ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ବନ୍ଦ ହେଲା ଦେଶୀ ଟ୍ବିଟର Koo,କୋହଲିଙ୍କଠାରୁ ନେଇ ୯ ହଜାର ଭିଆଇପି ଓ ମନ୍ତ୍ରୀଙ୍କ ଥିଲା ଆାକାଉଣ୍ଟ

ନୂଆଦିଲ୍ଲୀ,୩।୭: ବନ୍ଦ ହେଲା ସ୍ବଦେଶୀ ସୋସିଆଲ ମିଡିଆ ପ୍ଲାଟଫର୍ମ Koo। ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟର (ଏବେର ଏକ୍ସ)ର ପ୍ରତିଦ୍ବନ୍ଦୀ ଭାବରେ ଏଣ୍ଟ୍ରି କରିଥିଲା।  Koo ର ଫାଉଣ୍ଡର ଅପ୍ରମେୟ ରାଧାକୃଷ୍ଣ ଓ ମୟଙ୍କ ବିଦାଓ୍ବତକା ଏହା ବନ୍ଦ କରାଯାଉଥିବାର ସୂଚନା ଦେଇଛନ୍ତି। ଏଭଳି ଏକ ସମୟ ଥିଲା ଯେତେବେଳେ  Koo ରେ ବହୁ ଭିଆଇପି ନେତାଙ୍କଠାରୁ ନେଇ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଆକାଉଣ୍ଟ ଥିଲା।

ଫାଉଣ୍ଡରଙ୍କ ପକ୍ଷରୁ ସପୋର୍ଟର, ନିବେଶକ, କ୍ରିଏଟର୍ସ ଓ ୟୁଜର୍ସଙ୍କୁ ‘ଲିଙ୍କଡିନ୍‌’ରେ ଫେୟାରଓ୍ବେଲ ମେସେଜ୍‌ ଦିଆଯାଇଛି। ସେ କହିଛନ୍ତି, ପାର୍ଟନରସିପ୍ ଫେଲ୍ ହେବା ଓ ହାଇ ଟେକ୍ନୋଲୋଜି କଷ୍ଟ୍‌ କାରଣରୁ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବନ୍ଦ କରିବାକୁ ପଡିଛି। କମ୍ପାନୀ ଏପ୍ରିଲ ୨୦୨୩ ରୁ ହିଁ ଓ୍ବାର୍କଫୋର୍ସ କମ୍ କରିବାର ଆରମ୍ଭ କରିଦେଇଥିଲା। 

ଉଲ୍ଲେଖନୀୟ ଯେ,ଏଭଳି ଏକ ସମୟ ଥିଲା Koo ରେ ଡେଲି ଆକ୍ଟିଭ ୟୁଜରଙ୍କ ସଂଖ୍ୟା ୨୧ ଲକ୍ଷ ପର୍ଯ୍ୟନ୍ତ ପହଁଞ୍ଚି ଯାଇଥିଲା। କେବଳ ସେତିକି ନୁହେଁ କମ୍ପାନୀର ମାସିକ ଆକ୍ଟିଭ ୟୁଜରଙ୍କ ସଂଖ୍ୟା ୧ କୋଟି ପହଁଞ୍ଚି ଯାଇଥିଲା। ଏହି ପ୍ଲାଟଫର୍ମରେ ୯ ହଜାର ଭିଆଇପିଙ୍କ ଆକାଉଣ୍ଟ ଥିଲା। ପ୍ଲାଟଫର୍ମକୁ ବହୁ ନେତା ଖୁବ୍ ଅଧିକ ପ୍ରମୋଟ କରିଥିଲେ। ସେତେବେଳେ ସବୁ ନେତା ଓ କ୍ୟାବିନେଟ୍ ମନ୍ତ୍ରୀ Kooରେ ନିଜର ଅଫିସିଆଲ ଆକାଉଣ୍ଟ ତିଆରି କରିଥିଲେ। ଏହି ପ୍ଲାଟଫର୍ମକୁ ଦେଶୀ ଟ୍ବିଟର ରୂପରେ ପ୍ରମୋଟ କରାଯାଉଥିଲା। ତେବେ ଏତେ ସଫଳତା ପରେ ଆର୍ଥିକ ସଙ୍କଟ କାରଣରୁ କମ୍ପାନୀକୁ ନିଜର କାରବାର ବନ୍ଦ କରିବାକୁ ପଡିଛି। ଏହି ପ୍ଲାଟଫର୍ମର ସିଧା ମୁକାବିଲା ଟ୍ବିଟର ସହିତ ଥିଲା। ଏଲନ୍ ମସ୍କ ଯେତେବେଳେ ଟ୍ବିଟର କିଣିଥିଲେ, ଏଥିରେ ୟୁଜରଙ୍କ ସଂଖ୍ୟା ବଢି ଯାଇଥିଲ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.