ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ଅନନ୍ତ-ରାଧିକା ବାହାଘର, ଅତିଥିଙ୍କୁ ପଶ୍ମିନା ଶଲ୍‌ ଉପହାର ଦେଇ ନିମନ୍ତ୍ରଣ

ମୁମ୍ବାଇ ୦୨/୦୭: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ପୁଅ ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କର ବିବାହ ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବ । ଇତିମଧ୍ୟରେ ଦମ୍ପତିଙ୍କର ବିବାହ କାର୍ଡ ସାମ୍ନାକୁ ଆସିଥିବାବେଳେ କାର୍ଡ ସହିତ ଏକ ସ୍ୱତନ୍ତ୍ର ଉପହାର ଦେଇ ଭିଭିଆଇପି ଅତିଥିମାନଙ୍କୁ ନିମନ୍ତ୍ରଣ କରାଯାଇଛି । ତାହା ହେଉଛି କାଶ୍ମୀରର ଦୋରୁଖା ପଶ୍ମିନା ଶଲ୍‌ । ଶଲ୍‌ର ଗୋଟିଏ ପାଶ୍ୱର୍ ନୀଳ ଓ ଗୋଟିଏ ପାଶ୍ୱର୍ ବାଇଗଣୀ ରଙ୍ଗର । ତା’ ଉପରେ ସୁନ୍ଦର ଏମ୍ବ୍ରୟଡୋରୀ କରାଯାଇଛି । ଦୋରୁଖା ପଶ୍ମିନା ଶଲ୍‌ ଦେଖିବାକୁ ଯେତେ ସୁନ୍ଦର, ତା’ର ପ୍ରସ୍ତୁତିରେ ସେତେ ଅଧିକ ସମୟ ଲାଗିଥାଏ ।




ଶଲ୍‌କୁ ପ୍ରସ୍ତୁତ କରିଥିବା ଶ୍ରୀନଗରର ଗୁଲାମ ମହମ୍ମଦ ବେଗ୍‌ କହିଛନ୍ତି, ଏହା ନିଜର ଏମ୍ବ୍ରୟଡୋରୀ ଲାଗି ପ୍ରସିଦ୍ଧ । ଏଥିରେ ପ୍ରତି ବର୍ଗ ସେମିରେ ୫୦୦ଟି ଷ୍ଟିଚ୍‌ ଥାଏ । ପ୍ରତି ଷ୍ଟିଚ୍‌କୁ ଏମିତି ଭାବେ କରାଯାଇଥାଏ ଯେପରିକି ଡିଜାଇନ୍‌ ଦୁଇପାଖରେ ସମାନ ଦେଖାଯିବ । ବିଳାସର ପ୍ରତୀକ ଏହି ଶଲ୍‌ର ପ୍ରସ୍ତୁତି ଲାଗି କୁଶଳତା ସହିତ ଧୈର୍ଯ୍ୟ ଓ ସମୟର ଆବଶ୍ୟକତା ପଡି଼ଥାଏ । ବେଳେବେଳେ ଅର୍ଡର ମୁତାବକ ଏକ ମାଷ୍ଟରପିସ୍‌ ପଶ୍ମିନା ଶଲ୍‌ ପ୍ରସ୍ତୁତି ଲାଗି ଅଢ଼େଇ ବର୍ଷ ଯାଏ ସମୟ ଲାଗିଥାଏ । ଶଲ୍‌ରେ କରାଯାଇଥିବା ଏମ୍ବ୍ରୟଡୋରୀ ଅନୁସାରେ ଏହାର ଦାମ୍‌ ସ୍ଥିର କରାଯାଏ । ହାଲୁକା ଏମ୍ବ୍ରୟଡୋରୀ ଯୁକ୍ତ ଶଲ୍‌ ୧୦-୧୨ ହଜାର ଟଙ୍କା ପଡୁଥିବାବେଳେ ଅଧିକ ଏମ୍ବ୍ରୟଡୋରୀ ଯୁକ୍ତ ଶଲ୍‌ ଆହୁରି ମହଙ୍ଗା ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.