ନୂଆଦିଲ୍ଲୀ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା JMM ନେତା ହେମନ୍ତ ସୋରେନ ରାଞ୍ଚି ଜେଲ୍ରୁ ବାହାରିଛନ୍ତି । ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ସୋରେନଙ୍କୁ ଚଳିତବର୍ଷ ଜାନୁଆରୀ ୩୧ରେ ଗିରଫ କରିଥିଲା । ଶୁକ୍ରବାର ଝାଡଖଣ୍ଡ ହାଇକୋର୍ଟଙ୍କ ପକ୍ଷରୁ ଜାମିନ ମଳିବା ପରେ ଏବେ ସେ ମୁକ୍ତ ହୋଇଛନ୍ତି।
ହେମନ୍ତ ସୋରେନ ବିର୍ସା ମୁଣ୍ଡା ଜେଲରୁ ତାଙ୍କ ବାସଭବନକୁ ଯାଇଛନ୍ତି। ଏହି ସମୟ ମଧ୍ୟରେ କନଭେନରେ ଶହ ଶହ ଗାଡି ଦେଖିବାକୁ ମିଳିଥିଲା । ଜେଲରୁ ବାହାରିବା ପରେ ହେମନ୍ତ ସୋରେନ୍ ହାତ ହଲାଇ କର୍ମକର୍ତ୍ତା ମାନଙ୍କୁ ଅଭିବାଦନ ଜଣାଇଥିଲେ। ବହୁ ସଂଖ୍ୟାରେ କର୍ମକର୍ତ୍ତା ସେଠାରେ ଉପସ୍ଥିତ ଥିଲେ । ସେମାନେ ଜିନ୍ଦାବାଦର ସ୍ଲୋଗାନ ଦେଇଥିଲେ।
#WATCH | Former Jharkhand CM & JMM leader Hemant Soren released on bail from Birsa Munda jail in Ranchi
— ANI (@ANI) June 28, 2024
He was granted bail by Jharkhand HC in a land scam case. pic.twitter.com/uyuCsSP7NT