ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

୬୫୦ ଆସନରେ ଗୋଟିଏ ପର୍ଯ୍ୟାୟରେ ମତଦାନ; ଓପିନିୟନ ପୋଲ୍‌ରେ ସୁନକଙ୍କ ବିଶ୍ବସନୀୟତା ଉପରେ ଉଠିଲା ପ୍ରଶ୍ନ

Image source: Reuters

ନୂଆଦିଲ୍ଲୀ,୦୩/୦୭: ବ୍ରିଟେନରେ ସାଧାରଣ ନିର୍ବାଚନ କାଉଣ୍ଟଡାଉନ ଆରମ୍ଭ ହୋଇଛି। ୫ ବର୍ଷ ପରେ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନ ପାଇଁ ମତଦାନ ଜୁଲାଇ ୪ ତାରିଖରେ ହେବ। ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଋଷି ସୁନାକ ଜନସାଧାରଣଙ୍କ ଆଗରେ ରହିଛନ୍ତି, ସେ କଞ୍ଜର୍ଭେଟିଭ ପାର୍ଟିର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଇସ୍ତଫା ପରେ ୨୦୨୨ ମସିହାରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହି ନିର୍ବାଚନରେ ସମସ୍ତଙ୍କ ନଜର ଭାରତୀୟ ବଶୋଦ୍ଭବ ଭୋଟରଙ୍କ ଉପରେ ରହିଛି, କାରଣ ଋଷି ସୁନକ ନିଜେ ଭାରତୀୟ ଅଟନ୍ତି ଏବଂ ଏଥର ୧୦୬ ଭାରତୀୟ ବଂଶୋଦ୍ଭବ ସାଂସଦ ପ୍ରାର୍ଥୀ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏକ ସର୍ଭେ ଦାବି କରିଛି ଯେ ଭାରତୀୟ ବଂଶୋଦ୍ଭବ ଥିବା ୬୫ ପ୍ରତିଶତ ଭୋଟର ସୁନାକଙ୍କ ବିରୋଧରେ ଅଛନ୍ତି।

କ'ଣ କହୁଛି ସର୍ବେକ୍ଷଣ ?

ଏହି ନିର୍ବାଚନ ପୂର୍ବରୁ କରାଯାଇଥିବା ପ୍ରାୟ ସମସ୍ତ ସର୍ବେକ୍ଷଣରୁ ଜଣାପଡିଛି ଯେ କଞ୍ଜର୍ଭେଟି ପାର୍ଟି ହାରିବ ବୋଲି କୁହାଯାଇଛି। ଅନୁମାନ କରାଯାଉଛି ଯେ ବାମପନ୍ଥୀ ଲେବର ପାର୍ଟି ୧୪ ବର୍ଷ ପରେ ପୁନର୍ବାର କ୍ଷମତାକୁ ଫେରିବାକୁ ଯାଉଛି। ୨୦୧୦ ରେ ବ୍ରିଟେନରେ ସେଣ୍ଟର ରାଇଟ୍ କଞ୍ଜର୍ଭେଟିଭ ପାର୍ଟି କ୍ଷମତା ହାସଲ କରିଥିଲା। ସେତେବେଳେ ବ୍ରିଟେନ ମୁଦ୍ରାସ୍ଫିତୀ ମାଡ଼ର ସମ୍ମୁଖୀନ ହୋଇଥିଲା ଏବଂ ଇରାକ-ଆଫଗାନିସ୍ତାନ ଯୁଦ୍ଧରେ ବ୍ରିଟେନର ଭୂମିକାକୁ ନେଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ଗୋର୍ଡନ ବ୍ରାଉନଙ୍କ ବିରୋଧରେ ସାଧାରଣ ଜନତାଙ୍କ ଅସନ୍ତୋଷ ବଢ଼ିଯାଇଥିଲା।

ବଢ଼ୁଥିବା ମୁଦ୍ରାସ୍ଫୀତି ଯୋଗୁ ଋଷି ସୁନାକଙ୍କ ପ୍ରତି ଜନସାଧାରଣ ଅସନ୍ତୁଷ୍ଟ ଥିବା ବିବେଚନା କରାଯାଉଛି। ବ୍ରିଟେନର ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି ଏବଂ ଟିକସ ବୃଦ୍ଧି ପାଇଛି। ଭିସା ଏବଂ ଇମିଗ୍ରେସନ ନିୟମକୁ ମଧ୍ୟ ସୁନକ ଜଟିଳ କରିଛନ୍ତି ଯେଉଁଥିପାଇଁ ଭାରତୀୟ ସମ୍ପ୍ରଦାୟ ଏବଂ ଏସିଆର ଲୋକମାନେ ମଧ୍ୟ ତାଙ୍କ ବିରୋଧରେ ସ୍ବର ଉଠାଇଛନ୍ତି। ବ୍ରିଟେନରେ ପ୍ରାୟ ୨୫ ଲକ୍ଷ ଭାରତୀୟ ବଂଶୋଦ୍ଭବ ଭୋଟର ଅଛନ୍ତି। ଏହି ଅସନ୍ତୋଷକୁ ଅନୁଭବ କରି ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ତାଙ୍କ ପତ୍ନୀ ଲଣ୍ଡନର ବିପିଏସ୍ ସ୍ବାମିନାରାୟଣ ମନ୍ଦିରରେ ପହଞ୍ଚିଥିଲେ। ଦର୍ଶନ ପରେ ସେ ଟି ୨୦ ବିଶ୍ୱକପରେ ଭାରତର ବିଜୟ ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ କହିଛନ୍ତି ଯେ 'ମୁଁ ଆପଣଙ୍କ ଭଳି ଜଣେ ହିନ୍ଦୁ ଏବଂ ମୋର ଧର୍ମ ମୋତେ ପ୍ରେରଣା ଦିଏ।'

ଋଷି ସୁନକଙ୍କ ଆଗରେ କିଏ ? 

