ପ୍ରମୂଖ ଖବର
  • ଓଡ଼ିଆ ପୁଅକୁ ବୀରତା ସମ୍ମାନ, ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ଘୋଷଯାତ୍ରାରେ ମହାପ୍ରଭଙ୍କୁ ଦର୍ଶନ କରିବେ ମହାମହିମ, ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି
  • ||
  • ପଦ୍ମକେଶରପୁର ପୁଣି ଅଶାନ୍ତ, ଘନଘନ ବୋମାମାଡ଼, ବର୍ଷିଲା ପଥର, ୧୫ ଆହତ, ପୁଲିସ୍‌ ଆତଙ୍କିତ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ରଥଯାତ୍ରାରେ ଭିଜିବ ପୁରୀ
  • ||

ଅଧ୍ୟୟନରୁ ସାମ୍ନାକୁ ଆସିଲା ତଥ୍ୟ: ପିମ୍ପୁଡ଼ି ବି କରନ୍ତି ସର୍ଜରୀ, ସାଥୀ ପିମ୍ପୁଡ଼ିଙ୍କୁ କରିଥାନ୍ତି ଚିକିତ୍ସା

ନୂଆଦିଲ୍ଲୀ ୦୪/୦୭: କେବଳ ମଣିଷ ନୁହେଁ, ପିମ୍ପୁଡ଼ି ମଧ୍ୟ ସର୍ଜରି କରନ୍ତି ।  ଆମେରିକାରେ ଏଭଳି ଏକ ପିମ୍ପୁଡ଼ି ପ୍ରଜାତି ଆବିଷ୍କୃତ ହୋଇଛି, ଯିଏ ନିଜ ସାଥୀଙ୍କଜୀବନ ବଞ୍ଚାଇବା ଲାଗି ସର୍ଜରି କରନ୍ତି । ଅର୍ଥାତ୍‌ ପୃଥିବୀରେ ମଣିଷଙ୍କ ପରେ ପିମ୍ପୁଡ଼ି  ୨ୟ ଏଭଳି ଜୀବ, ଯାହା ସର୍ଜରି କରିବାରେ ସକ୍ଷମ । ଫ୍ଲୋରିଡ଼ାରେ ସର୍ଜରି କରୁଥିବା ଏହି ସ୍ୱତନ୍ତ୍ର ପିମ୍ପୁଡ଼ି ଚିହ୍ନଟ ହୋଇଛି । ଏମାନେ କାରପେଣ୍ଟର ଆଣ୍ଟ୍‌ ନାମରେ ପରିଚିତ । ଏମାନେ ନିଜ ସାଥୀଙ୍କ ଗୋଡ଼ରେ ଲାଗିଥିବା ଆଘାତକୁ ଜାଣିପାରନ୍ତି । କ୍ଷତ ସ୍ଥାନକୁ ସଫା କରନ୍ତି । ବେଶି ପ୍ରଭାବିତ ହୋଇଥିଲେ, ଗୋଡ଼ କିମ୍ବା ତା’ର ଅଂଶକୁ କାଟି ଅଲଗା ମଧ୍ୟ କରନ୍ତି । କରେଣ୍ଟ୍‌ ବାୟୋଲୋଜି ପତ୍ରିକାରେ ଅଧ୍ୟୟନଟି ପ୍ରକାଶ ପାଇଛି । 

