ପ୍ରମୂଖ ଖବର
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

କାନାଡାରେ ହଠାତ୍ ୪ ଶହରୁ ଅଧିକ ବିମାନ ବାତିଲ, ଘରୋଇ ଏବଂ ଅନ୍ତର୍ଜାତୀୟ ସ୍ତରରେ ୫୦ ହଜାର ଯାତ୍ରୀ ଅସୁବିଧାର ସମ୍ମୁଖୀନ…

ନୂଆଦିଲ୍ଲୀ: କାନାଡାରେ ହଠାତ୍ ୪ ଶହରୁ ଅଧିକ ବିମାନକୁ ବାତିଲ କରାଯାଇଛି । ଯେଉଁ କାରଣରୁ ଦେଶରେ ୫୦ ହଜାର ଲୋକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦେଶରେ ଅନ୍ତର୍ଜାତୀୟ ସହ ଘରୋଇ ବିମାନ ମଧ୍ୟ ବାତିଲ କରାଯାଇଛି ।କୁହାଯାଉଛି କି, ଧର୍ମଘଟ ଯୋଗୁଁ ବିମାନ ଉଡ଼ାଣ ବାତିଲ କରାଯାଇଛି । ଅନ୍ୟପକ୍ଷରେ ୱେଷ୍ଟଜେଟ କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, ରକ୍ଷଣାବେକ୍ଷଣ ବା ମେଣ୍ଟେନାନ୍‌ସ କର୍ମଚାରୀ ସଂଘ ଧର୍ମଘଟରେ ଥିବାରୁ ଏହି ସମସ୍ୟା ଉପୁଜିଛି । ସୂଚନାଥାଉକି ଯେ କାନାଡାର ଦ୍ୱିତୀୟ ବୃହତ୍ତମ ବିମାନ ସେବା କମ୍ପାନୀ ମଧ୍ୟରୁ ୱେଷ୍ଟଜେଟ୍ ଅନ୍ୟତମ । ଧର୍ମଘଟ ଯୋଗୁଁ ୪୦୭ ବିମାନ ବାତିଲ କରାଯାଇଛି ବୋଲି କମ୍ପାନୀ କହିଛି । ଏହି କାରଣରୁ ଦେଶରେ ୪୯ ହଜାରରୁ ଅଧିକ ଯାତ୍ରୀ ଅନ୍ତର୍ଜାତୀୟ ତଥା ଘରୋଇ ବିମାନ ଉଡ଼ାଣରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ଅନ୍ୟପକ୍ଷରେ ଏୟାରକ୍ରାଫ୍ଟ ମେକାନିକ୍ସ ଫ୍ରେଟରନାଲ ଆସୋସିଏସନ ସଂଘ (ଏମଏଫଏ) କହିଛି ଯେ, ଏହାର ସଦସ୍ୟମାନେ ଶୁକ୍ରବାର ସନ୍ଧ୍ୟାରେ ଧର୍ମଘଟ ଆରମ୍ଭ କରିଛନ୍ତି । ୱେଷ୍ଟଜେଟର ଅଧ୍ୟକ୍ଷ ଡେଡେରିକ୍ ପେନ୍‌ଙ୍କ ଅନୁଯାୟୀ କମ୍ପାନୀ ଏଥିରେ ହସ୍ତକ୍ଷେପ କରିବାକୁ ସମସ୍ତ ପ୍ରକାର ଉଦ୍ୟମ କରୁଛି । ଏକ ସ୍ଥିର ନେଟୱାର୍କ ସୃଷ୍ଟି କରିବା ପାଇଁ ୨୪ ଘଣ୍ଟା କାମ କରୁଛି । ଅନ୍ୟପକ୍ଷରେ, ଏୟାରଲାଇନ୍ସର ସିଇଓ ଏଲେକ୍ସିସ୍ ଭନ୍ ହୋନ୍ସବ୍ରୋଚ୍ ଏହି ପରିସ୍ଥିତି ପାଇଁ ଏକ ଆମେରିକୀୟ ସଂଘକୁ ଦାୟୀ କରିଛନ୍ତି । ସେ କହିଛନ୍ତି ଯେ ଏହି ଆସୋସିଏସନ କାନାଡାରେ ପ୍ରବେଶ କରିବାକୁ ଚେଷ୍ଟା କରୁଛି। ଭାଓନ୍ କହିଛନ୍ତି ଯେ ସରକାରଙ୍କ ମଧ୍ୟସ୍ଥତା ପରେ ସଂଘ ସହ ଏକ ଚୁକ୍ତିନାମା ହୋଇଥିଲା, ସେତେବେଳେ ପରିସ୍ଥିତି ବଦଳି ଯାଇଥିଲା ।

ସୂଚନାଥାଉକି ଯେ, ଗୁରୁବାର ମଧ୍ୟସ୍ଥତା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ହଠାତ୍ ଧର୍ମଘଟ ଘୋଷଣା କରାଯାଇଥିଲା । ଯେଉଁଥିପାଇଁ ଆନ୍ତର୍ଜାତୀୟ ଏବଂ ଘରୋଇ ବିମାନ ପ୍ରଭାବିତ ହୋଇଥିଲା । ଏହି ବିମାନ ସେବାରେ ପ୍ରାୟ ୨ ଶହ ବିମାନ ଅଛି ଏବଂ ସେମାନେ କହିଛନ୍ତି ଯେ ସୋମବାର ସନ୍ଧ୍ୟା ସୁଦ୍ଧା ସେମାନେ ପ୍ରାୟ ୩୦ଟି ବିମାନ ଚଳାଚଳ ଆରମ୍ଭ କରିବେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.