ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ଲୋକପ୍ରିୟ ଅଭିନେତ୍ରୀ ହିନା ଖାନଙ୍କୁ ଷ୍ଟେଜ୍ ଥ୍ରୀ କ୍ୟାନ୍ସର,ଆରୋଗ୍ୟ କାମନା କଲେ ଫ୍ୟାନ୍ସ

ମୁମ୍ବାଇ,୨୮/୬:  ବ୍ରେଷ୍ଟ କ୍ୟାନ୍ସର ବା ସ୍ତନ କର୍କଟ ରୋଗରେ  ଆକ୍ରାନ୍ତ ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ । ସେ ଏହି ରୋଗର ତୃତୀୟ ପର୍ଯ୍ୟାୟରେ ଅଛନ୍ତି । ଏନେଇ ସେ ନିଜେ ତାଙ୍କ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହ  ସେୟାର କରିଛନ୍ତି ।  ଏହି ପୋଷ୍ଟ ସେୟାର ହେବା ପରେ ସେଲିବ୍ରିଟି ସମେତ ଫ୍ୟାନ୍ସକୁ ଝଟକା ଲାଗିଥିବା ବେଳେ ସମସ୍ତେ ତାଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରିଛନ୍ତି । 

ତେବେ ପୋଷ୍ଟରେ ସେ ଲେଖିଛନ୍ତି, ''ନମସ୍କାର ବନ୍ଧୁଗଣ, ସାମ୍ପ୍ରତିକ ଗୁଜବକୁ ଦୃଷ୍ଟିରେ ରଖି ମୁଁ କିଛି ସେୟାର କରିବାକୁ ଚାହୁଁଛି, ଯେଉଁମାନେ ମୋତେ ଭଲ ପାଆନ୍ତି ଏବଂ ମୋ ବିଷୟରେ ଚିନ୍ତା କରନ୍ତି । ମୋର ତୃତୀୟ ପର୍ଯ୍ୟାୟ ସ୍ତନ କର୍କଟ ରୋଗ ଚିହ୍ନଟ ହୋଇଛି । ଏହାର ଚ୍ୟାଲେଞ୍ଜିଂ ଚିକିତ୍ସା ସତ୍ତ୍ୱେ ମୁଁ ମୋର ସମସ୍ତ ପ୍ରଶଂସକଙ୍କୁ ଜଣାଇବାକୁ ଚାହେଁ, ମୋର ଚିକିତ୍ସା ଆରମ୍ଭ ହୋଇସାରିଛି ଏବଂ ମୁଁ ଭଲ କାମ କରୁଛି । ମୁଁ ଦୃଢ ରହିବାକୁ ଚେଷ୍ଟା କରୁଛି ।''

ସେ  ଆହୁରି ଲେଖିଛନ୍ତି, ''ମୁଁ ଚାହୁଁଛି ଆପଣ ମୋର ଗୋପନୀୟତାକୁ ସମ୍ମାନ ଦିଅ, ମୁଁ ଆପଣମାନଙ୍କ ଭଲପାଇବାକୁ ସମ୍ମାନ କରେ, ମୁଁ ଆପଣଙ୍କ ଅଭିଜ୍ଞତା ଏବଂ ପରାମର୍ଶକୁ ଅପେକ୍ଷା କରିଛି ଏବଂ ମୁଁ ସେମାନଙ୍କୁ ଅନୁସରଣ କରିବି । ମୁଁ ଏହି ଚ୍ୟାଲେଞ୍ଜରୁ ମୁକ୍ତି ପାଇବି । ଆପଣମାନେ ମୋ ପ୍ରତି ଭଲପାଇବା ଏବଂ ଆଶୀର୍ବାଦ ରଖନ୍ତୁ ଏବଂ ମୋ ପାଇଁ ପ୍ରାର୍ଥନା କରନ୍ତୁ । ମୁଁ ଶୀଘ୍ର ସୁସ୍ଥ ହୋଇ ଫେରିବି ।'' ଏହି ପୋଷ୍ଟ ସେୟାର ହେବା ପରେ ସେଲିବ୍ରିଟି ସମେତ ଫ୍ୟାନ୍ସକୁ ଝଟକା ଲାଗିଥିବା ବେଳେ ସମସ୍ତେ ତାଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.