ଜର୍ମାନୀର ଉର୍ଜବର୍ଗ ବିଶ୍ୱବିଦ୍ୟାଳୟର ପରିବେଶବିଜ୍ଞାନୀ  ଏରିକ ଫ୍ରାଙ୍କ୍‌ କହିଛନ୍ତି, ଆମେ ଯେତେବେଳେ ଅଙ୍ଗକୁ  କାଟିବା କଥା କହୁ, ଏଥିରେ ଅତ୍ୟଧିକ ପ୍ରତିଭା ଆବଶ୍ୟକ ।  କାରଣ ଏହା ଏକ ଜଟିଳ ପ୍ରକ୍ରିୟା । ଏହି କାମ ଲାଗି ପର୍ଯ୍ୟାପ୍ତ  ସମୟ ଓ ଜ୍ଞାନ ଆବଶ୍ୟକ । ୨୦୨୩ ମସିହାରେ ଫ୍ରାଙ୍କ୍‌ଙ୍କ ଟିମ୍‌  ଆଫ୍ରିକୀୟ ପିମ୍ପୁଡ଼ିଙ୍କର ଏକ ପ୍ରଜାତି ଆବିଷ୍କାର କରିଥିଲେ ।  ଏହାର ନାଁ ମେଗାପୋନେରା ଆନାଲିସ୍‌ । ଏମାନେ ନିଜ  ଆହତ ସାଥୀଙ୍କ ଚିକିତ୍ସା ଆଣ୍ଟିମାଇକ୍ରୋବାୟଲ ପଦାର୍ଥ  ଜରିଆରେ କରୁଥିଲେ । ଏହି ପଦାର୍ଥ ସେମାନଙ୍କ ଶରୀରରୁ  ଉତ୍ପନ୍ନ ହୋଇଥାଏ । କିନ୍ତୁ ଫ୍ଲୋରିଡ଼ାର କାରପେଣ୍ଟର  ପିମ୍ପୁଡ଼ିଙ୍କ ପାଖରେ ଏହି କ୍ଷମତା ନାହିଁ । କିନ୍ତୁ ସେମାନେ  ଆହତ ପିମ୍ପୁଡ଼ିଙ୍କ ଗୋଡ଼ କାଟିବାରେ ଖୁବ୍‌ ପାରଙ୍ଗମ । ବୈଜ୍ଞାନିକମାନେ ୨ ପ୍ରକାର କ୍ଷତ ଉପରେ ଧ୍ୟାନ  ଦେଇଥିଲେ । ପ୍ରଥମରେ ଜଂଘ ଓ ତା’ପରେ ନିମ୍ନ ଅଂଶ  ଅର୍ଥାତ୍‌ ଟିବିୟାରେ ଲାକ୍ରେସନ୍‌ । ଜଂଘର କ୍ଷତକୁ  ପିମ୍ପୁଡ଼ି ସଫା କରି ଠିକ୍‌ କରିବାକୁ ଚେଷ୍ଟା କଲେ । ଏଥିପାଇଁ  ସେମାନେ ପାଟିକୁ ପ୍ରୟୋଗ କରନ୍ତି । କ୍ଷତ ଠିକ୍‌ ନ ହେଲେ,  ନିଜ ପାଟି ମାଧ୍ୟମରେ ତାକୁ କାଟି ଶରୀରରୁ ଅଲଗା  କରିଦିଅନ୍ତି । କିନ୍ତୁ ଟିବିୟାକୁ ସେମାନେ କେବଳ ସଫା କରି  ଠିକ୍‌ କରନ୍ତି ।  

ଏହି ସର୍ଜରି ଦ୍ୱାରା ଆହତ ପିମ୍ପୁଡ଼ିର ଜୀବନ ବଞ୍ଚିଯାଏ ।  ଜଂଘ କାଟିବା ପରେ ୯୦-୯୫ ପ୍ରତିଶତ ଆହତ ପିମ୍ପୁଡ଼ି  ବଞ୍ଚିଯାଆନ୍ତି । କେବଳ ଜଂଘରେ ଆଘାତ ଲାଗିଲେ ହିଁ  ପିମ୍ପୁଡ଼ି ଗୋଡ଼କୁ କାଟୁଥିବା ବୈଜ୍ଞାନିକମାନେ ଦେଖିବାକୁ  ପାଇଲେ । ଗୋଡ଼ର ଅନ୍ୟ ସ୍ଥାନରେ ଆଘାତ ଲାଗିଲେ  ସେମାନେ ଗୋଡ଼କୁ କାଟନ୍ତି ନାହିଁ । ଗୋଟିଏ କ୍ଷତାକ୍ତ  ପିମ୍ପୁଡ଼ିର ଗୋଡ଼କୁ କାଟିବା ଲାଗି ପିମ୍ପୁଡ଼ିଙ୍କୁ ଅତିକମ୍‌ରେ  ୪୦ ମିନିଟ୍‌ ସମୟ ଲାଗେ ।  ଏହି ଦୃଶ୍ୟ ଦେଖିବା ଲାଗି ବୈଜ୍ଞାନିକମାନେ ମାଇକ୍ରୋସିଟି ସ୍କାନ୍‌ର ସାହାଯ୍ୟ ନେଇଥିଲେ । ଆହତ ଜଂଘରେ  ରକ୍ତ ପ୍ରବାହିତ କରୁଥିବା ମାଂସପେଶୀ ରକ୍ତ ପ୍ରବାହକୁ  ଧୀମା କରୁଥିବା ସେମାନେ ଦେଖିଲେ ।  ଏହାର ଅର୍ଥ, ବ୍ୟାକ୍ଟେରିଆଯୁକ୍ତ  ରକ୍ତ ଶରୀରକୁ ଶୀଘ୍ର  ଯାଇପାରେ ନାହିଁ । ଏଥିଯୋଗୁ  ପିମ୍ପୁଡ଼ିମାନେ ଆହତ  ସାଥୀର ଗୋଡ଼କୁ  କାଟିଦିଅନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.