ପ୍ରମୂଖ ଖବର
  • ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ
  • ||
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ଆମେରିକାରେ ଶାହରୁଖଙ୍କ ରେକର୍ଡକୁ ପଛରେ ପକାଇଲା ‘କଲ୍‌କି ୨୮୯୮ ଏଡି’ ,ପଠାନ - ଯବାନ ଫିଲ୍ମ ଠାରୁ ବି ଅଧିକ ଆୟ

ମୁମ୍ୱାଇ : ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ଫିଲ୍ମ କଲ୍କି ୨୮୯୮ ଏଡି  ଫିଲ୍ମ ହଲ୍‌ରେ ଯେଉଁ ଧମାକା କରିଛି, ତାର ଆଲୋଚନା ଚାରିଆଡ଼େ ହେଉଛି। ଗୁରୁବାର ରିଲିଜ୍‌ ହୋଇଥିବା ଏହି ଫିଲ୍ମରେ ପଜିଟିଭ୍‌ ରିଭ୍ୟୁଜ୍‌ ସହ ଜନତାଙ୍କ ଦମଦାର ୱାର୍ଡ ଅଫ୍‌ ମାଉଥ୍ ଦମ୍‌ରେ ପ୍ରଥମ ଦିନରୁ ହଲ୍‌ରେ ଖୁବ୍‌ ଭିଡ଼ ଲାଗିଛି।

ଦର୍ଶକମାନେ ମଧ୍ୟ ନିଜ ତରଫରୁ ଇଣ୍ଡିଆନ ମାଇଥୋଲଜି ସହ ଜଡ଼ିତ ସାଇନ୍ସ-ଫିକ୍ସନ କାହାଣୀ ନେଇ ଆସିଥିବା କଲ୍କି ୨୮୯୮ ଏଡି କୁ ଖୁବ୍‌ ଭଲପାଇବା ଦେଇଛନ୍ତି, ଯାହାର କମାଲ ଫିଲ୍ମର ଆୟ ଉପରେ ନଜର ଆସୁଛି। ପ୍ରଭାସଙ୍କର ଫିଲ୍ମ କେବଳ ୪ଦିନରେ ୱାର୍ଲ୍ଡୱାଇଡ୍‌ ୫୫୫ କୋଟିର ଗ୍ରସ୍‌ କଲେକ୍ସନ କରିଛି। 

ଭାରତରେ ଫିଲ୍ମର ମୋଟ୍‌ କଲେକ୍ସନ ୪ଦିନରେ ୩୦୯ କୋଟି ଟଙ୍କା ହୋଇ ସାରିଛି, ଯେଉଁଥିରେ କେବଳ ହିନ୍ଦି ଭର୍ସନର ଆୟ ୧୧୧.୫ କୋଟି। କିନ୍ତୁ କେବଳ ଭାରତରେ ହିଁ ନୁହେଁ ବିଦେଶୀ ମାର୍କେଟ୍‌ରେ ମଧ୍ୟ କଲ୍କି ୨୮୯୮ ଏଡି ଆୟର ରେକର୍ଡ କରିଛି। 

କଲ୍କି ୨୮୯୮ ଏଡି ରେ ପ୍ରଭାସ ଏକ ବଡ଼ କମାଲ କରିଛନ୍ତି। ଏହି ଫିଲ୍ମ ୨୦୨୪ରେ ସବୁଠୁ ବଡ଼ ଓଭରସିଜ୍‌ କଲେକ୍ସନ କରିଥିବା ଭାରତୀୟ ଫିଲ୍ମ , ଫାଇଟରକୁ ପ୍ରଥମ ୩ଦିନରେ ହିଁ ପଛରେ ପକାଇ ଦେଇଥିଲା। ଏବେ ୱିକେଣ୍ଡର ଆୟରୁ କଲ୍କି ୨୮୯୮ ଏଡି , ଓଭରସିଜ୍‌ ମାର୍କେଟ୍‌ର କିଙ୍ଗ ଶାହରୁଖ ଖାନଙ୍କ ଫିଲ୍ମକୁ ପଛରେ ପକାଇଛି। 

୨୦୨୪ର ଆରମ୍ଭରେ ଆସିଥିବା ହ୍ରିତିକ୍‌ ରୋଶନଙ୍କ ଫିଲ୍ମ ଫାଇଟର ୧୨ ମିଲିୟନ ଡଲାର (୧୦୦ କୋଟି ଟଙ୍କାରୁ ଅଧିକ)ର ମୋଟ ଓଭରସିଜ୍‌ କଲେକ୍ସନ କରିଥିଲା। କଲ୍କି ୨୮୯୮ ଏଡି  ପ୍ରଥମ ୩ଦିନରେ ୧୩ ମିଲିୟନ ଡଲାର (୧୦୮ କୋଟିରୁ ଅଧିକ) ଆୟ ସହ ଅତିକ୍ରମ କରିଦେଇ ଥିଲା।

ୱିକେଣ୍ଡ କଲେକ୍ସନରୁ ହିଁ କଲ୍କି ୨୮୯୮ ଏଡି ନୂଆ ଓଭରସିଜ୍ ରେକର୍ଡ କରିଛି। ରିଲିଜ ପର ଠାରୁ ଏବେସୁଦ୍ଧା ପ୍ରଭାସଙ୍କ ଲାଟେଷ୍ଟ ଫିଲ୍ମ ୧୭.୭୭ ମିଲିୟନ ଡଲାର (୧୪୭.୭ କୋଟି ଟଙ୍କା)ର କଲେକ୍ସନ କରିଛି, ଯେଉଁଥିରେ ୟୁଏସଏ ଓ କାନାଡାରେ ଫିଲ୍ମର ୱିକେଣ୍ଡ କଲେକ୍ସନ ୧୧.୨ ମିଲିୟନ ଡଲାର ରହିଛି। ଅର୍ଥାତ୍‌ ପାଖାପାଖି ୯୨.୬୩ କୋଟି ଟଙ୍କା।

ଭାରତର ସବୁଠୁ ଅଧିକ ଇଣ୍ଟରନ୍ୟାସନାଲ ଷ୍ଟାର ଭାବେ ଜଣାଶୁଣା ଶାହରୁଖ ଖାନଙ୍କ ଗତ ବର୍ଷ ଆସିଥିବା ବ୍ଲକବଷ୍ଟର ଫିଲ୍ମ ପଠାନ  ଓ ଯବାନକୁ ମଧ୍ୟ କଲ୍କି ୨୮୯୮ ଏଡି ପଛରେ ପକାଇ ଦେଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.