ପ୍ରମୂଖ ଖବର
  • ଓଡ଼ିଆ ପୁଅକୁ ବୀରତା ସମ୍ମାନ, ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ଘୋଷଯାତ୍ରାରେ ମହାପ୍ରଭଙ୍କୁ ଦର୍ଶନ କରିବେ ମହାମହିମ, ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି
  • ||
  • ପଦ୍ମକେଶରପୁର ପୁଣି ଅଶାନ୍ତ, ଘନଘନ ବୋମାମାଡ଼, ବର୍ଷିଲା ପଥର, ୧୫ ଆହତ, ପୁଲିସ୍‌ ଆତଙ୍କିତ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ରଥଯାତ୍ରାରେ ଭିଜିବ ପୁରୀ
  • ||

‘ଆମେ ସମସ୍ତେ ବିଲୁପ୍ତ ହୋଇଯିବୁ...’, ପୃଥିବୀ ସହ ଏହି ବର୍ଷ ଆଷ୍ଟ୍ରଏଡ ମାଡ଼ ହେବାର ସୂଚନା ଦେଲେ ଇସ୍ରୋ ମୁଖ୍ୟ ?

ନୂଆଦିଲ୍ଲୀ,୪।୭: ପୃଥିବୀର ଖୁବ୍ ନିକଟ ଦେଇ ଗତି କରିବ ୩୭୦ ମିଟର ବ୍ୟାସର ଏକ ଆଷ୍ଟ୍ରଏଡ୍ । ଏହା ପୃଥିବୀ ସହ ମାଡ ହେବାର ସମ୍ଭାବନା ଖୁବ୍ ଅଧିକ ରହିଛି। ଏହା ପୂର୍ବରୁ ୩୦ଜୁନ୍ ୧୯୦୮ ରେ ସାଇବେରିଆର ତୁଙ୍ଗୁସ୍କାରେ ଏକ ଆଷ୍ଟ୍ରଏଡ ମାଡ ହେବା କାରଣରୁ ବିଶାଳ ବିସ୍ଫୋରଣ ଦ୍ବାରା ପ୍ରାୟ ୨୨୦୦ ବର୍ଗ କିଲୋମିଟର ଘନ ଜଙ୍ଗଲକୁ ନଷ୍ଟ କରିଦେଇଥିଲା। ଏହି କାରଣରୁ ୮ କୋଟି ଗଛ ନଷ୍ଟ ହୋଇଥିଲା। ଏବେ ଯେଉଁ ଆଷ୍ଟ୍ରଏଡ୍ ପୃଥିବୀ ନିକଟକୁ ଆସୁଛି, ତାହା ୧୩ ଏପ୍ରିଲ ୨୦୨୯ରେ ଖୁବ୍ ନିକଟ ଦେଇ ଯିବାର ସମ୍ଭାବନା ରହିଛି।

ଏଭଳି କୁହାଯାଉଛି ଯେ, ଯେତେବେଳେ ଏହା ପୃଥିବୀ ସହ ମାଡ ହେବ ବହୁ ପ୍ରଜାତି ବିଲୁପ୍ତ ହୋଇଯାଇପାରେ। ଏହି କଥା ମଧ୍ୟ ଆଶଙ୍କା କରାଯାଉଛି ଯେ,ଏଭଳି ଏକ ଆଷ୍ଟ୍ରଏଡ ପାଇଁ ପୃଥିବୀରୁ ଡାଇନୋସର ବିଲୁପ୍ତ ହୋଇଯାଇଥିଲା।ସାରା ଦୁନିଆର ମହାକାଶ ଏଜେନ୍ସି ଆଷ୍ଟ୍ରଏଡଠାରୁ ରକ୍ଷା ପାଇବା ପାଇଁ ଗ୍ରହ ପ୍ରତିରକ୍ଷା କ୍ଷମତାର ନିର୍ମାଣ କରିବା ଦିଗରେ କାମ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ।

ସେ କହିଛନ୍ତି, ଆମର ଜୀବନକାଳ ୭୦-୮୦ ବର୍ଷର ହୋଇଥାଏ। ଏହି ସମୟ  ଭିତରେ ଏଭଳି କୌଣସି ବିପଦ ଦେଖିନଥିବାରୁ ଏହି କଥାକୁ ବିଶ୍ବାସ କରିନଥାଉ। ଯଦି ଆପଣ ଦୁନିଆ ଓ ବ୍ରହ୍ମାଣ୍ଡର ଇତିହାସ ଦେଖିବେ ତେବେ ଗ୍ରହରେ ଆଷ୍ଟ୍ରଏଡ୍ ମାଡହେବା ଘଟଣା ଆଗରୁ ଦେଖିବାକୁ ମିଳିଛି। ଯଦି ପୃଥିବୀ ସହ ଏଭଳି ଘଟଣା ଘଟେ ତେବେ ଆମେ ସମସ୍ତେ ବିଲୁପ୍ତ ହୋଇଯିବୁ।’

ସେ କହିଛନ୍ତି, ଆଗକୁ ଏଥିପାଇଁ ଆମକୁ ପ୍ରସ୍ତୁତ ହୋଇ ରହିବା ଦରକାର। ଆମେ ଚାହୁଁନୁ ଯେ, ଏଭଳି ପୃଥିବୀ ସହ ହେଉ। ଆମେ ଚାହୁଁଛୁ ଯେ, ମାନବ ଓ ସବୁ ଜୀବ ଏଠାରେ ରୁହନ୍ତୁ। କିନ୍ତୁ ଆମେ ଏହାକୁ ରୋକି ପାରିବୁନି। ଆମକୁ ଏହାର ବିକଳ୍ପ ଖୋଜିବାକୁ ହେବ। ଏଥିପାଇଁ ଆମ ପାଖରେ ପ୍ରଣାଳି ରହିଛି, ଯାହା ଦ୍ବାରା ଆମେ ଏହାକୁ ଧ୍ବଂସ କରିପାରିବୁ। ଆମେ ପୃଥିବୀ ନିକଟକୁ ଆସୁଥିବା ଆଷ୍ଟ୍ରଏଡ୍‌ ବିଷୟରେ ଜାଣି ପାରିବୁ ଓ ଏହାଠାରୁ ଦୂରକୁ ଯାଇପାରିବୁ। କେବେ କେବେ ଏହା ଅସମ୍ଭବ ହୋଇଯାଏ।  ଏହା ଆଗାମୀ ଦିନରେ କିଭଳି ଆକାର ନେବ ତାହା ଦେଖିବାକୁ ପଡିବ।  ଯେତେ ବେଳେ ବିପଦ ଅଧିକ ବଢିଯିବ ସମସ୍ତଙ୍କୁ ଏକାଠି କାମ କରିବାକୁ ପଡିବ। କେବଳ ଭାରତ ନୁହେଁ ପୁରା ବିଶ୍ବ ପାଇଁ ଟେକ୍ନିକାଲ କ୍ଷମତା, ପୋଗ୍ରାମିଂ କ୍ଷମତା ଓ ଅନ୍ୟ ଏଜେନ୍ସି ସହିତ କାମ କରିବାର କ୍ଷମତା ତିଆରି କରିବା ଓ ବିକଶିତ କରିବାର ଦାୟିତ୍ବ ନେବା ଦରକାର।’

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.