ପ୍ରମୂଖ ଖବର
  • ଝୁଲନ୍ତା ଅବସ୍ଥାରେ ଗଛରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଇସ୍କନ ରଥ ପାଇଁ ଟ୍ରାଫିକ୍‌ କଟକଣା, ସିଆର୍‌ପିରୁ ବରମୁଣ୍ଡା ସର୍ଭିସ ରୋଡରେ ଭାରୀଯାନ ମନା
  • ||
  • ସୁରଟରେ ଭୁଶୁଡ଼ିଲା ୫ ମହଲା କୋଠା, ୭ ମୃତ
  • ||
  • ଓଡ଼ିଆ ପୁଅକୁ ବୀରତା ସମ୍ମାନ, ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ଘୋଷଯାତ୍ରାରେ ମହାପ୍ରଭଙ୍କୁ ଦର୍ଶନ କରିବେ ମହାମହିମ, ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି
  • ||
  • ପଦ୍ମକେଶରପୁର ପୁଣି ଅଶାନ୍ତ, ଘନଘନ ବୋମାମାଡ଼, ବର୍ଷିଲା ପଥର, ୧୫ ଆହତ, ପୁଲିସ୍‌ ଆତଙ୍କିତ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ରଥଯାତ୍ରାରେ ଭିଜିବ ପୁରୀ
  • ||

ପେଟ୍ରୋଲ-ଡିଜେଲ ପରେ ଏବେ ମହଙ୍ଗା ଆଲୁଅ; ବିଜୁଳି ଟାରିଫ ବଢ଼ାଇବାକୁ ପାକିସ୍ତାନ ସଂସଦରେ ମଞ୍ଜୁରି

image source: ABP live

ନୂଆଦିଲ୍ଲୀ,୦୪/୦୭: ଭାରତର ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନରେ ଆର୍ଥିକ ମାନ୍ଦାବସ୍ଥା ତ ଲାଗିରହିଛି, ତେବେ ସେଠାରେ ଜିଏସ୍‌ଟିରେ ମଧ୍ୟ ବୃଦ୍ଧି କରାଯାଇ‌ଥିବା ଖବର ଆସିଛି। ନିକଟରେ ପେଟ୍ରୋଲ-ଡିଜେଲ ଦାମ୍‌ ବଢ଼ିବା ପରେ ଏବେ ପାକିସ୍ତାନରେ ବିଜୁଳି ଦର ବୃଦ୍ଧି କରାଯାଇଥିବା ସାମ୍ନାକୁ ଆସିଛି। ପାକିସ୍ତାନର କ୍ୟାବିନେଟ ବିଜୁଳି ଟାରିଫରେ ୫.୭୨ ପାକିସ୍ତାନୀ ଟଙ୍କା ପ୍ରତି ୟୁନିଟ ବୃଦ୍ଧି କରିବାକୁ ମଞ୍ଜୁରି ଦିଆଯାଇଛି। ୧ ଜୁଲାଇରୁ ଏହାକୁ ଲାଗୁ କରିବା ପରେ, ପଡ଼ୋଶୀ ରାଷ୍ଟ୍ରରେ ବିଜୁଳି ଟାରିଫ ବୃଦ୍ଧି ହୋଇ ୩୫.୫୦ ଟଙ୍କା ୟୁନିଟ ପିଛା ହୋଇଛି। 

ଆରି ନ୍ୟୁଜ୍‌ ପକ୍ଷରୁ କୁହାଯାଇଛି ଯେ, ପାକିସ୍ତାନର ଫେଡେରାଲ କ୍ୟାବିନେଟ ମୌଳିକ ବିଜୁଳି ଟାରିଫ୍‌ ଅର୍ଥାତ୍‌ ବିଜୁଳି ଦରରେ ୫.୭୨ ପାକିସ୍ତାନୀ ଟଙ୍କା ୟୁନିଟ ପିଛା ବୃଦ୍ଧି ପାଇଛି। ଇକୋନୋମିକ୍ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ, ଏହି ନିଷ୍ପତ୍ତି ଖୁବ ଶୀଘ୍ର ପାକିସ୍ତାନର ନ୍ୟାସନାଲ୍ ଇଲେକ୍ଟ୍ରୋନିକ୍ ପାୱାର୍ ରେଗୁଲେଟୋରୀ ଅଥରିଟି (NEPRA) କୁ ପଠାଯିବ ଏବଂ ସମଗ୍ର ଦେଶରେ ୟୁନିଫର୍ମ ଟାରିଫ ଲାଗୁ କରିବାକୁ ବିଜ୍ଞପ୍ତି ଜାରି କରାଯିବ। ଏହି ପଦକ୍ଷେପ ମାଧ୍ୟମରେ ପାକିସ୍ତାନ ସରକାର ଲକ୍ଷ୍ୟ ରଖିଛନ୍ତି ଯେ ଗ୍ରାହକଙ୍କ ଚାପ ସତ୍ତ୍କେ ଆର୍ଥିକ ନିଅଣ୍ଟକୁ ପୂରଣ କରିବା ପାଇଁ ଆଇଏମଏଫ ସହାୟତା ପ୍ରଦାନକୁ ସମର୍ଥନ କରିବାକୁ ଲକ୍ଷ ରଖାଯାଇଛି।

 ଜାତୀୟ ବୈଦ୍ୟୁତିକ ଶକ୍ତି ନିୟାମକ ପ୍ରାଧିକରଣ ଏକ ରିପୋର୍ଟରେ ଦାବି କରିଛି ଯେ ୨୦୨୨-୨୩ ଆର୍ଥିକ ବର୍ଷରେ ପାକିସ୍ତାନର ବିଜୁଳି କ୍ଷେତ୍ର ୪୦୩ ବିଲିୟନ ଡ଼ଲାର କ୍ଷତି କରିଛି। ପାକିସ୍ତାନରେ ଜୁଲାଇ ୧ ରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୭.୪୫ ଟଙ୍କା ବୃଦ୍ଧି କରାଯାଇଛି, ଏହା ପରେ ସେଠାରେ ପେଟ୍ରୋଲ ଲିଟର ପିଛା ୨୬୫.୬୧ ଟଙ୍କାରେ ବିକ୍ରି ହେଉଛି। ଏହା ବ୍ୟତୀତ ଡିଜେଲ ଦର ଲିଟର ପିଛା ୯.୬୦ ଟଙ୍କା ବୃଦ୍ଧି ପରେ ଡିଜେଲର ମୂଲ୍ୟ ଲିଟର ପିଛା ୨୭୭.୪୯ ଟଙ୍କା ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.