ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ବର୍ଷରେ ୧୦ ଲକ୍ଷ କୋଟି, ଶିକ୍ଷା ଅପେକ୍ଷା ବାହାଘରରେ ଅଧିକ ଟଙ୍କା ଖର୍ଚ୍ଚ କରନ୍ତି ଭାରତୀୟ

ନୂଆଦିଲ୍ଳୀ,୩୦।୬: ଭାରତୀୟ ବିବାହ ଉଦ୍ୟୋଗର ଆକାର ପ୍ରାୟ ୧୦ ଲକ୍ଷ କୋଟି ରହିଛି, ଯାହାକି ଖାଦ୍ୟ ପରେ ଦ୍ବିତୀୟ ସ୍ଥାନରେ ରହିଛି। ଏକ ରିପୋର୍ଟରେ କୁହାଯାଇଛି ଯେ, ସାଧାରଣ ଭାରତୀୟ ଲୋକ ଶିକ୍ଷା  ତୁଳନାରେ ବିବାହ ସମାରୋହରେ ଦୁଇଗୁଣା ଅଧିକ ଖର୍ଚ୍ଚ କରନ୍ତି। ଭାରତରେ ବାର୍ଷିକ ୮୦ ଲକ୍ଷରୁ ୧ କୋଟି ବିବାହ ହୋଇଥାଏ। ସେଭଳି ଚୀନ୍‌ରେ ଏହା ୭୦ରୁ ୮୦ ଲକ୍ଷ ଓ ଆମେରିକାରେ ବାର୍ଷିକ ୨୦-୨୫ ଲକ୍ଷ ବିବାହ ହୋଇଥାଏ। 

ବ୍ରୋକରେ୍ ଫର୍ମ ଜେଫରିଜ୍ ଏକ ରିପୋର୍ଟରେ କହିଛନ୍ତି, ଭାରତୀୟ ବିବାହ ଉଦ୍ୟୋଗ ଆମେରିକ(୭୦ ଅରବ ଆମେରିକୀୟ ଡଲାର) ଉଦ୍ୟୋଗ ଆକାରର ପ୍ରାୟ ଦୁଇଗୁଣା। ତେବେ ଏହା ଚୀନ (୧୭୦ ଅରବ ଆମେରିକୀୟ ଡଲାର)ଠାରୁ ଛୋଟ।’ ରିପୋର୍ଟଅନୁସାରେ, ଭାରତରେ ଅଧିକ ଖର୍ଚ୍ଚ ହେଉଥିବା ଅର୍ଥ ଭିତରେ ବିବାହ ଦ୍ବିତୀୟ ସ୍ଥାନରେ ରହିଛି। ଯଦି ବିବାହର ଏକ ଶ୍ରେଣୀ ହୁଏ, ତେବେ ସେ ଖାଦ୍ୟ ଓ ଗ୍ରୋସରୀ(୬୮୧ ଆରବ ଆମେରିକୀୟ ଡଲାର) ପରେ ଦ୍ବିତୀୟ ସବୁଠାରୁ ବଡ ଖୁଚୁରା ଶ୍ରେଣୀର ହୋଇଥାଏ। 

ଭାରତରେ ବିବାହ ଖୁବ୍ ଭବ୍ୟ ହୋଇଥାଏ ଓ ଏଥିରେ ବହୁ ପ୍ରକାର ସମାରୋହରେ ଖର୍ଚ୍ଚ ହୋଇଥାଏ। ଏହା ଫଳରେ ଆଭୂଷଣ ଓ ପରିଧାନ ଭଳି ଶ୍ରେଣୀରେ ଖର୍ଚ୍ଚ ହୋଇଥାଏ ଓ ପରୋକ୍ଷ ଭାବରେ ଅଟୋ ତଥା ଇଲୋକ୍ଟେ୍ରାନିକ୍ସ ଉଦ୍ୟୋଗକୁ ଲାଭ ମିଳିଥାଏ। ଖର୍ଚ୍ଚ ବହୁଳ ବିବାହ ଉପରେ ଅଙ୍କୁଶ ଲଗାଇବା ପାଇଁ ବହୁ ଚେଷ୍ଟା ପରେ ବି ବିଦେଶରେ ହେଉଥିବା ବିବାହ ଭାରତୀୟ ବୈଭବକୁ ପ୍ରଦର୍ଶିତ କରିଥାଏ। ଭାରତୀୟ ବିବାହ ବହୁ ଦିନ ପର୍ଯ୍ୟନ୍ତ ଚାଲିଥାଏ ଓ ସାଧାରଣଠାରୁ ନେଇ ଖୁବ୍ ଭବ୍ୟ ହୋଇଥାଏ। ଏଥିରେ କ୍ଷେତ୍ର, ଧର୍ମ ଓ ଆର୍ଥିକ ପୃଷ୍ଠଭୂମିର ମହତ୍ବପୂର୍ଣ୍ଣ ଭମିକା ହୋଇଥାଏ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଭାରତରେ ବିବାହରେ ଶିକ୍ଷା(ସ୍ନାତକ ପର୍ଯ୍ୟନ୍ତ)ତୁଳନାରେ ଦୁଇଗୁଣା ଖର୍ଚ୍ଚ କରାଯାଇଥାଏ, ସେଭଳି ଆମେରିକା ଭଳି ଦେଶରେ ଏହି ଖର୍ଚ୍ଚ ଶିକ୍ଷା ତୁଳନାରେ ଅଧାରୁ କମ୍ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.