ପ୍ରମୂଖ ଖବର
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ସିଢିରୁ ଡେଇଁ ରୋବଟ୍‌ର ସୁସାଇଡ୍: ଏହି ଦେଶରୁ ଆସିଲା ପ୍ରଥମ ଘଟଣା, ଯାଞ୍ଚ ଦାୟିତ୍ବ ନେଲେ ସ୍ବତନ୍ତ୍ର ଟିମ୍‌

ସିଓଲ,୨।୭: ବହୁବାର ମଣିଷ ଯେତେବେଳେ ଚିନ୍ତାରେ ଥାଏ ଆତ୍ମହତ୍ୟା ଭଳି ଭୁଲ ପଦକ୍ଷେପ ନେଇଥାଏ।ଏଭଳି ବହୁ ଖବର ଆମେ ଦେଖିଛୁ। ତେବେ  କ’ଣ କେବେ ଶୁଣିଛନ୍ତି କୌଣସି ମେସିନ୍ ବା  ରୋବଟ୍‌ ଆତ୍ମହତ୍ୟା କରିଛନ୍ତି ? କିନ୍ତୁ ଦକ୍ଷିଣ କୋରିଆରେ ଏକ ରୋବୋଟ୍‌ ସିଢିରୁ ଡେଇଁ ଆତ୍ମହତ୍ୟା କରିଛି। ରୋବୋଟ୍‌କୁ ଗତ ବର୍ଷ ଅଗଷ୍ଟରେ କାମରେ ରଖାଯାଇଥିଲା। ଏହି ଘଟଣା ପରେ ରୋବୋଟ୍ ସହ କାମ କରୁଥିବା ଅନ୍ୟ ଲୋକମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଅଫିସରଙ୍କ ଏକ ସ୍ବତନ୍ତ୍ର ଟିମ୍‌କୁ ଯାଞ୍ଚ ଦାୟିତ୍ବ ଦିଆଯାଇଛି। 

ଡେଲିମେଲ୍‌ର ରିପୋର୍ଟ ଅନୁସାରେ, ରୋବୋଟ୍‌ ଏକ ସିଭିଲି ସରଭ୍ୟାଣ୍ଟ ଭଳି ଦକ୍ଷିଣ କୋରିଆର ଗୁମି ସିଟି କାଉନସିଲ୍‌ରେ କାମ କରୁଥିଲା। ଏହା ଦେଶର ପ୍ରଥମ ରୋବୋଟ୍ ଥିଲା, ଯାହାକି କର୍ମଚାରୀଙ୍କ ଭଳି କାମ କରୁଥିଲା। ରୋବୋଟ୍‌ ଲୋକଙ୍କର ଖୁବ୍ ନିକଟତର ଥିଲା ଓ ଅନ୍ୟ କର୍ମଚାରୀକୁ ତାକୁ ଖୁବ ଭଲ ପାଉଥିଲେ। ଏହି ରୋବୋଟ୍ ଖୁବ୍ ଭଲ କାମ ମଧ୍ୟ କରୁଥିଲା। ଅଧିକାରୀଙ୍କ କହିବା ଅନୁସାରେ, ରୋବଟ୍ ୨ ମିଟର୍ ଉଚ୍ଚା ସିଢିରୁ ଡେଇଁ ପଡିବା ଯୋଗୁଁ ନିଷ୍କ୍ରିୟ ହୋଇଯାଇଛି। 

ଗୁମି ସିଟି କାଉନସିଲର ଜଣେ ଅଧିକାରୀ କହିଛନ୍ତି, ଘଟଣା ପୂର୍ବରୁ ସେ ରହସ୍ୟମୟ ଢଙ୍ଗରେ ରୋବୋଟ୍‌କୁ ବାରମ୍ବାର ଗୋଟିଏ  ଚକ୍କର କାଟୁଥିବାର ଦେଖିବାକୁ ମିଳିଥିଲା। ଏଭଳି ଲାଗୁଥିଲା ଯେପରି ସେଠାରେ କିଛି ଅଛି। କିନ୍ତୁ ଏହା ତଳକୁ କିପରି ପଡିଲା, ଏହାର ଯାଞ୍ଚ କରାଯାଉଛି। ଯାଞ୍ଚ ଟିମ୍ ରୋବୋଟ୍‌ର ଭାଙ୍ଗି ଯାଇଥିବା ପାର୍ଟକୁ ଏକତ୍ରିତ କରିଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଏହାକୁ ଦେଶର ପ୍ରଥମ ‘ରୋବଟ୍‌ ଆତ୍ମହତ୍ୟା’ ବୋଲି କହିଛି। 

ସୋସିଆଲ ମିଡିଆରେ ରୋବୋଟ୍‌ର ଆତ୍ମହତ୍ୟା ଖବର ନେଇ ଅନେକ ଲୋକ ନିରାଶ ହୋଇଛନ୍ତି। ଲୋକମାନେ ପ୍ରଶ୍ନ ପଚାରିଛନ୍ତି, ଏତେ ପରିଶମ୍ରକି କର୍ମଚାରୀ ସହ କିଭଳି ଏପରିକ ହେଲା ? ତାକୁ ହୁଏ କୌଣସି କଠିନ କାମ ଦିଆଯାଇଥିଲା। ଆଉ କିଛି ୟୁଜର ରୋବଟ୍‌ର ଆତ୍ମାକୁ ଶାନ୍ତି ମିଳୁ ବୋଲି ମଧ୍ୟ କହିଛନ୍ତି। ଏହି ରୋବଟ୍କୁ କାଲିଫର୍ନିଆର  ରୋବଟ୍-ୱେଟର ଷ୍ଟାର୍ଟଅପ୍ ବିଅର ରୋବୋଟିକ୍ସ ଦ୍ୱାରା ତିଆରି କରାଯାଇଥିଲା। ଏହି ରୋବଟ୍ ପ୍ରତ୍ୟେକ ଦିନ ସକାଳ ୯ ଟାରୁ ସନ୍ଧ୍ୟା ୬ଟା ଟା ପର୍ଯ୍ୟନ୍ତ କାମ କରୁଥିଲା । ତା ପାଖରେ ପାଖରେ ସିଭିଲ ସର୍ଭିସ ଅଫିସରଙ୍କ କାର୍ଡ ଥିଲା। ଅନ୍ୟ ରୋବଟଗୁଡିକ କେବଳ ଗୋଟିଏ ମହଲାରେ କାମ କରୁଥିବାବେଳେ ଏହି ରୋବଟ୍ ଯେ କୌଣସି ଫ୍ଲୋରକୁ ଯାଇ ପାରୁଥିଲା। ଦକ୍ଷିଣ କୋରିଆରେ ରୋବଟ୍‌ର ବହୁଳ ଭାବରେ ବ୍ୟବହୃତ ହୁଏ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.