ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ଗିନିଜ୍‌ ରେକର୍ଡ କଲେ ୮ ଇଞ୍ଜିନିୟରିଂ ବିଶେଷଜ୍ଞ, ପ୍ରସ୍ତୁତ କଲେ ୧୮୦ ଫୁଟ ଲମ୍ବା ବାଇସାଇକେଲ

ନୂଆଦିଲ୍ଲୀ ୦୩/୦୭: ନେଦରଲାଣ୍ଡସ୍‌ର ୮ ଜଣ ଇଞ୍ଜିନିୟରିଂ ବିଶେଷଜ୍ଞ ଏକ ନିଆରା ଉପଲବ୍ଧି ହାସଲ କରିଛନ୍ତି । ସେମାନେ ୧୮୦ ଫୁଟ ୧୧ ଇଞ୍ଚବିଶିଷ୍ଟ ବିଶ୍ୱର ସବୁଠୁ ଲମ୍ବା ବାଇସାଇକେଲ ପ୍ରସ୍ତୁତ କରିଛନ୍ତି ଯାହାକି ଗିନିଜ୍‌ ରେକର୍ଡରେ ସ୍ଥାନ ପାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ବାଇସାଇକେଲଟି ସଂପୂର୍ଣ୍ଣ ଭାବେ ଚଳାଇବା ଯୋଗ୍ୟ । ଅବଶ୍ୟ ସହର ମଧ୍ୟରେ ସବୁଦିନ ଜଣେ ଏହାକୁ ଚଳାଇବା ସମ୍ଭବପର ନୁହେଁ । 

ଗିନିଜ୍‌ ରେକର୍ଡ ଅନୁସାରେ, ଛାତ୍ରମାନଙ୍କର ଏହି ଟିମ୍‌ର ନେତୃତ୍ୱ ନେଇଥିଲେ ୩୯ ବର୍ଷୀୟ ଇଭାନ୍‌ ସିହକ । ସେ ଦୀର୍ଘ ଦିନ ହେଲା ଏ ନେଇ ସ୍ୱପ୍ନ ଦେଖୁଥିଲେ । ୨୦୧୮ ମସିହାରେ ସେ ଏହି ପ୍ରକଳ୍ପ ଉପରେ କାମ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ନିଜ ଟିମ୍‌ର ଅନ୍ୟମାନଙ୍କର ସହଯୋଗ ନେଇଥିଲେ । ତେବେ କୋଭିଡ୍‌ ଯୋଗୁ ସେମାନଙ୍କର କାର୍ଯ୍ୟ ୨ ବର୍ଷ ଲାଗି ବନ୍ଦ ରହିଥିଲା । ଶେଷରେ ୮ଜଣିଆ ସେହି ଟିମ୍‌ କାର୍ଯ୍ୟରେ ସଫଳ ହୋଇଥିଲେ । 

ସାଇକେଲ୍‌ର ସାମ୍ନା ଓ ପଛ ଭାଗକୁ ସେମାନେ ପ୍ରସ୍ତୁତ କରିଥିବାବେଳେ ମଧ୍ୟଭାଗକୁ ଲମ୍ବା ଷ୍ଟିଲ୍‌ ଜିନିଷ ପ୍ରସ୍ତୁତ କରୁଥିବା ଏକ କଂପାନିଠାରୁ କିଣାଯାଇଥିଲା । ଗିନିଜ୍‌ ରେକର୍ଡ ଅଧିକାରୀଙ୍କ ନିକଟରେ ଇଭାନ୍‌ଙ୍କ ଟିମ୍‌ର ସଦସ୍ୟମାନେ ସାଇକେଲକୁ ପ୍ରାୟ ୧୦୦ ମିଟର ଚଳାଇ ଦେଖାଇଥିଲେ । ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ବର୍ନି ରେୟାନ୍‌ଙ୍କ ନାମରେ ଥିଲା । ତାଙ୍କର ବାଇସାଇକେଲର ଲମ୍ବା ଥିଲା ୧୫୫ ଫୁଟ ୮ ଇଞ୍ଚ । ଇଭାନ୍‌ଙ୍କର ଏହି ବାଇସାଇକେଲ ଏବେ ଏକ ସ୍ଥାନୀୟ ସଂଗ୍ରହାଳୟରେ ସ୍ଥାନ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.