ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ଜୁଲାଇ ୨୦ରୁ ‘ପ୍ୟାଲେସ୍‌ ଅନ୍‌ ହ୍ୱିଲ୍‌ସ’ରେ ବାହାଘର, ଟ୍ରାଭେଲ୍‌ କଂପାନି ସହିତ ଚୁକ୍ତିନାମା ସ୍ୱାକ୍ଷର

ନୂଆଦିଲ୍ଲୀ  ୦୩/୦୭: ଭାରତର ବିଳାସବହୁଳ ଟ୍ରେନ୍‌ ମଧ୍ୟରୁ ‘ଦ ପ୍ୟାଲେସ୍‌ ଅନ୍‌ ହ୍ୱିଲ୍ସ’ ଅନ୍ୟତମ । ଭାରତୀୟ ରେଳବାଇ ପକ୍ଷରୁ ରାଜସ୍ଥାନ ପର୍ଯ୍ୟଟନ ବିକାଶ ନିଗମ ସହ ମିଶି ୧୯୮୨ରେ ଏହି ଟ୍ରେନ୍‌ର ଶୁଭାରମ୍ଭ କରାଯାଇଥିଲା । ରାଜସ୍ଥାନରେ ପର୍ଯ୍ୟଟନର ବିସ୍ତାରକୁ ପ୍ରୋତ୍ସାହିତ କରିବା ଥିଲା ଏହାର ଉଦ୍ଦେଶ୍ୟ । ବର୍ତ୍ତମାନ ଏହି ଟ୍ରେନ୍‌ରେ ବିବାହ ଓ ଅନ୍ୟ ଉତ୍ସବସବୁ ଆୟୋଜିତ ହେବାକୁ ଯାଉଛି । ଚଳିତ ମାସ ୨୦ ତାରିଖରୁ ସେହି ବ୍ୟବସ୍ଥା ଆରମ୍ଭ ହେବ । ସେଥିଲାଗି ଏକ ଟ୍ରାଭେଲ୍‌ କଂପାନି ସହିତ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ।

ଅଦ୍ୟାବଧି ଚଳନ୍ତା ଟ୍ରେନ୍‌ରେ ବିବାହ କେବେ ହୋଇନାହିଁ । ତେଣୁ ଏହା ନବ ବିବାହିତ ଦମ୍ପତିମାନଙ୍କୁ ଏକ ନିଆରା ଅନୁଭବ ଦେବ ବୋଲି କୁହାଯାଉଛି । ‘ପ୍ୟାଲେସ୍‌ ଅନ୍‌ ହ୍ୱିଲସ୍‌’ ମାଧ୍ୟମରେ ଯାତ୍ରୀ ରାଜସ୍ଥାନର ଐତିହାସିକ ଓ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଯେପରିକି ଜୟପୁର, ସୱାଇ ମାଧୋପୁର, ଚିତୋରଗଡ଼, ଯୋଧପୁର, ଜୈସଲମୀର ଓ ଭରତପୁର ପ୍ରଭୃତି ଦେଖିପାରିବେ । ଏହା ମଧ୍ୟ ଆଗ୍ରା ଓ ନୂଆଦିଲ୍ଲୀର କିଛି ସ୍ଥାନ ଭ୍ରମଣ କରାଇଥାଏ । ମହାରାଜା ଏକ୍ସପ୍ରେସ ପରେ ଏହା ଭାରତରେ ଚାଲୁଥିବା ଦ୍ୱିତୀୟ ସର୍ବାଧିକ ବ୍ୟୟବହୁଳ ଟ୍ରେନ୍‌ । ଏଥିରେ ଦିନଟିଏ ଯାତ୍ରା କରିବା ଲାଗି ହାରାହାରି ଭାବେ ଲକ୍ଷାଧିକ ଟଙ୍କା ଲାଗେ । କୌଣସି ପଞ୍ଚତାରକା ହୋଟେଲ୍‌ ଭଳି ଏଥିରେ ଡିଲକ୍ସ କ୍ୟାବିନ୍‌, ସ୍ପେଶାଲ୍‌ ସୁଇଟ୍‌, ବାର୍‌, ଲାଉଞ୍ଜ, ସ୍ପା ପ୍ରଭୃତି ରହିଛି । ଟ୍ରେନ୍‌ ଭିତରର ଇଣ୍ଟେରିଅରକୁ ରାଜକୀୟ ଢାଞ୍ଚା ଅନୁସାରେ କରାଯାଇଛି । ଅତିଥିଙ୍କ ପସନ୍ଦ ଅନୁସାରେ ରାଜକୀୟ ଖାଦ୍ୟର ବ୍ୟବସ୍ଥା ମଧ୍ୟ ଉପଲବ୍ଧ । ସେଥିଲାଗି ପ୍ରାୟତଃ ବିଦେଶୀ ଅତିଥି, ପର୍ଯ୍ୟଟକ, ପ୍ରସିଦ୍ଧ ବ୍ୟକ୍ତିତ୍ୱ, ବ୍ୟବସାୟୀମାନେ ଏଥିରେ ଯାତ୍ରା କରିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.