ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍‌ ଲିକ୍‌ରେ ୮ ଶ୍ରମିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ଅର୍ଥପୂର୍ଣ୍ଣ ଆଲୋଚନା ଦ୍ବାରା ଦୂର ହେବ ଏକଲାପଣ ଏବଂ ମିଳିବ ଖୁସି !

Image Courtesy: dtnext

ଓ୍ବାଶିଂଟନ: ସାଥିମାନଙ୍କ ସହ ଅର୍ଥପୂର୍ଣ୍ଣ ସାମାଜିକ ବାର୍ତ୍ତାଳାପ ଦ୍ବାରା ଏକଲାପଣ ଦୂର ହେବା ସହ ନିଜର ଜୀବନ ସୁଖମୟ ହୋଇଥାଏ ।  ଏକ ଗବେଷଣାତ୍ମକ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ୩ଟି ଗୋଷ୍ଠୀ‌ରେ ବିଭକ୍ତ କରି ଦୀର୍ଘ ୩ ବର୍ଷ ଧରି ସେମାନଙ୍କ ମଧ୍ୟରେ ସଂପର୍କ ଏବଂ ଏହାର ପ୍ରଭାବ ଉପରେ ଅଧ୍ୟୟନ କରିଥିଲେ ଗବେଷକ । ଅଧ୍ୟୟନ ପରେ ଗବେଷକଙ୍କୁ ଯେଉଁ ତଥ୍ୟ ମିଳିଛି ତାହା ‘ସୋସିଆଲ ସାଇକୋଲୋଜିକାଲ୍‌ ଆଣ୍ଡ ପର୍ସନାଲିଟି ସାଇନ୍ସ’ ପତ୍ରିକାରେ ପ୍ରକାଶ ପାଇଛି । 

ପଜିଟିଭ୍‌ କନଭର୍ସେସନ (ସକରାତ୍ମକ ବାର୍ତ୍ତାଳପ) କରିବା ଦ୍ବାରା ଜଣେ ବ୍ୟକ୍ତିଙ୍କୁ ମାନସିକ ଚାପ ଏବଂ ଏକଲାପଣରୁ ଆଶ୍ବସ୍ତି ମିଳିଥାଏ । ସେହିଭଳି ଭଲ କିମ୍ବା କମ୍‌ ଯୋଗାଯୋଗ ଥିବା ସାଥିମାନଙ୍କ ସହ ସାରଗର୍ଭିତ ବା ଗହନ(Deep Conversations) ଆଲୋଚନା କରିବା ଦ୍ବାରା ଅଳ୍ପ କେତେ ଜଣଙ୍କୁ ଖୁସି ମିଳୁଛି ବୋଲି ଗବେଷଣାରୁ ଜଣାପଡ଼ିଛି । ସବୁଠୁ ବଡ଼ କଥା ହେଉଛି, ଯେତେବେଳେ ବ୍ୟକ୍ତି ବ୍ୟକ୍ତିଙ୍କ ମଧ୍ୟରେ ମୁହାଁମୁହିଁ ଅର୍ଥପୂର୍ଣ୍ଣ ସାମାଜିକ ବାର୍ତ୍ତାଳାପ ହୁଏ ସେତେବେଳେ ଏହାର ଫଳାଫଳ ଖୁବ ସକରାତ୍ମକ   । କିନ୍ତ ଏହି କଥାବାର୍ତ୍ତା ମେସେଜ୍‌ କିମ୍ବା କୌଣସି ସୋସିଆଲ ମିଡିଆରେ ହୋଇନଥିବା ଦରକାର । ଏଥିରୁ ସ୍ପଷ୍ଟ ଯେ, ମୁହାଁମୁହିଁ କୌଣସି ଅର୍ଥପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବା ଦ୍ବାରା ବ୍ୟକ୍ତିଙ୍କ ଏକଲାପଣ ଦୂର ହେବା ସହ ମାନସିକ ଚାପରୁ ମଧ୍ୟ ଆଶ୍ବସ୍ତି ମିଳିପାରିବ ବୋଲି ଗବେଷଣାର ମୁଖ୍ୟ ମହନାଜ ରୋସାନାଇ କହିଛନ୍ତି  ।

ସେପଟେ ଗବେଷଣା କେବଳ ବିଶ୍ବିବଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଖରେ ସୀମିତ । ତେଣୁ ଗବେଷଣାରୁ ମିଳିଥିବା ତଥ୍ୟକୁ ପ୍ରତିଟି ବ୍ୟକ୍ତିଙ୍କ କ୍ଷେତ୍ରରେ ଉପଯୋଗ କରାଯାଇପାରିବ ନାହିଁ ବୋଲି ଗବେଷକ ସ୍ବୀକାର କରିଛନ୍ତି । ଏପରିକି ଆମେରିକାରରେ ଏହି ଗବେଷଣା ହୋଇଥିବାରୁ ଏହର ଆଉଟକମ୍ ବିଶ୍ବର ଅନ୍ୟ ଦେଶରେ ଭିନ୍ନ ହୋଇପାରେ ।  ମହନାଜ ରୋସାନାଇ    କହିଛନ୍ତି ଯେ, ଭବିଷ୍ୟତରେ ଏହି ଗବେଷଣାତ୍ମକ ତଥ୍ୟ ସୁସ୍ଥ ସାମାଜିକ ଜୀବନକୁ ପ୍ରୋତ୍ସାହିତ କରିବା ପାଇଁ  ଷ୍ଟ୍ରାଟେଜି ତିଆରି କରିବାରେ ବ୍ୟବହାର କରାଯାଇପାରିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.