ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ପ୍ରଥମ କେମୋଥରାପିର ବଖାଣିଲେ ଅନୁଭୂତି, ଆଓ୍ବାର୍ଡ ସୋ ପରେ ହସ୍ପିଟାଲ ଯାଇଥିଲେ ହିନା

ମୁମ୍ବାଇ,୨/୭: ଟିଭିର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ। ବର୍ତ୍ତମାନ ସେ ସ୍ତନ କର୍କଟ ସହ କରୁଛନ୍ତି  ସଂଘର୍ଷ। ନିକଟରେ ଅଭିନେତ୍ରୀ ଏହି ରୋଗର ତୃତୀୟ ଷ୍ଟେଜରେ ଥିବା କହିଥିଲେ । ଯାହାକୁ ନେଇ ଫ୍ୟାନ୍ସ ଚିନ୍ତିତ ଥିବା ବେଳେ ବର୍ତ୍ତମାନ ଅଭିନେତ୍ରୀ ନିଜର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ  ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସେ ହସ୍ପିଟାଲରୁ ନିଜର ଏକ ଝଲକ ଦେଖାଇଛନ୍ତି । ଏହି ସମୟରେ ସେ ନିଜ ପ୍ରଥମ କେମୋଥେରାପିର କିଛି ଅନୁଭୂତି ବଖାଣିବା ସହ ଫ୍ୟାନ୍ସଙ୍କୁ ମଧ୍ୟ ସକାରାତ୍ମକ ଚିନ୍ତା କରିବା ଏବଂ ହାର ନ ମାନିବାକୁ ନିବେଦନ କରିଛନ୍ତି । ଯାହା ପରେ ଫ୍ୟାନ୍ସ ସମେତ ସେଲିବ୍ରିଟି ତାଙ୍କର ଖୁବ ପ୍ରଶଂସା କରିଛନ୍ତି।

ସୂଚନା ମୁତାବକ, ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସୋମବାର ସେ ନିଜର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ କହିଥିଲେ ଯେ ସେ ତାଙ୍କର ପ୍ରଥମ କେମୋଥେରାପି ନେବା ପୂର୍ବରୁ ପୁରସ୍କାର ଶୋ'ରେ ସାମିଲ ହୋଇଥିବା କହିବା ସହ ତାହାର ଝଲକ ଦେଖାଇଛନ୍ତି । ଏହି ଶୋ'ରେ ହିନାଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି । ଏହା ସହ ହିନା ତାଙ୍କ ହସ୍ପିଟାଲ୍ ଲୁକ୍ ମଧ୍ୟ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ତେବେ ହିନା ଖାନଙ୍କ ପ୍ରଥମ କେମୋଥେରାପି ଜୁନ୍ ମାସରେ ହୋଇଥିଲା । ସେ ଜୁନ୍ ମାସରେ ଏକ ପୁରସ୍କାର ଶୋ’ର ଅଂଶବିଶେଷ ଥିଲେ ଏବଂ ଶୋ' ପରେ ସେ ସିଧାସଳଖ ହସ୍ପିଟାଲକୁ ଯାଇଥିଲେ, ଯାହା ସେ ଭିଡିଓରେ ଉଲ୍ଲେଖ କରିଛନ୍ତି ।

ଅଭିନେତ୍ରୀ ପୋଷ୍ଟରେ ଲେଖିଛନ୍ତି, ଏହି ପୁରସ୍କାର ରାତିରେ ମୁଁ ମୋର କର୍କଟ ବିଷୟରେ ଜାଣିଥିଲି, କିନ୍ତୁ ମୁଁ ସ୍ୱାଭାବିକ ବୋଲି ଭାବିଲି । ମୁଁ ଏହା କେବଳ ମୋ ପାଇଁ ନୁହେଁ, ଆମ ସମସ୍ତଙ୍କ ପାଇଁ କରିଥିଲି । ଏହି ଦିନଟି ସବୁକିଛି ବଦଳାଇ ଦେଇଥିଲା । ମୁଁ ଏହି ଚ୍ୟାଲେଞ୍ଜକୁ ଏକ ସୁଯୋଗ ଭାବରେ ଗ୍ରହଣ କଲି ଯାହା ମାଧ୍ୟମରେ ମୁଁ ନିଜକୁ ପରିବର୍ତ୍ତନ କରିପାରିବି । ମୁଁ ମୋ ଜୀବନରେ ପ୍ରଥମ ଅସ୍ତ୍ର ଭାବରେ ସକାରାତ୍ମକତା ରଖିବାକୁ ନିଷ୍ପତ୍ତି ନେଇଛି । ମୋ ପାଇଁ ମୋର ପ୍ରେରଣା, ଉତ୍ସାହ ଏବଂ କଳା ଗୁରୁତ୍ୱପୂର୍ଣ୍ଣ । ମୁଁ ନଇଁବି ନାହିଁ । ଏହି ପୁରସ୍କାର, ଯାହା ମୁଁ ମୋର ପ୍ରଥମ କେମୋ ପୂର୍ବରୁ ପାଇଥିଲି, ଏହା ମୋ ପାଇଁ ପ୍ରେରଣାଦାୟୀ ।'' ଏଥିସହ ହିନା ସମସ୍ତ ଫ୍ୟାନ୍ସଙ୍କୁ ମଧ୍ୟ ନିବେଦନ କରି କହିଛନ୍ତି ଯେ, ଯେତେ ଅସୁବିଧା ହେଲେ ବି ଜୀବନରେ କେବେ ହାର ମାନନି । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.