ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ

ନୂଆଦିଲ୍ଲୀ,୩୦/୬:ଉତ୍ତର ପୂର୍ବ ନାଇଜେରିଆରେ ଆତ୍ମଘାତି ଆକ୍ରମଣ। ଏହି ଆକ୍ରମଣରେ ପ୍ରାୟ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୨ ଆହତ ହୋଇଥିବା ଜଣାପଡିଛି । ସେହିପରି ସେମାନଙ୍କ ମଧ୍ୟରୁ ୧୯ ଜଣ ଗୁରୁତର ଆହତଙ୍କୁ ଜରୁରୀକାଳିନ ସେବା ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ତେବେ ଏହି ଆକ୍ରମଣ ଗତକାଲି ଅର୍ଥାତ ଶନିବାର ହୋଇଥିଲା । 

ପୋଲିସ ସୂତ୍ରନୁଯାୟୀ, ଗ୍ୱୋଜା ସହରରେ ହୋଇଥିବା ୩ଟି ବିସ୍ଫୋରଣ ମଧ୍ୟରୁ ଜଣେ ମହିଳା ଆକ୍ରମଣକାରୀ ତାଙ୍କ ପିଠିରେ ଶିଶୁ ସହ ବିସ୍ଫୋରକ ସାମଗ୍ରୀ ବାନ୍ଧି ଏକ ବିବାହ ଉତ୍ସବରେ ବିସ୍ଫୋରଣ ଘଟାଇଥିଲେ । ଏହା ବାଦ୍ କ୍ୟାମେରୁନ୍ ସୀମାନ୍ତ ସହରରେ ହୋଇଥିବା ଅନ୍ୟ ଆକ୍ରମଣରେ ଏକ ହସ୍ପିଟାଲ ଏବଂ ପୂର୍ବ ବିବାହ ଉତ୍ସବରେ ପୀଡ଼ିତଙ୍କ ଅନ୍ତିମ ସଂସ୍କାରକୁ ଟାର୍ଗେଟ କରାଯାଇଥିଲା । ଏକ ରିପୋର୍ଟରୁ ପ୍ରକାଶ ଏହି ବିସ୍ପୋରଣରେ ୧୮ ଜଣ ମୃତକଙ୍କ ମଧ୍ୟରୁ ଶିଶୁ, ମହିଳା, ପୁରୁଷ ଏବଂ ଗର୍ଭବତୀ ମହିଳା ସାମିଲ ଥିଲେ । ସେହିପରି ଅନ୍ୟ ଏକ ଆଟାକରେ ଗ୍ୱାଜା ସୈନ୍ୟବାହିନୀକୁ ସମର୍ଥନ କରୁଥିବା ମିଲିସିଆର ଜଣେ ସଦସ୍ୟଙ୍କ କହିବାନୁଯାୟୀ ଏକ ସୁରକ୍ଷା ପୋଷ୍ଟରେ ହୋଇଥିବା ଆକ୍ରମଣରେ ତାଙ୍କର ଦୁଇ ସାଥୀ ଏବଂ ଜଣେ ସୈନିକ ନିହତ ହୋଇଥିଲେ । ତେବେ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ଦାୟୀ ଥିବା ନେଇ ସୂଚନା ମିଳିନି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.