ପ୍ରମୂଖ ଖବର
  • ଇସ୍କନ ରଥ ପାଇଁ ଟ୍ରାଫିକ୍‌ କଟକଣା, ସିଆର୍‌ପିରୁ ବରମୁଣ୍ଡା ସର୍ଭିସ ରୋଡରେ ଭାରୀଯାନ ମନା
  • ||
  • ସୁରଟରେ ଭୁଶୁଡ଼ିଲା ୫ ମହଲା କୋଠା, ୭ ମୃତ
  • ||
  • ଓଡ଼ିଆ ପୁଅକୁ ବୀରତା ସମ୍ମାନ, ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ଘୋଷଯାତ୍ରାରେ ମହାପ୍ରଭଙ୍କୁ ଦର୍ଶନ କରିବେ ମହାମହିମ, ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି
  • ||
  • ପଦ୍ମକେଶରପୁର ପୁଣି ଅଶାନ୍ତ, ଘନଘନ ବୋମାମାଡ଼, ବର୍ଷିଲା ପଥର, ୧୫ ଆହତ, ପୁଲିସ୍‌ ଆତଙ୍କିତ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ରଥଯାତ୍ରାରେ ଭିଜିବ ପୁରୀ
  • ||

ହାଥରସ ଟ୍ରାଜେଡି: ୨ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କଲା ପୋଲିସ

Image Courtesy: indiatoday

ଲକ୍ଷ୍ନୌ: ହାଥରସର ଏକ ସତସଙ୍ଗରେ ଦଳଚକାଟା ଯୋଗୁଁ ୧୨୧ ଲୋକଙ୍କ ଜୀବନ ଯିବା ମାମଲା ସମଗ୍ର ଦେଶକୁ ଦୋହଲାଇ ଦେଇଛି । ଏହି ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା ବେଳେ ୬ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସେମାନେ ସମସ୍ତେ ସତସଙ୍ଗ ଆୟୋଜକ କମିଟିର ସଦସ୍ୟ । ମଙ୍ଗଳବାର ଆତ୍ମଘୋଷିତ ବାବା ନାରାୟଣ ସାକର ବା ଭୋଲେ ବାବାଙ୍କ ସତସଙ୍ଗରେ ଶତାଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଖୋଦ ବାବା ଫେରାର ହୋଇଯାଇଛନ୍ତି ।  ସମଗ୍ର ଦେଶରୁ ତାଙ୍କୁ ସମାଲୋଚନା କରାଯିବା ପରେ ଫେରାର ହୋଇଥିବା ବାବା ମୃତକଙ୍କ ଲାଗି ଦୁଃଖପ୍ରକାଶ କରୁଛି ବୋଲି କହି ଚୁପ୍ ରହିଯାଇଛନ୍ତି । 

ସେପଟେ ଉତ୍ତରପ୍ରଦେଶ ସରକାରଙ୍କ ନିର୍ଦ୍ଦେଶ କ୍ରମେ ମାମଲାର ତଦନ୍ତ ଜାରି ରହିଛି । ଆଜି ପୋଲିସ ଏହି ମାମଲାରେ ୨ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି । ସେମାନଙ୍କୁ ସତସଙ୍ଗର ସେବାଦାର ବୋଲି କୁହାଯାଉଛି ।  ଏନେଇ ଅଲିଗଡ଼ ଆଇଜି ଶଲାଭ ମାଥୁର କହିଛନ୍ତି ।  ସେ ଆହୁରି କହିଛନ୍ତି ଯେ, ସେବାଦାରମାନେ ସତସଙ୍ଗରେ ଭିଡ଼ ନିୟନ୍ତ୍ରଣ କରିବାକୁ ନିୟୋଜିତ ହୋଇଥିଲେ । ଏପରିକି ସ୍ଥାନୀୟ ପ୍ରଶାସନକୁ ଭିଡ଼ ନିୟନ୍ତ୍ରଣ ଲାଗି ଦାୟିତ୍ବ ଦିଆଯାଇ ନଥିଲା । 

ସେପଟେ ମୁଖ୍ୟ ସେବାଦାର ଦେବ ପ୍ରକାଶ ମଧୁକରଙ୍କୁ ଏଫଆଇଆରରେ ମୁଖ୍ୟ ଅଭିଯୁକ୍ତ ଭାବରେ ଉଲ୍ଲେଖ କରାଯାଇଛି । ମଧୁକର ଫେରାର ଥିବାରୁ ତାଙ୍କ ସଂପର୍କରେ ସୂଚନା ଦେଲେ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ପୋଲିସ । ଏପରିକି ମଧୁକରଙ୍କୁ ଗିରଫ କରିବା ଲାଗି ପୋଲିସ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରିବାକୁ ପ୍ରସ୍ତୁତି କରୁଥିବା ଜଣାପଡ଼ିଛି ।  ସେପଟେ ଏଫଆଇଆରରେ ଭୋଲେ ବାବାଙ୍କ ନାଁ ନାହିଁ । ହେଲେ ତାଙ୍କୁ ଏହି ମାମଲାରେ ପୋଲିସ ପଚରା ଉଚରା କରିପାରେ ବୋଲି କୁହାଯାଉଛି ।

 ପୋଲିସ ଏବେ ନାରାୟଣ ସାକର ହରିଙ୍କ ସଂପର୍କରେ ସମସ୍ତ ତଥ୍ୟ ଏକତ୍ର କରୁଛି ।  ଅଭିଯୋଗ ଅନୁସାରେ, ସତସଙ୍ଗରେ ଅଢ଼େଇ ଲକ୍ଷରୁ ଅଧିକ ଲୋକ ସାମିଲ ହୋଇଥିଲେ । କିନ୍ତୁ ପ୍ରଶାସନ ପକ୍ଷରୁ ୮୦ ହାଜର ଲୋକଙ୍କ ପାଇଁ ଅନୁମତି ଦିଆଯାଇଥିଲା । ସେପଟେ ପ୍ରକୃତ ତଥ୍ୟ ଲୁଚାଇବାକୁ ଯାଇ ସତସଙ୍ଗ ଆୟୋଜକ ଭୋଲେ ବାବାଙ୍କ ଅନୁଗାମୀଙ୍କ ଚପଲ ସବୁ ଗାଏବ କରିଦେଇଥିବା ଏଫଆଇଆରରୁ ଜଣାପଡ଼ିଛି ।  

 

  • uttarpradesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.