ପ୍ରମୂଖ ଖବର
  • ନାଗପୁର-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା, ୭ ମୃତ, ୩ ଗୁରୁତର...
  • ||
  • ପୁଣି ବଢିଲା କେଜ୍ରିଓ୍ବାଲଙ୍କ ଅଡୁଆ, ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଲେ ସିବିଆଇ ସ୍ବତନ୍ତ୍ର କୋର୍ଟ...
  • ||
  • ନିଅଣ୍ଟିଆ ସ୍ଥିତିରେ ହୀରାକୁଦ ଜଳସ୍ତର, ଗତବର୍ଷଠାରୁ ୭ ଫୁଟ୍‌ ପାଣି କମ୍‌
  • ||
  • ୟୁଜିସି ନେଟ୍‌ ତାରିଖ ଘୋଷଣା କଲା ଏନ୍‌ଟିଏ, ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ପରୀକ୍ଷା
  • ||
  • ଅମରନାଥ ଯାତ୍ରା ଆରମ୍ଭ, ଅଗଷ୍ଟ ୧୯ ଯାଏ ଚାଲିବ, ପ୍ରଥମେ ଗଲେ ୪ ହଜାରରୁ ଅଧିକ ଯାତ୍ରୀ
  • ||
  • ବାରବାଡୋସ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ଫାଇଟ୍,ସଫଳ ହେବ ୧୭ ବର୍ଷର ଅପେକ୍ଷା
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଓଡ଼ିଆ ଚଳଚ୍ଚିତ୍ର "କର୍ମ’ର ଶୁଭ ମହୁରତ୍‌ ସହ ସ୍କ୍ରିପ୍ଟ ପୂଜା ଶେଷ, ଅନୁପମଙ୍କ ସିନେମାରେ ନଜର ଆସିବେ ଅନୁଭବ

ଭୁବନେଶ୍ୱର,୨୭/୦୬: ଯୁବ ପ୍ରତିଭାବାନ ତଥା ବହୁ ଚର୍ଚ୍ଚିତ ପ୍ରଯୋଜକ, ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ସିନେମାରେ ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି ଅଭିନୟ କରୁଛନ୍ତି ।  ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍ସ ବ୍ୟାନର୍‌ ତଥା ଅନୁପମଙ୍କ ନିର୍ଦ୍ଦେଶିତ ବିଗ୍‌ ବଜେଟ୍‌ର ନୂଆ ଓଡ଼ିଆ ଚଳଚ୍ଚିତ୍ର "କର୍ମ’ର ଶୁଭ ମହୁରତ୍‌ ସହ ସ୍କ୍ରିପ୍ଟ ପୂଜା ବୁଧବାର ସିଆର୍‌ପି ହନୁମାନ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଏହି ସିନେମାକୁ ଆସନ୍ତା ଦୁର୍ଗାପୂଜାରେ ଓଡ଼ିଆ ଦର୍ଶକଙ୍କୁ ଭେଟି  ଦେବାକୁ ପ୍ରଯୋଜକ ପ୍ରୟାସ କରୁଛନ୍ତି ।  

ବୁଧବାର ପୂଜା ଅବସରରେ ଅନୁପମଙ୍କ  ସହ କାର୍ଯ୍ୟକାରୀ ପ୍ରଯୋଜିକା ବର୍ଷା  ପଟ୍ଟନାୟକ, ଲେଖକ ମାନସ ପଢ଼ିଆରୀ,  କ୍ୟାମେରାମ୍ୟାନ୍‌ ଦୀପକ କୁମାର, ସଙ୍ଗୀତ  ନିର୍ଦ୍ଦେଶକ ଆଶିଷ ପ୍ରଧାନ, ସାଉଣ୍ଡ୍‌  ଡିଜାଇନର୍‌ ଶକ୍ତି ସ୍ୱରୂପ ଦ୍ୱିବେଦୀ, ସମ୍ପାଦକ  ରଶ୍ମିରଞ୍ଜନ ଦାଶ, ଲାଇନ୍‌ ପ୍ରଡ୍ୟୁସର୍‌  ଗୋପାଳ ଚନ୍ଦ୍ର ଘଡ଼େଇ, କ୍ରିଏଟିଭ୍‌ ହେଡ୍‌  ପ୍ରଣୟ ଜେଠୀ ଏବଂ ମୁଖ୍ୟ ଚରିତ୍ରରେ  ଅଭିନୟ କରୁଥିବା ଅନୁଭବ, ସନୋଜ, ଚୌଧୁରୀ ଜୟପ୍ରକାଶ ଦାସ, ନିଶାନ୍ତ  ମାଜିଥିଆ, ମନ୍ମୟ ଦେ, ଉଦିତ୍‌ ଗୁରୁ,  ସୂର୍ଯ୍ୟମୟୀ ଓ ଦିବ୍ୟା ଉପସ୍ଥିତ ଥିଲେ । ଲୋକ ପୂର୍ବ ସିନେମାଗୁଡ଼ିକୁ ଯେତିକି  ଭଲ ପାଇବା ଦେଇଥିଲେ, ତା’ଠୁ ଅଧିକ ଭଲ ପାଇବା ଦେବେ ବୋଲି ପ୍ରଯୋଜନା  ସଂସ୍ଥା ଆଶା ରଖିଛି । ସବୁଠୁ ବଡ଼ କଥା  ହେଲା ବଡ଼ ବ୍ୟାନର୍‌, ବିଗ୍‌ ବଜେଟ୍‌ ଆଉ  ବଡ଼ ଷ୍ଟାର୍‌ । ତା’ସାଙ୍ଗକୁ ପୁଣି ଅନୁପମ- ଅନୁଭବ ଏକାଠି ହେବା । ଏସବୁ ଯେମିତି ଏକ ବିରଳ ସଂଯୋଗ । ତେଣୁ ଦର୍ଶକ ଓ  ପ୍ରଶଂସକ ଏବେଠୁ ଖୁସି ହୋଇ ଏକ ନୂଆ  କ୍ଲାସ୍‌ ସିନେମାର ଅପେକ୍ଷାରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.