ବିରୋଧୀ ଲେବର ପାର୍ଟିର ମଙ୍ଗ ରହିଛି କିର୍‌ ଷ୍ଟାରମରଙ୍କ ପାଖରେ। ୬୧ ବର୍ଷୀୟ କିର ଷ୍ଟାରମର ପେଶାରେ ଜଣେ ଓକିଲ ଏବଂ ଇଂଲଣ୍ଡ ଓ ଓ୍ବେଲ୍ସର ପୂର୍ବତନ ପ୍ରୋସିକ୍ୟୁଟର ରହିସାରିଛନ୍ତି। ନିର୍ବାଚନୀ ପ୍ରଚାରରେ ଜନତାଙ୍କ ଠାରୁ ମିଳିଥିବା ସମର୍ଥନ ପରେ ସେ ତାଙ୍କ ବିଜୟ ପକ୍କା ବୋଲି କହିଛନ୍ତି। 'ୟୁଗଭ୍‌' ର ଓପିନିୟନ ପୋଲ୍‌ ରିପୋର୍ଟ ଅନୁଯାୟୀ ସୁନକଙ୍କ ନେ‌ତୃତ୍ବରେ କଞ୍ଜର୍ଭେଟିଭ ପାର୍ଟି ୧୫୫ ଆସନରେ ଅଟକିବ ବୋଲି ଆଲୋଚନା ଲାଗି ରହିଛି। ତେବେ ୨୦୧୯ରେ ଦଳ ବୋରିସ ଜନ୍‌ସନ୍‌ଙ୍କ ନେତୃତ୍ବରେ ୩୬୫ ଆସନ ହାସଲ କରିଥିଲା। ଅନ୍ୟପକ୍ଷରେ ଲେବର ପାର୍ଟିକୁ ଓପିନିୟନ ପୋଲ୍‌ରେ ୪୦୩ ଆସନ ଦିଆଯାଇଥିବା ଦେଖିବାକୁ ମିଳିଥିଲା। ବ୍ରିଟେନରେ ମୋଟ ୬୫୦ ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ କୌଣସି ଏକ ଦଳକୁ କ୍ଷମତାକୁ ଆସିବା ପାଇଁ ହେଲେ ୩୨୫ରୁ ଅଧିକ ଆସନର ଆବଶ୍ୟକତା ରହୁଛି। 

ବ୍ରିଟେନରେ କିପରି ହୁଏ ନିର୍ବାଚନ? 

ବ୍ରିଟିଶ ସଂସଦରେ ଦୁଇଟି ସଦନ ଅଛି, ଗୋଟିଏ ହେଉଛି ହାଉସ୍ ଅଫ୍ ଲର୍ଡସ୍ ଏବଂ ଅନ୍ୟଟି ହେଉଛି ହାଉସ୍ ଅଫ୍ କମନ୍ସ। ସାଧାରଣ ନିର୍ବାଚନ ସହିତ ହାଉସ୍ ଅଫ୍ ଲର୍ଡ୍ସର କୌଣସି ସମ୍ପର୍କ ନାହିଁ। ଦେଶର ୬୫୦ ନିର୍ବାଚନମଣ୍ଡଳୀରେ ଭୋଟରମାନେ ସେମାନଙ୍କର ପ୍ରତିନିଧୀ ଅର୍ଥାତ୍ ଲୋକସଭା ପାଇଁ ସାଂସଦ ଚୟନ କରନ୍ତି। ଏହି ପ୍ରତିନିଧୀମାନେ ମିଳିତ ଭାବରେ ଦେଶର ପ୍ରଧାନମନ୍ତ୍ରୀଙ୍କୁ ବାଛନ୍ତି ଏବଂ ତା’ପରେ ପ୍ରଧାନମନ୍ତ୍ରୀ ଚୟନ କରି ସରକାର ଗଠନ କରନ୍ତି। ଯେପରି ଭାରତରେ ଲୋକସଭାରେ ସାଂସଦଙ୍କ ସଂଖ୍ୟା ଅନୁଯାୟୀ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୁଅନ୍ତି, ଠିକ୍‌ ସେହିପରି ବ୍ରିଟେନରେ ମଧ୍ୟ ଏପରି ଭାବେ ପ୍ରଧାନମନ୍ତ୍ରୀଙ୍କୁ ଚୟନ କରାଯାଏ। ରାଜ୍ୟସଭା ଭାରତର ଉଚ୍ଚ ସଦନ ହୋଇଥିବା ବେଳେ ହାଉସ୍ ଅଫ୍ ଲର୍ଡସ୍ ହେଉଛି ବ୍ରିଟେନର ଉଚ୍ଚ ସଦନ।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.