ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍‌ ଲିକ୍‌ରେ ୮ ଶ୍ରମିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ବରଲକ୍ଷ୍ମୀ ସରଥକୁମାର ପିଏମ୍ ମୋଦୀଙ୍କୁ ଦେଲେ ବିବାହର ନିମନ୍ତ୍ରଣ, ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଫଟୋ

ନୂଆଦିଲ୍ଲୀ,୨୯/୫ : ସାଉଥ ଅଭିନେତ୍ରୀ ବରଲକ୍ଷ୍ମୀ ସରଥକୁମାର ନିଜ ଭାବୀ ସ୍ବାମୀ ଗ୍ୟାଲରିଷ୍ଟ ନିକୋଲାଇ ସଚଦେବାଙ୍କ ସହ ଆଜି ଦିଲ୍ଲୀରେ ପିଏମ୍ ମୋଦୀଙ୍କୁ ଭେଟିଛନ୍ତି । ଅଭିନେତ୍ରୀ ପିଏମ୍ ମୋଦୀଙ୍କୁ ନିଜ ବିବାହରେ ସାମିଲ ହେବା ଲାଗି ନିମନ୍ତ୍ରଣ କରିଛନ୍ତି । ଏହି ସମୟରେ ଅଭିନେତ୍ରୀଙ୍କ ସହ ବାପା ସରଥକୁମାର ଏବଂ ଭଉଣୀ ରାଧିକା ସରଥକୁମାର ବି ଉପସ୍ଥିତ ଥିଲେ । ବରଲକ୍ଷ୍ମୀ ପିଏମ୍ ମୋଦୀଙ୍କ ସହ ପୋଜ ଦେଇଥିବା କେତେକ ଫଟୋ ନିଜ ଏକ୍ସ ଆକାଉଣ୍ଟରେ ସେୟାର କରିଛନ୍ତି । ବରଲକ୍ଷ୍ମୀ ଏବଂ ନିକୋଲାସଙ୍କ ବିବାହରେ ବହୁ ବିଶିଷ୍ଟ ଲୋକଙ୍କ ସମାଗମ ହୋଇପାରେ । ଏହାପୂର୍ବରୁ ଅଭିନେତ୍ରୀ ନିଜ ବିବାହରେ ସାମନ୍ଥା ଋଥ ପ୍ରଭୁ, ରଜନୀକାନ୍ତ, କମଲ ହାସନ ଏବଂ ଅନୁପମ ଖେରଙ୍କୁ ବି ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ କରିସାରିଛନ୍ତି। ତେଲୁଗୁ ୧୨୩ର ରିପୋର୍ଟ ଅନୁସାରେ ବରଲକ୍ଷ୍ମୀ ସରଥକୁମାର ୨ଜୁଲାଇରେ ଥାଇଲ୍ୟାଣ୍ଡରେ ନିକୋଲାଇ ସଚଦେବଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ସାଉଥ ଅଭିନେତ୍ରୀ ବରଲକ୍ଷ୍ମୀ ସରଥକୁମାର ପିଏମ ମୋଦୀଙ୍କ ସହ ଖାସ୍ ଭେଟଘାଟର କେତେକ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ନିଜ ଏକ୍ସ ହ୍ୟାଣ୍ଡେଲରେ ପିଏମ୍ ମୋଦୀଙ୍କ ସହ ଫଟୋ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି କି, ଆମ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ତାଙ୍କୁ ରିସେପ୍ଶନ ଲାଗି ନିମନ୍ତ୍ରଣ କରିବା ସୋଭାଗ୍ୟର କଥା । ନିଜ ବ୍ୟସ୍ତ ବହୁଳ କାର୍ଯ୍ୟକ୍ରମ ଭିତରେ ବି ନିଜର ବହୁମୂଲ୍ୟ ସମୟ ଆମ ସହ ବିତାଇବା ବାସ୍ତବରେ ସମ୍ମାନର କଥା ସାର୍... ଧନ୍ୟବାଦ ଡାଡି(ସରଥକୁମାର) ଏଭଳି କରିବା ଲାଗି...’।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.