ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ରାହୁଲ ଗାନ୍ଧୀଙ୍କ ଭାଷଣର ୭ ଟି ପଏଣ୍ଟକୁ କଟାଗଲା, ‘ହିନ୍ଦୁ କହୁଥିବା ଲୋକ ହିଂସା କରୁଛନ୍ତି’ ମନ୍ତବ୍ୟରୁ ହୋଇଥିଲା ହଙ୍ଗାମା

ନୂଆଦିଲ୍ଲୀ,୨।୭:ଲୋକସଭାରେ ରାହୁଲ ଗାନ୍ଧୀଙ୍କ ଭାଷଣ ଉପରେ ଚାଲିଲା କଇଁଚି। ସୋମବାର ବିରୋଧି ଦଳ ନେତା ରାହୁଲ ଗାନ୍ଧୀ କହିଥିଲେ  ହିନ୍ଦୁ କହୁଥିବା ଲୋକେ ହିଂସା କରନ୍ତି। ୧୦୦ ମିନିଟ୍‌ କାଳ ଆକ୍ରାମକ ଢଙ୍ଗରେ ସରକାରଙ୍କ ଉପରେ ବର୍ଷିଥିଲେ ରାହୁଲ । ଏବେ ରାହୁଲଙ୍କ ଏହି ମନ୍ତବ୍ୟକୁ ଲୋକସଭା ରେକର୍ଡରୁ କାଟି ଦିଆଯାଇଛି। ରାହୁଲ ଗାନ୍ଧିଙ୍କ ବୟାନର ୭ଟି ପଏଣ୍ଟକୁ ସଂସଦ ରେକର୍ଡରୁ ହଟାଇ ଦିଆଯାଇଛି। 

ଏହି ସବୁ କଥାକୁ କାଟି ଦିଆଯାଇଛି

- ରାହୁଲ ହିନ୍ଦୁ ଓ ହିଂସାକୁ ନେଇ ଯେଉଁ ଭାଷଣ ଦେଇଥିଲେ, ତାକୁ ସଂସଦର ରେକର୍ଡରୁ ହଟାଇ ଦିଆଯାଇଛି।

-ସଂଖ୍ୟାଲଘୁଙ୍କ ସହିତ ବିଜେପିର ଅନୁଚିତ ବ୍ୟବହାର।

-ଅଗ୍ନିବୀର ସେନା ନୁହେଁ, ପିଏମ୍‌ଓଙ୍କ ଯୋଜନା।

- ବିଜେପି ୨୪ ଘଣ୍ଟା ଘୃଣା ଓ ହିଂସା ସୃଷ୍ଟି କରୁଛି।

-ଯେତେବେଳେ ମୁଁ ମୋଦିଙ୍କୁ ଦେଖେ ସେ ହସନ୍ତି ନାହିଁ

-ଅମ୍ବାନୀ-ଆଦାନୀଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ମଧ୍ୟ କାଟି ଦିଆଯାଇଛି।

-କୋଟାରେ ନିଟ୍ ପରୀକ୍ଷା ହେଉଛି ଓ ଧନୀ ଲାଭ ପହଁଞ୍ଚିବାକୁ ଯୋଜନା। 

 

ଉଲ୍ଲେଖନୀୟ ଯେ, ସୋମବାର ରାହୁଲ ବିରୋଧୀ ଦଳର ନେତା ଭାବରେ ତାଙ୍କର ପ୍ରଥମ ଭାଷଣ ଦେଇଥିଲେ।ଏହି ସମୟରେ ବିଜେପିକୁ ଟାର୍ଗେଟ କରି ସେ କହିଥିଲେ, ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି, ସେମାନେ ଦିନକୁ ୨୪ ଘଣ୍ଟା ହିଂସା, ଘୃଣା ଏବଂ ମିଥ୍ୟା ପ୍ରଚାର କରୁଛନ୍ତି। ସେମାନେ ଆଦୌ ହିନ୍ଦୁ ନୁହନ୍ତି। ହିନ୍ଦୁ ଧର୍ମରେ ଏହା ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ଜଣେ ସତ୍ୟ ସହିତ ଠିଆ ହେବା ଉଚିତ ଏବଂ ସତ୍ୟରୁ କେବେ ବି ପଛଘୁଞ୍ଚା ଦେବା ଉଚିତ୍‌ ନୁହେଁ। ରାହୁଲଙ୍କ ଏହି ମନ୍ତବ୍ୟ ପରେ ଗୃହରେ ଜୋରଦାର ହଙ୍ଗାମା ହୋଇଥିଲା। ଶାସକ ଦଳ ଏହାକୁ ନେଇ ଜୋରଦାର ବିରୋଧ କରିଥିଲେ। ରାହୁଲ ଗାନ୍ଧି କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ।  ରାହୁଲଙ୍କ ବୟାନରେ ପ୍ରଧାନମନ୍ତ୍ରୀ ମୋଦି ଆପତ୍ତି କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ରାହୁଲ ଗନ୍ଧିଙ୍କ ବୟାନକୁ ନେଇ ମଧ୍ୟ ଆପତ୍ତି ଉଠାଇଥିଲେ। ସେ କହିଥିଲେ ଯେ ସମଗ୍ର ହିନ୍ଦୁ ସମାଜକୁ ହିଂସାତ୍ମକ କହିବା ଏକ ଗୁରୁତର ବିଷୟ। ଯେତେବେଳେ ସେତେବେଳେ ବିରୋଧି ଦଳ ନେତା କହିଥିଲେ ଯେ ମୁଁ ବିଜେପିକୁ ହିଂସା ବୋଲି କହିଛି, ନରେନ୍ଦ୍ର ମୋଦି ସମ୍ପୂର୍ଣ୍ଣ ହିନ୍ଦୁ ସମାଜ ନୁହେଁ। ବିଜେପି ସମଗ୍ର ହିନ୍ଦୁ ସମାଜ ନୁହେଁ। ଆରଏସଏସ ସମଗ୍ର ହିନ୍ଦୁ ସମାଜ ନୁହେଁ। ରାହୁଲଙ୍କ ଏହି ଭାଷଣ ବିବାଦୀୟ କହି ୭ଟି ପଏଣ୍ଟକୁ ଲୋକସଭା ରେକର୍ଡରୁ କାଟି ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.