ପ୍ରମୂଖ ଖବର
  • ଝୁଲନ୍ତା ଅବସ୍ଥାରେ ଗଛରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଇସ୍କନ ରଥ ପାଇଁ ଟ୍ରାଫିକ୍‌ କଟକଣା, ସିଆର୍‌ପିରୁ ବରମୁଣ୍ଡା ସର୍ଭିସ ରୋଡରେ ଭାରୀଯାନ ମନା
  • ||
  • ସୁରଟରେ ଭୁଶୁଡ଼ିଲା ୫ ମହଲା କୋଠା, ୭ ମୃତ
  • ||
  • ଓଡ଼ିଆ ପୁଅକୁ ବୀରତା ସମ୍ମାନ, ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ଘୋଷଯାତ୍ରାରେ ମହାପ୍ରଭଙ୍କୁ ଦର୍ଶନ କରିବେ ମହାମହିମ, ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି
  • ||
  • ପଦ୍ମକେଶରପୁର ପୁଣି ଅଶାନ୍ତ, ଘନଘନ ବୋମାମାଡ଼, ବର୍ଷିଲା ପଥର, ୧୫ ଆହତ, ପୁଲିସ୍‌ ଆତଙ୍କିତ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ରଥଯାତ୍ରାରେ ଭିଜିବ ପୁରୀ
  • ||

ପାକିସ୍ତାନରେ କ୍ଷୀର ଦର ଆକାଶଛୁଆଁ, ଲିଟରକୁ ୩୭୦ ଟଙ୍କା

ନୂଆଦିଲ୍ଲୀ,୪।୭:  ପାକିସ୍ତାନରେ କ୍ଷୀର ଦର ଆକାଶଛୁଆଁ। ଲିଟର ପିଛା ପହଁଞ୍ଚିଲା ଟଙ୍କା ୩୭୦ ଟଙ୍କା। ଆର୍ଥିକ ମାନ୍ଦାବସ୍ଥାରେ ପାକିସ୍ତାନର ମେରୁଦଣ୍ଡ ଭାଙ୍ଗି ପଡିଥିବା ବେଳେ ଏବେ ଅତ୍ୟାବଶ୍ୟକୀୟ ଜିନିଷର ଦାମ୍ ଖୁବ୍ ଅଧିକ ହୋଇଛି। ପାକିସ୍ତାନ ସରକାରଙ୍କ ପକ୍ଷରୁ  ନୂଆ ଟ୍ୟାକ୍ସ ଲଗାଯିବା କାରଣରୁ କ୍ଷୀରର ମୂଲ୍ୟ ୨୦%ରୁ ଅଧିକ ଛୁଇଁଛି। ଫଳରେ ପାକିସ୍ତାନର ଲୋକଙ୍କୁ କ୍ଷୀର ପାଇଁ ଫ୍ରାନ୍ସ, ଅଷ୍ଟେ୍ରଲିଆ ସହିତ ବହୁ ବିକଶିତ ଦେଶ ତୁଳନାରେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ।

ପାକିସ୍ତାନ ସରକାର ଗତ ସପ୍ତାହରେ ଜାତୀୟ ବଜେଟ୍‌ରେ ନୂତନ ଟ୍ୟାକ୍ସ ନୀତି ଲାଗୁ କରାଯାଇଥିଲା। ଯାହାପରେ ପ୍ୟାକେଟ୍‌ କ୍ଷୀର ଉପରେ ୨୦% ଟ୍ୟାକ୍ସ ଲାଗିଥିଲା। ଉଲ୍ଲେଖନୀୟ ଯେ, ନେଦରଲ୍ୟାଣ୍ଡର ରାଜଧାନୀ ଆମ୍ସଷ୍ଟଡର୍ମରେ ଗୋଟେ ଲିଟର କ୍ଷୀରର ମୂଲ୍ୟ ୧.୨୯ ଡଲାର। ସେଭଳି ଫ୍ରାନ୍ସର ରାଜଧାନୀ ପ୍ୟାରିସ୍‌ରେ ଏହା ୧.୨୩ ଡଲାର ଓ ଅଷ୍ଟେ୍ରଲିଆର ରାଜଧାନୀ ମେଲବୋର୍ଣ୍ଣରେ ଗୋଟେ ଲିଟର କ୍ଷୀର ଦାମ୍‌ ୧.୦୮ ଡଲାରରେ ମିଳୁଛି। ତେବେ ପାକିସ୍ତାନର କରାଚୀରେ ମାତ୍ର ଗୋଟେ ଲିଟର କ୍ଷୀର ମୂଲ୍ୟ ୧.୩୩ ଡଲାର(୩୭୦ ପାକିସ୍ତାନୀ ଟଙ୍କା) ଦେବାକୁ ପଡୁଛି।

ନୂତନ ଟିକସ ପୂର୍ବରୁ ଏଠାରେ ଭିଏତନାମ ଏବଂ ନାଇଜେରିଆ ପରି ବିକାଶଶୀଳ ଦେଶମାନଙ୍କ ସହିତ କ୍ଷୀରର ସମାନ ମୂଲ୍ୟ ଥିଲା। କିନ୍ତୁ ନୂଆ ଟ୍ୟାକ୍ସ ମୂଲ୍ୟକୁ ୨୫ ପ୍ରତିଶତ ବଢାଇ ଦେଇଛି। ସୂଚନାଯୋଗ୍ୟ ଯେ ଗତ ସପ୍ତାହର ବଜେଟରେ ପାକିସ୍ତାନ ଟ୍ୟାକ୍ସ ରେକର୍ଡକୁ ୪୦ ପ୍ରତିଶତ ବୃଦ୍ଧି କରିଛି। ଏହି ବୃଦ୍ଧି ପଛରେ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପକ୍ଷରୁ ନୂଆ ବେଲ୍‌ ଆଉଟ୍ ପ୍ୟାକେଜ୍ ପାଇବା ପାଇଁ ଦିଆଯାଇଥିବା ସର୍ତ୍ତକୁ ପୁରା କରିବା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.