ପ୍ରମୂଖ ଖବର
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ବାଚସ୍ପତିଙ୍କ ଉପରେ ବଡ ଅଭିଯୋଗ ଆଣିଲେ ରାହୁଲ୍, କହିଲେ ପ୍ରଧାନମନ୍ତ୍ରୀଙ୍କ ଆଗରେ ମୁଣ୍ଡ ନୁଆଁଇ ହାତ ମିଳାଇଲେ, ଆଉ ମୋ ସହ…

ନୂଆଦିଲ୍ଲୀ: ଲୋକସଭାରେ ଗୃହକାର୍ଯ୍ୟ ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ଯେ, ଶପଥ ଗ୍ରହଣ ଦିନ ଓମ ବିର୍ଲା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମୁଣ୍ଡ ନୁଆଁଇ ହାତ ମିଳାଇଥିଲେ ଏବଂ ମୋ ସହ ସିଧା ହୋଇ ଠିଆ ହୋଇ ସ୍ବାଭାବିକ ଭାବେ ହାତ ମିଳାଇଥିଲେ । ଓମ୍ ବିର୍ଲା ମଧ୍ୟ ଏହାର ଜବାବ ଦେଇ କହିଛନ୍ତି ଯେ, ମୋର ସଂସ୍କୃତି ଏବଂ ସଂସ୍କାର ଏହା କୁହେ ଯେ, ବ୍ୟକ୍ତିଗତ ଜୀବନରେ, ସାର୍ବଜନୀକ ଜୀବନରେ ଏବଂ ଏପରିକି ଏହି ଆସନରେ, ଯେଉଁମାନେ ଆମ ଠାରୁ ବଡ଼ ସେମାନଙ୍କୁ ମୁଣ୍ଡ ନୁଆଁଇ ନମସ୍କାର କର ଏବଂ ସମସ୍କନ୍ଦ ଲୋକଙ୍କୁ ସମାନ ବ୍ୟବହାର କର ।

ସୂଚନାଥାଉକି, ରାହୁଲ ଗାନ୍ଧୀ ଆଜି ଲୋକସଭାରେ ଭାଷଣ ଦେଉଥିଲେ । ଏହି ସମୟରେ ରାହୁଲ ଗାନ୍ଧୀ ଶପଥ ଗ୍ରହଣ ସମାରୋହରେ ଓମ ବିର୍ଲାଙ୍କ ସହ ହାତ ମିଳାଇଥିବା ଘଟଣା ବିଷୟରେ ଉଲ୍ଲେଖ କରିଥିଲେ । ଏହା ଉପରେ ସେ କହିଛନ୍ତି ଯେ, ଶପଥ ପରେ ଓମ ବିର୍ଲା ପିଏମ ମୋଦୀଙ୍କ ସହ ହାତ ମିଳାଇଥିଲେ ଏବଂ ମୋ ସହ ମଧ୍ୟ ହାତ ମିଳାଇଥିଲେ, କିନ୍ତୁ ମୁଁ ଏହି ସମୟରେ ଗୋଟିଏ କଥା ଲକ୍ଷ୍ୟ କରିଥିଲି । ଯେତେବେଳେ ଲୋକସଭା ବାଚସ୍ପତି ଓମ ବିର୍ଲା ମୋ ସହ ହାତ ମିଳାଇଲେ, ସେ ସିଧା ଠିଆ ହୋଇଥିଲେ । କିନ୍ତୁ ଯେତେବେଳେ ସେ ପିଏମ ମୋଦୀଙ୍କ ସହ ହାତ ମିଳାଇଲେ, ସେ ମୁଣ୍ଡ ନୁଆଁଇ ହାତ ମିଳାଇଥିଲେ । ରାହୁଲ ଗାନ୍ଧୀଙ୍କ ଏହି ବିବୃତ୍ତି ପରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏଥିରେ ଆପତ୍ତି ଉଠାଇ କହିଛନ୍ତି ଯେ ଏହା ଆସନ ସମ୍ମୁଖରେ ଏକ ଅଭିଯୋଗ।

ରାହୁଲ ଗାନ୍ଧୀଙ୍କ ଏହି ବିବୃତ୍ତି ପରେ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଏହାର ଜବାବ ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କ ଅଭିଯୋଗର ଉତ୍ତରରେ ଓମ ବିର୍ଲା କହିଛନ୍ତି ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ହେଉଛନ୍ତି ଗୃହର ନେତା ଏବଂ ମୋର ସଂସ୍କୃତି ଏବଂ ମୂଲ୍ୟବୋଧ ମୋତେ କହିଛି ଯେ ବ୍ୟକ୍ତିଗତ ଜୀବନରେ, ସାର୍ବଜନୀନ ଜୀବନରେ ଏବଂ ଏହି ଆସନରେ ମଧ୍ୟ ଆମେ ସେମାନଙ୍କୁ ପ୍ରଣାମ କରିବା ଉଚିତ୍ ଯିଏ ଆମଠାରୁ ବଡ । ଯିଏ ଆମ ସହ ସମସ୍କନ୍ଦ ତାଙ୍କ ସହ ସମାନ ବ୍ୟବହାର କର ।  ଏହା ଉପରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ମୁଁ ଆପଣଙ୍କ କଥା ଗ୍ରହଣ କରୁଛି । କିନ୍ତୁ ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ, ଏହି ଗୃହରେ ବାଚସ୍ପତିଙ୍କଠାରୁ କେହି ବଡ଼ ନୁହଁନ୍ତି । ସମସ୍ତେ ଏହି ଗୃହରେ ବାଚସ୍ପତିଙ୍କ ଆଗରେ ମୁଣ୍ଡ ନୁଆଁଇବା ଉଚିତ୍ । ଆପଣ ଏହି ଘରର ନେତା, ଆପଣ କାହା ଆଗରେ ନଇଁବା ଉଚିତ୍ ନୁହେଁ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.