ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ହେମନ୍ତ ସୋରେନ୍ ପୁଣି ହେବେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ,ଇସ୍ତଫା ପରେ ଚମ୍ପାଇଙ୍କୁ ମିଳିପାରେ ନୂଆ ଦାୟିତ୍ବ

ନୂଆଦିଲ୍ଲୀ,୩।୭: ପୁଣିଥରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ହେମନ୍ତ ସୋରେନ୍। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ ଓ ଆରଜେଡିର ବିଧାୟକ ଦଳ ବୈଠକରେ ହେମନ୍ତ ପୁଣିଥରେ ସରକାରଙ୍କ ମୁଖିଆ ହେବେ ବୋଲି ଚର୍ଚ୍ଚା ହେଉଛି। କଥିତ ଜମି ଦୁର୍ନୀତି ମାମଲାରେ ସୋରେନ୍‌ଙ୍କ ଗିରଫଦାରୀ ପରେ ମୁଖ୍ୟମନ୍ତ୍ରୀ ହୋଇଥିବା ଚମ୍ପାଇ ସୋରେନ୍ ଏବେ ପଦରୁ ଇସ୍ତଫା ଦେବେ। ତାଙ୍କୁ ଜେଏମ୍‌ଏମ୍ କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇ ପାରେ। ଏବେ ହେମନ୍ତ ସୋରେନ୍‌ ଶାସକ ଦଳ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍ଏମ୍)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି।

ହେମନ୍ତ ସୋରେନଙ୍କୁ ଜମି ଦୁର୍ନୀତି ସମ୍ପର୍କିତ ମନି ଲଣ୍ଡିରିଂ ମାମଲାରେ ହାଇକୋର୍ଟରୁ ଜାମିନ୍ ମିଳିବା ପରେ ୨୮ ଜୁନ୍‌ରେ ଜେଲ୍ରୁ  ମୁକ୍ତ କରାଯାଇଥିଲା। ହେମନ୍ତ ସୋରେନଙ୍କୁ ଗିରଫଦାରୀ ପରେ ସେ ତୁରନ୍ତ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ତାଙ୍କ ଘନିଷ୍ଠ ସହଯୋଗୀ ଓ ମନ୍ତ୍ରୀ ଚମ୍ପାଇ ସୋରେନ୍‌ଙ୍କୁ ରାଜ୍ୟର ଦାୟିତ୍ବ ଦିଆଯାଇଥିଲା। ଚମ୍ପାଇ ୨ ଫେବୃଆରୀରେ ରାଜ୍ୟର ଦ୍ବାଦଶତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। 

ରାଜ୍ୟରେ ନେତୃତ୍ବ ପରିବର୍ତ୍ତନ ଏଭଳି ସମୟରେ କରାଯାଉଛି ଯେତେବେଳେ କିଛି ମାସ ପରେ ବିଧାନସଭା ନିର୍ବାଚନ ହେବାର ଅଛି। ନିକଟରେ ହୋଇଥିବା ଲୋକସଭା ନିର୍ବାଚନରେ ମେଣ୍ଟ ଭଲ ପ୍ରଦର୍ଶନ କରିଛି। ଜେଲ୍‌ରୁ ମୁକ୍ତି ପରେ ହେମନ୍ତ ବିଜେପି ଉପରେ ଆହୁରି ଆକ୍ରାମକ ହେବେ ବୋଲି ଚର୍ଚ୍ଚା ହେଉଛି। କୁହାଯାଉଛି ଯେ, ଭିକ୍ଟିମ କାର୍ଡ ଖେଳି ଆଗାମୀ ନିର୍ବାଚନରେ ବିଜେପିକୁ ମାତ୍ ଦେବାକୁ ଚେଷ୍ଟା କରିବେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.