ପ୍ରମୂଖ ଖବର
  • ଇସ୍କନ ରଥ ପାଇଁ ଟ୍ରାଫିକ୍‌ କଟକଣା, ସିଆର୍‌ପିରୁ ବରମୁଣ୍ଡା ସର୍ଭିସ ରୋଡରେ ଭାରୀଯାନ ମନା
  • ||
  • ସୁରଟରେ ଭୁଶୁଡ଼ିଲା ୫ ମହଲା କୋଠା, ୭ ମୃତ
  • ||
  • ଓଡ଼ିଆ ପୁଅକୁ ବୀରତା ସମ୍ମାନ, ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ଘୋଷଯାତ୍ରାରେ ମହାପ୍ରଭଙ୍କୁ ଦର୍ଶନ କରିବେ ମହାମହିମ, ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି
  • ||
  • ପଦ୍ମକେଶରପୁର ପୁଣି ଅଶାନ୍ତ, ଘନଘନ ବୋମାମାଡ଼, ବର୍ଷିଲା ପଥର, ୧୫ ଆହତ, ପୁଲିସ୍‌ ଆତଙ୍କିତ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ରଥଯାତ୍ରାରେ ଭିଜିବ ପୁରୀ
  • ||

ରାହୁଲ ଗାନ୍ଧୀଙ୍କୁ ଭେଟିଲେ ମୁକେଶ ଅମ୍ବାନୀ, ଜାଣନ୍ତୁ ସାକ୍ଷାତ ପଛର କ’ଣ ରହିଛି କାରଣ ?

ନୂଆଦିଲ୍ଲୀ,୪।୭: ଏସିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଭିତରେ ଅନ୍ୟତମ ମୁକେଶ ଅମ୍ବାନୀ ଗୁରୁବାର ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ପଛରେ କୌଣସି ରାଜନୈତିକ ନୁହେଁ ବଂର ପାରିବାରିକ କାରଣ ରହିଛି ବୋଲି କୁହାଯାଉଛି। ତାହା ହେଲା ମୁକେଶ ଅମ୍ବାନୀ ତାଙ୍କ ପୁଅ ଅନନ୍ତ ଓ ରାଧିକାଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ ଦେଇଛନ୍ତି।

ଏହି କ୍ରମରେ ଗୁରୁବାର ଦିଲ୍ଲୀରେ ପହଁଞ୍ଚିଥିଲେ ଅମ୍ବାନୀ। ତା ପରେ ରାହୁଲଙ୍କ ଗାନ୍ଧୀଙ୍କ ୧୦ ଜନପଥ ସ୍ଥିତ ବାସଭବନକୁ ଯାଇଥିଲେ। ରିପୋର୍ଟ ଅନୁସାରେ ଅମ୍ବାନୀ ରାହୁଲ ଓ ତାଙ୍କ ମା’ ସୋନିଆ ଗାନ୍ଧୀଙ୍କୁ ବିବାହ ପାଇଁ ନିମନ୍ତ୍ରଣ କରିଛନ୍ତି। ଉଲ୍ଳେଖନୀୟ ଯେ, ଭବ୍ୟ ପ୍ରି-ଓ୍ବେଡି ପୋଗ୍ରାମ ପରେ ଏବେ ଅମ୍ବାନୀ ପରିବାରର ସାନ ପୁଅ ଅନନ୍ତଙ୍କ ବିବାହ ସମୟ। ୧୨ ଜୁଲାଇରେ ଅନନ୍ତ ଓ ରାଧିକାଙ୍କ ବିବାହ ହେବାକୁ ଯାଉଛି। ମୁମ୍ବାଇର ଅମ୍ବାନୀ ନିବାସ, ଆଣ୍ଟିଲିଆରେ ବିବାହର ସବୁ ପ୍ରସ୍ତୁତି ଚାଲିଛି। ଆଣ୍ଟିଲିଆ ସବୁବେଳେ ନିଜର ଅତୁଳନୀୟ ସାଜସଜ୍ଜା ପାଇଁ ପ୍ରସିଦ୍ଧ। ଏହି ବିବାହ ସମାରୋହରେ ଦେଶ-ବିଦେଶର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେବେ। 

ଅମ୍ବାନୀ ପରିବାରର ଏହି ସ୍ବତନ୍ତ୍ର ଅବସରରେ ସାରା ଦେଶର ପ୍ରତିଷ୍ଠିତ ଲୋକ ଓ ବିଭିନ୍ନ କ୍ଷେତ୍ରର ଜଣାଶୁଣା ବ୍ୟକ୍ତି ବିଶେଷ ଯୋଗ ଦେବେ।ବିବାହରେ ବଲିଉଡ, ରାଜନୀତି, ବ୍ୟବସାୟ ଓ ଖେଳ ଜଗତର ପ୍ରମୁଖ ହସ୍ତୀ ସାମିଲ ହେବାର ସମ୍ଭାବନା ରହିଛି, ଯାହାଫଳରେ ଏହି ଆୟୋଜନ ଆହୁରି ଅଧିକ ଭବ୍ୟ ଓ ସୁନ୍ଦର ପାଲଟି ଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.