ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ଜୁଲାଇ ୧୨ ପର୍ଯ୍ୟନ୍ତ ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନ୍ୟାୟିକ ହେପାଜତ...

Image source: ABP live

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଜୁଲାଇ ୧୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବୁଧବାର ଦିନ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ନ୍ୟାୟିକ ହେପାଜତର ଅବଧିକୁ ବୃଦ୍ଧି କରିଛନ୍ତି । ଅବକାରୀ ନୀତି ମାମଲାରେ ୨୧ ମାର୍ଚ୍ଚ ୨୦୨୪ ରେ ଇଡି ତାଙ୍କୁ ଗିରଫ କରିଥିଲା । ଏହା ସହିତ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଆବେଦନ ଉପରେ କୋର୍ଟ ତାଙ୍କର ନିଷ୍ପତ୍ତିକୁ ସଂରକ୍ଷିତ ରଖିଛନ୍ତି, ଯେଉଁଥିରେ ସେ ଦାବି କରିଥିଲେ ଯେ, ମେଡିକାଲ ବୋର୍ଡର ପରାମର୍ଶ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଙ୍କ ପତ୍ନୀ ଉପସ୍ଥିତ ରହିବା ପାଇଁ ଅନୁମତି ଦିଆଯାଉ । ଜୁଲାଇ ୬ରେ କୋର୍ଟ ଏହାର ନିଷ୍ପତ୍ତି ଦେବେ।

ସୂଚନାଥାଉକି, ଯେ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ସହ ସିବିଆଇ ମଧ୍ୟ ଗିରଫ କରିଛି । ସିବିଆଇ ସହ ଜଡିତ ଏହି ମାମଲାରେ ଜାମିନ ପ୍ରଦାନ କରିବାକୁ ସିଏମ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି ।  ଏହା ଉପରେ ଶୀଘ୍ର ଶୁଣାଣି କରିବାକୁ ସେ ଦାବି କରିଛନ୍ତି । ଏହି ମାମଲାର ଶୁଣାଣି ଶୁକ୍ରବାର ଅନୁଷ୍ଠିତ ହେବ । ଓକିଲ ରଜତ ଭରଦ୍ୱାଜ କହିଛନ୍ତି ଯେ, ସିଏମ କେଜ୍ରିୱାଲଙ୍କୁ ବେଆଇନ ତରିକାରେ ହେପାଜତରେ ରଖାଯାଇଛି ଏବଂ ଆଇନ ପାଳନ କରାଯାଇ ନାହିଁ।

ଗୁରୁବାର ଦିନ ଏହି ମାମଲାର ଶୁଣାଣି ପାଇଁ ଓକିଲ ଆବେଦନ କରିଥିବାବେଳେ ଜଷ୍ଟିସ ମନମୋହନ କହିଛନ୍ତି, "ପ୍ରଥମେ ବିଚାରପତି ମାନଙ୍କୁ କାଗଜପତ୍ର ଦେଖିବା ପାଇଁ ଦିଅନ୍ତୁ। ତା’ପରେ ଆମେ ପରଦିନ ମାମଲାର ଶୁଣାଣି କରିବୁ । ଆପ୍‌ର ରାଷ୍ଟ୍ରିୟ ସଂଯୋଜକଙ୍କୁ ସିବିଆଇ ଜୁନ୍ ୨୬ ରେ ତିହାର ଜେଲ୍‌ରେ ଗିରଫ କରିଥିଲା । ଯେଉଁଠାରେ ସେ ପୂର୍ବରୁ ହିଁ ଇଡି ଦ୍ୱାରା ଗିରଫ ହୋଇ ରହିଛନ୍ତି, କେଜ୍ରିୱାଲ ମଧ୍ୟ ସିବିଆଇ ଦ୍ୱାରା ଗିରଫ ହେବା ନେଇ ମଧ୍ୟ ଆବେଦନ କରିଛନ୍ତି । 

ଏହି ମାମଲା ହାଇକୋର୍ଟରେ ବିଚାରାଧୀନ ଅଛି । କୋର୍ଟ ଏକ ନୋଟିସ ଜାରି କରି ଏହି ମାମଲାରେ ସିବିଆଇରୁ ଉତ୍ତର ମାଗିଛନ୍ତି । ଏହି ମାମଲାର ଶୁଣାଣି ଜୁଲାଇ ୧୭ ରେ ହେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.