ପ୍ରମୂଖ ଖବର
  • ଘୋଷଯାତ୍ରାରେ ମହାପ୍ରଭଙ୍କୁ ଦର୍ଶନ କରିବେ ମହାମହିମ, ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି
  • ||
  • ପଦ୍ମକେଶରପୁର ପୁଣି ଅଶାନ୍ତ, ଘନଘନ ବୋମାମାଡ଼, ବର୍ଷିଲା ପଥର, ୧୫ ଆହତ, ପୁଲିସ୍‌ ଆତଙ୍କିତ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ରଥଯାତ୍ରାରେ ଭିଜିବ ପୁରୀ
  • ||

୨୪ରେ ସୀତାରମଣ ଆଗତ କରିପାରନ୍ତି ପୂର୍ଣ୍ଣାଙ୍ଗ ବଜେଟ୍, କରିବେ ଏହି ରେକର୍ଡ

ନୂଆଦିଲ୍ଲୀ,୪।୭: ସଂସଦର ମୌସୁମୀ ଅଧିବେଶନରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସୀତାରମଣ ଜୁଲାଇ ୨୩ କିମ୍ବା ୨୪ରେ ବଜେଟ୍ ଉପସ୍ଥାପନ କରିପାରନ୍ତି। ଏହା ସୀତାରମଣଙ୍କ ସପ୍ତମ ବଜେଟ୍ ରହିବ। ଏହା ସହିତ ସେ ସବୁଠାରୁ ଅଧିକ ଥର ୟୁନିୟନ ବଜେଟ୍ ଆଗତ କରିଥିବା ପ୍ରଥମ ଅର୍ଥମନ୍ତ୍ରୀ ହୋଇଯିବେ। ଏପର୍ଯ୍ୟନ୍ତ ସବୁଠାରୁ ଅଧି ଥର କେନ୍ଦ୍ର ବଜେଟ୍ ଆଗତ କରିବାର ରେକର୍ଡ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ନାଁରେ ରହିଛି। ସେ ୬ ଥର ବଜେଟ୍ ଉପସ୍ଥାପନ କରିଛନ୍ତି।

ଦିନ ୧୧ଟାରେ ଲୋକସଭାରେ ୟୁନିୟନ ବଜେଟ୍ ଉପସ୍ଥାପନ କରିବେ। ଏହା ପୂର୍ବରୁ କେନ୍ଦ୍ର କ୍ୟାବିନେଟର ବୈଠକରେ ଏହାକୁ ମଞ୍ଜୁରୀ ମିଳିବ। ତା ପରେ ରାଷ୍ଟ୍ରପତିଙ୍କୁ ସୀତାରମଣ  ବଜେଟ୍ ସମ୍ପର୍କରେ ସୂଚନା ଦେବେ। ଏହାପରେ ସେ ସିଧା ଲୋକସଭାରେ ଆସି ପହଁଞ୍ଚିବେ। ତାଙ୍କର ବଜେଟ୍ ଭାଷଣ ୧.୩୦ ମିନିଟରୁ ଆରମ୍ଭ ହୋଇ ୨ ଘଣ୍ଟା ପର୍ଯ୍ୟନ୍ତ ଚାଲିପାରେ।

୧୮ ତମ ଲୋକସଭା ଗଠନ ପରେ ସବୁ ସାଂସଦ ଶପଥ ନେଇସାରିଛନ୍ତି। ଏଥିପାଇଁ ୨୪ ଜୁନ୍‌ରେ ସଂସଦର ଅଧିବେଶନ ଆରମ୍ଭ ହୋଇଥିଲା, ଯାହାକି ୩ ଜୁଲାଇରେ ସରିଯାଇଛି। ଖୁବ୍ ଶୀଘ୍ର ସଂସଦର ମୌସୁମୀ ଅଧିବେଶନ ଘୋଷଣା କରାଯାଇପାରେ। ଏହା ୨୨ ଜୁଲାଇରୁ ଆରମ୍ଭ ହୋଇ ଅଗଷ୍ଟରେ ଶେଷ ହୋଇପାରେ।ଏଥର ଅନ୍ତରୀଣ ବଜେଟ୍‌ ପୂର୍ବରୁ ସରକାର ଆର୍ଥିକ ସର୍ଭେ ଆଗତ କରିନଥିଲେ। ଏହାପରେ ବଦଳରେ ଅର୍ଥମନ୍ତ୍ରୀଙ୍କ ପକ୍ଷରୁ ଅର୍ଥନୀତିକୁ ନେଇ ସଂକ୍ଷିପ୍ତ ସୂଚନା ଆଗତ କରାଯାଇଥିଲା। 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.