ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ପୁଣେରେ ୨ ଗର୍ଭବତୀଙ୍କ ସମେତ ୬ ଜଣ ଜିକା ଭାଇରସ୍‌ ସଂକ୍ରମିତ ଚିହ୍ନଟ

ପୁଣେ: ଦେଶରେ ଏବେ ଜିକା ଭୂତାଣୁ ସଂକ୍ରମଣ ଭୟ ବୃଦ୍ଧି କରିଛି । ପୁଣେରେ ଦୁଇ ଜଣ ଗର୍ଭବତୀଙ୍କ ସମେତ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସହରର ଏରାଣ୍ଡୱାନେ ଅଞ୍ଚରେ ଚାରି ଜଣ ଏବଂ ମୁନଧୱା ଅଞ୍ଚଳରେ ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି। 

ଗତ ସପ୍ତାହରେ ଜଣେ ୨୮ ବର୍ଷୀୟା ଗର୍ଭବତୀ ମହିଳା ଜିକା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ବେଳ ଗତକାଲି ରାତିରେ ଜଣେ ୩ ମାସର ଗର୍ଭବତୀ ମହିଳା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ଉଭୟ ଗର୍ଭବତୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି । ଏହାପୂର୍ବରୁ ଜଣେ ୪୬ ବର୍ଷୀୟ ଡାକ୍ତର ଏବଂ ତାଙ୍କ ଝିଅ ଜିକା ଭାଇରସ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ପୁଣେ ମ୍ୟୁନିସିପାଲ କର୍ପୋରେସନ ପଦକ୍ଷେପ ନେବା ସହ ମଶାଙ୍କ ପ୍ରଜନନ ରୋକିବା ଉପରେ ପଦକ୍ଷେପ ଗ୍ରହଣ କରିଥିବା ଜଣେ ଅଧିକାରୀ କହିଛନ୍ତି।

ଏଡିସ୍ ମଶା କାମୁଡ଼ିବା ଦ୍ୱାରା ଜିକା ଭୂତାଣୁ ସଂକ୍ରମିତ ହୋଇଥାଏ। ଏହି ମଶା କାମୁଡ଼ାରେ ଡେଙ୍ଗୁ ଏବଂ ଚିକେନଗୁନିଆ ମଧ୍ୟ ହୋଇଥାଏ । ଜିକା ଭୂତାଣୁ ପ୍ରଥମେ ଉଗାଣ୍ଡାରେ ୧୯୪୭ ମସିହାରେ ଚିହ୍ନଟ ହୋଇଥିଲା । ଗର୍ଭବତୀ ମହିଳାଙ୍କୁ ଜିକା ଭୂତାଣୁ ସଂକ୍ରମଣ ହେବା ପରେ ଚିନ୍ତା ବୃଦ୍ଧି ପାଇଛି । କାରଣ ଏହି ଭୂତାଣୁ ଗର୍ଭସ୍ଥ ଶିଶୁର ମାଇକ୍ରୋସେଫାଲୀ (ମସ୍ତିଷ୍କର ଅସ୍ୱଭାବିକ ବିକାଶ ହେତୁ ମୁଣ୍ଡ ଯଥେଷ୍ଟ ଛୋଟ ହେବା) ହୋଇପାରେ। କିନ୍ତୁ ପୁଣେରେ ସଂକ୍ରମିତ ହୋଇଥିବା ଗର୍ଭବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 

 

  • Maharastra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.