ପ୍ରମୂଖ ଖବର
  • ଇସ୍କନ ରଥ ପାଇଁ ଟ୍ରାଫିକ୍‌ କଟକଣା, ସିଆର୍‌ପିରୁ ବରମୁଣ୍ଡା ସର୍ଭିସ ରୋଡରେ ଭାରୀଯାନ ମନା
  • ||
  • ସୁରଟରେ ଭୁଶୁଡ଼ିଲା ୫ ମହଲା କୋଠା, ୭ ମୃତ
  • ||
  • ଓଡ଼ିଆ ପୁଅକୁ ବୀରତା ସମ୍ମାନ, ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ଘୋଷଯାତ୍ରାରେ ମହାପ୍ରଭଙ୍କୁ ଦର୍ଶନ କରିବେ ମହାମହିମ, ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି
  • ||
  • ପଦ୍ମକେଶରପୁର ପୁଣି ଅଶାନ୍ତ, ଘନଘନ ବୋମାମାଡ଼, ବର୍ଷିଲା ପଥର, ୧୫ ଆହତ, ପୁଲିସ୍‌ ଆତଙ୍କିତ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ରଥଯାତ୍ରାରେ ଭିଜିବ ପୁରୀ
  • ||

ଋଷ୍ ଏବଂ ଅଷ୍ଟ୍ରିୟା ଗସ୍ତ କରିବେ ମୋଦୀ, ୪୧ ବର୍ଷ ପରେ ଅଷ୍ଟ୍ରିୟାକୁ ହେବ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ...

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ ଅର୍ଥାତ ଜୁଲାଇ ୮-୧୦ ଋଷ୍‌କୁ ଗସ୍ତ କରିବେ । ବୈଦେଶିକ ମନ୍ତ୍ରଣାଳୟ ଆଜି (ଗୁରୁବାର) ଏହି ସୂଚନା ଦେଇଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ,ଋଷ ଫେଡେରେସନର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ଜୁଲାଇ ୮ ରୁ ୯ ପର୍ଯ୍ୟନ୍ତ ମସ୍କୋରେ ରହିବେ । ଏହି ନିମନ୍ତ୍ରଣ ଆଧାରରେ ୨୨ ତମ ଭାରତ-ଋଷ ବାର୍ଷିକ ଶିଖର ସମ୍ମିଳନୀରେ ପିଏମ ମୋଦୀ ଯୋଗ ଦେବେ । 

ବୈଦେଶିକ ମନ୍ତ୍ରଣାଳୟ ଏହାର ବିବୃତ୍ତିରେ କହିଛି ଯେ, ଦୁଇ ନେତା ଦୁଇ ଦେଶ ମଧ୍ୟରେ ଥିବା ବହୁମୁଖୀ ସମ୍ପର୍କକୁ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବେ ଏବଂ ପାରସ୍ପରିକ ସ୍ୱାର୍ଥର ପରିସ୍ଥିତିକ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ଗସ୍ତ ହେବ । ଏହି ବିବୃତ୍ତିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ପୁଟିନ ପାରମ୍ପରିକ ଭାବରେ ବନ୍ଧୁତ୍ୱପୂର୍ଣ୍ଣ ଋଷ-ଭାରତୀୟ ସମ୍ପର୍କର ବିକାଶ ତଥା ଆନ୍ତର୍ଜାତୀୟ ତଥା ଆଞ୍ଚଳିକ ଏଜେଣ୍ଡାର ପ୍ରାସଙ୍ଗିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ । 

ଏହା ପରେ ପ୍ରଧାନମନ୍ତ୍ରୀ ୦୯-୧୦ ଜୁଲାଇ ମଧ୍ୟରେ ଅଷ୍ଟ୍ରିଆ ଗସ୍ତ କରିବେ । ୪୧ ବର୍ଷ ମଧ୍ୟରେ ଅଷ୍ଟ୍ରିଆରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ ହେବ । ସେ ଅଷ୍ଟ୍ରିଆର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ୱାନ୍ ଡେର୍ ବେଲେନଙ୍କୁ ଭେଟିବେ ଏବଂ ଅଷ୍ଟ୍ରିଆର ଚାନସଲର କାର୍ଲ ନେହମରଙ୍କ ସହ ମଧ୍ୟ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ ଏବଂ ଚାନସଲର ମଧ୍ୟ ଭାରତ ଏବଂ ଅଷ୍ଟ୍ରିଆର ବ୍ୟବସାୟିକ ନେତା ମାନଙ୍କୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମସ୍କୋ ସହ ଭିଏନାରେ ଭାରତୀୟ ସମ୍ପ୍ରଦାୟର ସଦସ୍ୟଙ୍କ ସହ ଯୋଗାଯୋଗ କରିବେ ।

ଏହା ପୂର୍ବରୁ ମିଳିତ ଜାତିସଂଘରେ ଋଷର ସ୍ଥାୟୀ ପ୍ରତିନିଧୀ ଭାସିଲି ନେବେଞ୍ଜିଆ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଉଛି ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଗଭୀର ହେବ । ଏହି ଗସ୍ତର ବିଶେଷ ମହତ୍ତ୍ୱ ରହିଛି କାରଣ ତୃତୀୟ ଥର ପାଇଁ ନିର୍ବାଚିତ ହେବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ଋଷ ଗସ୍ତ ହେବ । ଫେବୃଆରୀ ୨୦୨୨ ରେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା, ସେବେଠାରୁ ଭାରତ ଏବଂ ଋଷ ମଧ୍ୟରେ କୌଣସି ଉଚ୍ଚ ସ୍ତରୀୟ ଦ୍ୱିପାକ୍ଷିକ ଗସ୍ତ ହୋଇନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ଶେଷ ଥର ପାଇଁ ୨୦୧୯ରେ ଋଷ ଗସ୍ତ କରିଥିଲେ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.