ପ୍ରମୂଖ ଖବର
  • ଝୁଲନ୍ତା ଅବସ୍ଥାରେ ଗଛରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଇସ୍କନ ରଥ ପାଇଁ ଟ୍ରାଫିକ୍‌ କଟକଣା, ସିଆର୍‌ପିରୁ ବରମୁଣ୍ଡା ସର୍ଭିସ ରୋଡରେ ଭାରୀଯାନ ମନା
  • ||
  • ସୁରଟରେ ଭୁଶୁଡ଼ିଲା ୫ ମହଲା କୋଠା, ୭ ମୃତ
  • ||
  • ଓଡ଼ିଆ ପୁଅକୁ ବୀରତା ସମ୍ମାନ, ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ଘୋଷଯାତ୍ରାରେ ମହାପ୍ରଭଙ୍କୁ ଦର୍ଶନ କରିବେ ମହାମହିମ, ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି
  • ||
  • ପଦ୍ମକେଶରପୁର ପୁଣି ଅଶାନ୍ତ, ଘନଘନ ବୋମାମାଡ଼, ବର୍ଷିଲା ପଥର, ୧୫ ଆହତ, ପୁଲିସ୍‌ ଆତଙ୍କିତ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ରଥଯାତ୍ରାରେ ଭିଜିବ ପୁରୀ
  • ||

ପଥର ଭିତରେ ଚାପିହୋଇଥିବା ୧୩୦୦ ବର୍ଷ ତଳର ଚମତ୍କାରୀ ଖଣ୍ଡା ଗାୟବ; ଅସନ୍ତୁଷ୍ଟ ଫ୍ରାନ୍ସ ବାସିନ୍ଦା, ତଦନ୍ତ ଆରମ୍ଭ କଲା ପୁଲିସ

ନୂଆଦିଲ୍ଲୀ,୦୪/୦୭: ଦୁନିଆର ସବୁଠାରୁ ତୀକ୍ଷ୍ଣ ବୋଲି ବିବେଚନା କରାଯାଉଥିବା ଖଣ୍ଡା ଫ୍ରାନ୍ସର ଏକ ସହର ରୋକାମାଡରରୁ ନିଖୋଜ ହୋଇଯାଇଛି। ଏହି ଖଣ୍ଡାଟି ଡୁରନ୍ଦର ଖଣ୍ଡା ଭାବରେ ବେଶ୍‌ ଜଣାଶୁଣା। ଏହାର ନିଖୋଜ ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। କୁହାଯାଉଛି ଯେ କେହି ଏହି ଖଣ୍ଡାଟିକୁ ଚୋରି କରାଯାଇଥାଇ ପାରେ। ଏହି ଖଣ୍ଡାର ବିଶେଷତ୍ୱ ହେଉଛି ଖଣ୍ଡାକୁ ୧୩୦୦ ବର୍ଷରୁ ଅଧିକ ସମୟ ଧରି ଏକ ପଥରରେ ପୋତି ରଖାଯାଇଥିଲା। ଏହି ଘଟଣା ପରେ ସହରବାସୀ ଅତ୍ୟନ୍ତ ଦୁଃଖିତ ଅନୁଭବ କରିଛନ୍ତି, କାରଣ ସେମାନେ ନିଜ ଭାଗ୍ୟକୁ ଏହି ଖଣ୍ଡା ସହିତ ଯୋଡ଼ିଥିଲେ।

ଏହି ଖଣ୍ଡାକୁ ନେଇ ଏକାଦଶ ଶତାବ୍ଦୀରେ ଏମ କବିତା ଲେଖାଯାଇଥିଲା। କବିତାରେ ଖଣ୍ଡାର ଯାଦୁ ଶକ୍ତି ବିଶୟରେ ବର୍ଣ୍ଣନା କରାଯାଇଥିଲା। କୁହାଯାଏ, ଏହି କବିତାରେ ଫରାସୀ ସାହିତ୍ୟର ସର୍ବ ପୁରାତନ ଜୀବନଶୈଳୀ ଉ‌ଲ୍ଲେଖ ରହିଛି। ଖଣ୍ଡା ଏବଂ ଏହାର ଚାରିପାର୍ଶ୍ବରେ ଥିବା କିମ୍ବଦନ୍ତୀ ସହରର ଏକ ପ୍ରମୁଖ ଆକର୍ଷଣ ଥିଲା। ଯଦି ସହରର କାହାଣୀକୁ ବିଶ୍ବାସ କରାଯାଏ, ତେବେ ଲୋକମତରେ ଏହି ଖଣ୍ଡାଟି ଗୋଟିଏ ପାହାରରେ ପଥରକୁ ବି କାଟିପାରେ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ପ୍ରାଚୀନ ଖଣ୍ଡାକୁ ଫ୍ରେଞ୍ଚ ଏକ୍ସକାଲିବୁର ଭାବେ ମଧ୍ୟ ଚିହ୍ନଟ କରାଯାଇଛି। କୁହାଯାଏ ଯେ ଅଷ୍ଟମ ଶତାବ୍ଦୀରେ ଜଣେ ଦୂତ ଏହି ଖଣ୍ଡାକୁ ରୋମାନ ରାଜା ଚାର୍ଲାମେଗେନଙ୍କୁ ଦେଇଥିଲେ। ଏହା ପରେ, ଚାର୍ଲାମେଗେନ୍ ଏହି ଯାଦୁକରୀ ଖଣ୍ଡାକୁ ତାଙ୍କର ଅତି ପ୍ରିୟ ସୈନିକ ରୋଲାଣ୍ଡଙ୍କୁ ଉପହାର ଦେଇଥିଲେ। 

ଯୁଦ୍ଧରେ ମରିବା ପୂର୍ବରୁ ରୋଲାଣ୍ଡ ଖଣ୍ଡାକୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ ଯାହା ଦ୍ବାରା ତାଙ୍କର ଶତ୍ରୁମାନେ ଏହାକୁ ବ୍ୟବହାର କରିପାରିନଥିଲେ, କିନ୍ତୁ ସେ ଏହାକୁ ଭାଙ୍ଗିବାରେ ଅସମର୍ଥ ହୋଇଥିଲେ। ହତାଶ ହୋଇ ସେ ଖଣ୍ଡାକୁ ଫିଙ୍ଗିଦେଇଥିଲେ ଏବଂ ଏହା ଶହ ଶହ କିଲୋମିଟର ଦୂରରେ ଆସି ଫ୍ରାନ୍ସର ରୋକାମାଡୋର ସହରରେ ଏକ ପଥର ଉପରେ ପଡ଼ିଥିଲା। ସେବେଠାରୁ ଏହି ଖଣ୍ଡାକୁ ସେହି ପଥରରେ ପୋତି ହୋଇ ରହିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଖଣ୍ଡାକୁ ଆଜି ପର୍ଯ୍ୟନ୍ତ କେହି ବାହାର କରିପାରିନଥିବା ବେଳେ, ଏବେ ଏହା କିପରି ଚୋରି ହେଲା, ତାକୁ ନେଇ ପ୍ରଶ୍ନ ଉଠିଛି। ତେବେ ପୁଲିସ ଏନେଇ ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.