମଣ କରିଥିଲା । ଏଥିରେ ହିଜବୁଲ୍ଲାର ଜଣେ ତୁଙ୍ଗ କମାଣ୍ଡର ମହମ୍ମଦ ନିମାହ ନାସିର (ହଜ୍ଜ ଅବୁ  ନିମାହ) ପ୍ରାଣ ହରାଇଥିଲେ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.