ପ୍ରମୂଖ ଖବର
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ସଙ୍ଗୀତରେ ଅନନ୍ତ-ରାଧିକାଙ୍କ ଲଭ୍‌ ଷ୍ଟୋରୀ ହେବ ପ୍ରଦର୍ଶିତ, କେଟି ପେରୀ, ବ୍ରିଟନୀ ସ୍ପିୟର୍ସ ଗୀତ ଚୟନ

ମୁମ୍ବାଇ ୩୦/୦୬: ଅମ୍ବାନି ପରିବାରରେ ପୁଣି ଥରେ ସେଲିବ୍ରେସନ୍‌ ଟାଇମ୍‌ । ନୀତା-ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନି ନିଜ ଲେଡି ଲଭ୍‌ ରାଧିକା ମର୍ଚାଣ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି । ଆସନ୍ତା ଜୁଲାଇ ୧୨-୧୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇର ଜିଓ ୱର୍ଲଡ୍‌ ସେଣ୍ଟର୍‌ରେ ଉଭୟଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ । ୧୨ ତାରିଖରେ ବିବାହ, ୧୩ରେ ଶୁଭ ଆଶୀର୍ବାଦ କାର୍ଯ୍ୟକ୍ରମ ଓ ୧୪ରେ ପ୍ରୀତିଭୋଜନ ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । 

ଅମ୍ବାନି ପରିବାର ସଙ୍ଗୀତ ଉତ୍ସବ ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛି । ଅନନ୍ତ-ରାଧିକାଙ୍କ ସଙ୍ଗୀତ ପ୍ରଦର୍ଶନ ଲାଗି ୨ ଭିନ୍ନ ଭିନ୍ନ ବ୍ୟାଚ୍‌ ପ୍ରସ୍ତୁତ ହୋଇଛି । ଗୋଟିଏ ବ୍ୟାଚ୍‌ରେ ଅନନ୍ତଙ୍କ ବନ୍ଧୁ ଓ ଅନ୍ୟ ବ୍ୟାଚ୍‌ରେ ରାଧିକାଙ୍କ ବାନ୍ଧବୀ ରହିବେ । ସଙ୍ଗୀତ ଉତ୍ସବରେ ଉଭୟଙ୍କ ପ୍ରେମ କାହାଣୀ ପ୍ରଦର୍ଶିତ ହେବ । କେବେ, କେଉଁଠି ଓ କେମିତି ଦୁହିଁଙ୍କ ଭେଟ ହୋଇଥିଲା ଏବଂ ପ୍ରେମ କେମିତି ହେଲା, ସବୁକିଛି ସଙ୍ଗୀତ ଜରିଆରେ ପ୍ରଦର୍ଶିତ ହେବ ।

ସଙ୍ଗୀତରେ ବଲିଉଡ୍‌ ଗୀତ ସାଙ୍ଗକୁ ରାଧିକାଙ୍କ ପ୍ରିୟ ଗାୟିକା କେଟି ପେରୀ, ବ୍ରିଟନୀ ସ୍ପିୟର୍ସ ଓ ରିହାନାଙ୍କ ଗୀତ ଚୟନ କରାଯାଇଛି । ଏ ଅବସରରେ ବଲିଉଡ୍‌ ସେଲିବ୍ରିଟିଙ୍କ ପ୍ରଦର୍ଶନ ମଧ୍ୟ ଦେଖିବାକୁ ମିଳିବ । ଆସନ୍ତା ଜୁଲାଇ ୨ ତାରିଖରେ ପାଲଘର ସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ଅମ୍ବାନି ପରିବାର ଅବହେଳିତ ଯୋଡ଼ିଙ୍କ ସାମୂହିକ ବିବାହ ଆୟୋଜନ କରିବ । ଗତ କିଛି ଦିନରୁ ଅମ୍ବାନି ପରିବାର ଅନନ୍ତ-ରାଧିକାଙ୍କ ବିବାହ କାର୍ଡ ବାଣ୍ଟୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.